ବର୍ଷେ ପରେ ଦୂର ହୋଇନି ସୁଜାତାନଗରବାସୀଙ୍କ ଦୁଃଖ

ପୁରୀ ଅଫିସ, ୧୦ା୮: ସାମାନ୍ୟ ବର୍ଷା ହେଲେ ପୁରୀ ପୌରସଂସ୍ଥା ୧ ନଂ. ୱାର୍ଡର ମାଟିତୋଟା ଏବଂ ସୁଜାତାନଗର ଅଞ୍ଚଳବାସୀଙ୍କ ଦୁଃଖ ବଢିଯାଏ। ଜଳବନ୍ଦୀ ଜୀବନ ଅତିବାହିତ କରିବାକୁ ପଡେ ସେମାନଙ୍କୁ। ଘର ବାହାରକୁ ପାଦ ବଢାଇବା ମାତ୍ରେ ଖାଲି ପାଣି ଆଉ ପାଣିି। ବିଶେଷକରି ବର୍ଷା ଋତୁରେ ଦୀର୍ଘଦିନ ଧରି ପାଣି ଜମି ରହୁଥିବାରୁ ଲୋକମାନଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇପଡେ। ବେଳେ ବେଳେ କୃତ୍ରିମ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ। ଗତବର୍ଷ ଏଭଳି ସମସ୍ୟାରେ ଜର୍ଜରିତ ଅଞ୍ଚଳବାସୀ ବହୁବାର ପ୍ରଶାସନକୁ ଅବଗତ କରାଇଥିଲେ ବି ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରି ନ ଥିଲା। ଇତିମଧ୍ୟରେ ବର୍ଷେ ଅତିକ୍ରାନ୍ତ ହୋଇଯାଇଛିି। ପୁଣି ଆସିଛି ବର୍ଷା ରୁତୁ। ସାମାନ୍ୟ ବର୍ଷାରେ ପୁଣି ଜଳବନ୍ଦୀ ହୋଇଛନ୍ତି ମାଟିତୋଟା ଏବଂ ସୁଜାତାନଗର ଅଞ୍ଚଳବାସୀ। ଏହି ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ ବାଇପାସ୍‌ ରୋଡରେ କଲଭର୍ଟ ତିଆରି କରାଯାଉଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହୋଇପାରି ନ ଥିବାରୁ ଏହି ସମସ୍ୟା ଉପୁଜିଛିି।
ସମ୍ପୃକ୍ତ ଅଞ୍ଚଳର ବାସିନ୍ଦା ଶରତ ମିଶ୍ର କହିଛନ୍ତି, ସାମାନ୍ୟ ବର୍ଷା ହେଲେ ମାଟିତୋଟାର ପଞ୍ଚମ ଲେନ୍‌ ଏବଂ ସୁଜାତା ନଗର ବାସିନ୍ଦାଙ୍କ ଦୁଃଖ ବଢିଯାଉଛିି। ସେହିପରି ପ୍ରଶାସନର କରିଥିବା ଡ୍ରେନ୍‌ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତିି। କଲଭର୍ଟ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଜମୁଛିି। ଏହି ପାଣି ନିଷ୍କାସନ ହୋଇପାରୁ ନାହିଁ। ବେଳେ ବେଳେ ଘର ଭିତରେ ବର୍ଷା ଓ ନଳାପାଣି ପଶି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛିି। ସ୍କୁଲ ପିଲା ପାଠ ପଢିବାକୁ ଯାଇପାରୁନାହାନ୍ତିି। କେହି ରୋଗରେ ପଡିଲେ ଡାକ୍ତରଖାନାକୁ ଯିବାକୁ ହଇରାଣ ହେଉଛନ୍ତିି। ରାସ୍ତାରେ ନଳାପାଣି ଜମିବା ଦ୍ୱାରା କ୍ଷୀର ବ୍ୟବସାୟୀ, ପରିବା ବ୍ୟବସାୟୀ କେହି ବି ଆସୁନାହାନ୍ତିି। ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ। ଦୀର୍ଘଦିନ ଧରି ପାଣି ଜମି ରହିବାରୁ ଘର ଭୁଶୁଡିବା ଭୟ ମଧ୍ୟ ରହୁଛିି। ଏମିତି କି ବିଭିନ୍ନ ପ୍ରକାର ଚର୍ମରୋଗ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛିି। ସ୍ଥିତି ଏମିତି ରହିଛି ଯେ, ଦିନରେ ମଶାରୀ ଟାଣି ଲୋକେ ରହୁଛନ୍ତିି। ତେଣୁ ଏହାର ସ୍ଥାୟୀ ପ୍ରତିକାର କରିବା ଲାଗି ଅଞ୍ଚଳବାସୀ ଜିଲାପାଳଙ୍କୁ ଗୁହାରି କରିଛନ୍ତିି। ଅନ୍ୟପକ୍ଷରେ ପ୍ରବୀର ରାୟ ମଧ୍ୟ ସମାନ ପ୍ରକାର ଅଭିଯୋଗ କରିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ମୁନି ବିଜେଡିରୁ ନିଲମ୍ବିତ

ଫୁଲବାଣୀ ଅଫିସ, ୯ା୪: ଫୁଲବାଣୀ ପୌର ପରିଷଦ ନିର୍ବାଚନରେ ଦଳ ବିରୋଧରେ କାମ କରିବା ଅଭିଯୋଗରେ କନ୍ଧମାଳ ଜିଲା ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ ମୁନିଙ୍କୁ...

ପାଠପଢ଼ା ବେଳେ ବିଦ୍ୟାଳୟରେ ବଜ୍ରପାତ: ୧୦ ଛାତ୍ରୀଛାତ୍ର ଗୁରୁତର

ଦେବଗଡ଼,୧୯।୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା ତିଲେଇବଣି ବ୍ଲକ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ...

ବ୍ଲୁ ଫ୍ଲାଗ ବିଚ୍‌: ପରୀକ୍ଷା ପାଇଁ ଗଲା ସମୁଦ୍ର ପାଣି

ପୁରୀ ଅଫିସ,୧୬ା୧: ପୁରୀରେ ବ୍ଲୁ ଫ୍ଲାଗ ବିଚ୍‌ କାମ ଦ୍ରୁତଗତିରେ ଚାଲିଛି। ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଏହା ପର୍ଯ୍ୟଟକଙ୍କ ଆକର୍ଷଣ ପାଲଟିଲାଣି। ପ୍ରତ୍ୟହ...

ନୂଆ, ପୁରୁଣାଙ୍କ ଆଶା ମଉଳିଲା

ଯାଜପୁର ଅଫିସ,୧୬ା୧: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି (ଏସ୍‌ଟି) ତଥା ଆଦିବାସୀ ମହିଳାଙ୍କ...

ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ସ୍ଥିର

ଭୁବନେଶ୍ୱର, ୧୯।୫(ବ୍ୟୁରୋ):ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଆସାମ, ପଣ୍ଡିଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ ଆଦି ୬ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି କିମ୍ବା ହ୍ରାସ ପାଇବା...

ଅଁଳାନବମୀରେ ସାକ୍ଷୀଗୋପାଳ ଚଳଚଞ୍ଚଳ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ସାକ୍ଷୀଗୋପାଳ,୨ା୧୧(ଡି.ଏନ୍‌.ଏ.): ପୁରୀ ଜିଲାର ଦିତୀୟ ବୃହତ୍ତମ ଗଣପର୍ବ ସାକ୍ଷୀଗୋପାଳ ମନ୍ଦିରରେ ବୁଧବାର ଅଁଳାନବମୀ ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ବର୍ଷକୁ ଗୋଟିଏ ଦିନ ସାକ୍ଷୀଗୋପାଳ...

ଘରେ ଘରେ ଔଷଧ ପହଞ୍ଚାଉଛି ପୋଲିସ

ଆରଡି, ୧୧ା୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ଭଦ୍ରକ ଜିଲା ଆରଡି ଫାଣ୍ଡିର କର୍ମଚାରୀମାନେ ଆରଡି, ନାନ୍ଦପୁର, ଓଳଗ, ସୁନ୍ଦରପୁର ଆଦି ପଞ୍ଚାୟତର ୨୩ଖଣ୍ଡ ଗାଁରେ ଔଷଧ ପହଞ୍ଚାଉଛନ୍ତି। ସୂଚନା...

କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର: କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): କେନ୍ଦୁପତ୍ରରୁ ଜିଏସ୍‌ଟି ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଥିବା ଚିଠିରେ...

Advertisement
Archives

Model This Week