Posted inଜାତୀୟ

ବର୍ଷା ବିତ୍ପାତ: ମୃତ୍ୟୁସଂଖ୍ୟା ୧୪୫; ବିହାର ଉପମୁଖ୍ୟମନ୍ତ୍ରୀ ଓ ପରିବାରଙ୍କୁ ଉଦ୍ଧାର କଲା ଏନ୍‌ଡିଆର୍‌ଏଫ୍‌

ନୂଆଦିଲ୍ଲୀ, ୧ା୧୦(ପି.ଟି.): ବିହାର ଓ ଉତ୍ତରପ୍ରଦେଶ ସମେତ ୪ ରାଜ୍ୟରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୧୪୫ରେ ପହଞ୍ଚିଛି। ଲଗାଣ ବର୍ଷା ଯୋଗୁ କେତେକ ରାଜ୍ୟରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିହାରରେ ଅନେକ ଲୋକ ପାଣିଘେରରେ ରହିଛନ୍ତି। ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଓ ତାଙ୍କ ପରିବାର ସଦସ୍ୟ ପାଟନା ବାସଭବନରେ ଜଳବନ୍ଦୀ ରହିଥିବାବେଳେ ସୋମବାର ସେମାନଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ବୋଟ୍‌ ସହାୟତାରେ ଉଦ୍ଧାର କରିଛି। ରାଜ୍ୟ ସରକାର ବାୟୁସେନା ହେଲିକପ୍ଟରରେ ପ୍ରପୀଡ଼ିତଙ୍କୁ ରିଲିଫ ଯୋଗାଇବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି।
ବିହାରରେ ତିନିଦିନ ଧରି ଲାଗି ରହିଥିବା ବର୍ଷାରେ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ଶହେ ବର୍ଷ ମଧ୍ୟରେ ବିହାରରେ ଏଭଳି ବର୍ଷା କେବେ ହୋଇ ନ ଥିଲା ବୋଲି କୁହାଯାଉଛି। ରାଜଧାନୀର ଅଧିକାଂଶ ହସ୍ପିଟାଲରେ ପାଣି ପଶିଯାଇଥିବାରୁ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେହିପରି ଜେଲ୍‌ରେ ପାଣି ପଶିଯିବାରୁ ବନ୍ଦୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପାଟନାର ଅଧିକାଂଶ ଅଞ୍ଚଳରେ ୪ରୁ ୬ ଫୁଟ ଉଚ୍ଚତାର ପାଣି ଲହଡି ଭାଙ୍ଗୁଛି। ବ୍ୟସ୍ତବହୁଳ ଡାକ ବଙ୍ଗଳା ଚୌରାହା, ଏନ୍‌ଏମ୍‌ସିଏଚ୍‌ ଓ ଅନ୍ୟ ଅଞ୍ଚଳରେ ଛାତିଏ ଉଚ୍ଚର ପାଣି ଚାଲୁଛି। ସେହିପରି ରାଜେନ୍ଦ୍ର ନଗର, ରାମକ୍ରିଷ୍ଣ ନଗର, କଙ୍କରବାଗ୍‌, ବୋରିଂ ରୋଡ, ନାଲା ରୋଡ୍‌, ଗାନ୍ଧୀ ମୈଦାନ, ଦନାପୁର, ଗୋଲା ରୋଡ ଆଦି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ୧୯୭୫ ପରେ ପାଟନାରେ ଏଭଳି ବର୍ଷା ବିତ୍ପାତ କେବେ ହୋଇ ନ ଥିଲା।
ଉତ୍ତରପ୍ରଦେଶ ସ୍ଥିତି ମଧ୍ୟ ସମାନ। ବାଲିଆ ଜିଲା ଜେଲ୍‌ରେ ଗଙ୍ଗା ନଦୀର ପାଣି ପଶିଯିବାରୁ ସେଠାରୁ ପ୍ରାୟ ୯୦୦ କଏଦୀଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ୫୦୦ କଏଦୀଙ୍କୁ ଆଜମଗଡ଼ ଜେଲ୍‌କୁ ଓ ଅନ୍ୟମାନଙ୍କୁ ଆମ୍ବେଦକରନଗର ଜେଲ୍‌କୁ ସ୍ଥାନାନ୍ତର କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏମାନଙ୍କ ସ୍ଥାନାନ୍ତର ଲାଗି ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ମଧ୍ୟ କରାଯାଇଛି। ବର୍ଷା ଓ ବନ୍ୟା ଯୋଗୁ କେବଳ ଉତ୍ତରପ୍ରଦେଶରେ ମୃତ୍ୟୁସଂଖ୍ୟା ୧୦୦ରେ ପହଞ୍ଚିଛି। ଏହାଛଡ଼ା ଝାଡ଼ଖଣ୍ଡର ଦୁମ୍‌କାରେ କାନ୍ଥପଡ଼ି ୩ ଜଣ ପ୍ରାଣ ହରାଇଥିବାବେଳେ ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବର୍ଷାଜନିତ କାରଣରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗୁଜରାଟର ରାଜକୋଟ ଜିଲାରେ ବନ୍ୟା ଜଳରେ ଏକ କାର ଭାସିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶତାବ୍ଦୀ ଶେଷ ସୁଦ୍ଧା ଭାରତ ହେବ ୪.୪ ଡିଗ୍ରୀ ଅଧିକ ଉତ୍ତପ୍ତ

ନୂଆଦିଲ୍ଲୀ,୧୬ା୬(ପି.ଟି.): ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ହୋଇପାରେ। ସେହିପରି ଉଷ୍ମ ପ୍ରବାହର ତୀବ୍ରତା ୩-୪ ଗୁଣ ବଢ଼ିପାରେ...

ଏକଜିଟ୍ ପୋଲ ଉପରେ ଏବେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୭ ।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଆଉ ମାତ୍ର କିଛି ସମୟ ପରେ ଶେଷ ହୋଇଯିବ । ନଭେମ୍ବର ୧୦ରେ ଏହାର ଫଳାଫଳ...

କର୍ମଚାରୀ ଏବଂ ତାଙ୍କ ପରିବାରର ଟିକା ଖର୍ଚ୍ଚ ବହନ କରିବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୫।୩: ଇନଫୋସିସ, ଆସେଞ୍ଚର, ଟିିସିଏସ ପରେ ଏବେ ଦେଶର ସର୍ବବୃହତ କର୍ପୋରେଟ ହାଉସ ରିଲାଏନ୍ସ କମ୍ପାନୀ ତା’ର କର୍ମଚାରୀ ଓ କର୍ମଚାରୀଙ୍କ ପରିବାର ଲୋକଙ୍କ ଟିକା...

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦ୍ୱିତୀୟଥର ପଚରାଉଚରା କରାଯିବ। ଏହା ବିରୋଧରେ କଂଗ୍ରେସ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବ।...

ପୁଣେରେ ଅକ୍ସଫୋର୍ଡ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ

ପୁଣେ,୨୦ା୯: ମହାମାରୀ କରୋନା ଭାଇରସ୍‌ ରୋକିବାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଭାରତର ପୁଣେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକା କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ...

ଆନ୍ଧ୍ର ପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ

ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମାର୍ଚ୍ଚ ୩୦ରେ ଜଣେ ୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସେ କରୋନାରେ...

ହୋଲି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ସାରା ଦେଶରେ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳନ କରାଯାଏ। ହୋଲି ଅବସରରେ ଲୋକମାନେ ରଙ୍ଗରେ ଭିଜୁଥିବା ଦେଖାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...

ଅକ୍ସିଜେନ ଅଭାବରୁ ୭କରୋନା ଆକ୍ରାନ୍ତ ମୃତ

ମୁମ୍ବାଇ,୧୩।୪: ମହାରାଷ୍ଟ୍ରରେ କରୋନା କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହସ୍ପିଟାଲରୁ ଏକ ଅବହେଳାରେ...

Advertisement
Archives

Model This Week