ବର୍ଷା ପୂର୍ବରୁ କାମ ସାରିବାକୁ ଅଧିକାରୀଙ୍କୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଗାଁ (ଡି.ଏନ.ଏ)/ନୟାଗଡ଼ ଅଫିସ,୧୨।୬- ନୟାଗଡ ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ମଙ୍ଗଳବାର ଅପରାହ୍ନ ୫ଟାରେ ରାଜ୍ୟ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ଡ.ଏନ. ତିରୁମାଲା ନାୟକ ଅଧ୍ୟକ୍ଷତା କରିଥିଲେ। କିଭଳି ଭାବରେ ଓଡିଶାକୁ ପ୍ରଗତି ପଥରେ ଆଗେଇ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରାଯାଇ ପାରିବ ସେ ନେଇ ଅଧିକାରୀମାନଙ୍କ ସହ ମନ୍ତ୍ରୀ ସାହୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନିର୍ବାଚନ ଏବଂ ବାତ୍ୟା ଫନୀ ପାଇଁ ସମସ୍ତ କାର୍ଯ୍ୟ ଓ ପ୍ରକଳ୍ପ ତ୍ୱରାନ୍ବିତ ହେବାରେ ବାଧା ସୃଷ୍ଟି ହୋଇଛି ା ତେଣୁ ସେସବୁ ବକେୟା କାମଗୁଡ଼ିକୁ ବର୍ଷା ଆସିବା ପୂର୍ବରୁ କିଭଳି ଭାବେ ଶେଷ କରାଯିବ ସେ ନେଇ ସମସ୍ତ ବିଭାଗୀୟ ଅଧିକାରୀ ଚେଷ୍ଟା କରିବା ପାଇଁ ମନ୍ତ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। କେଉଁ କାର୍ଯ୍ୟ କିଭଳି ଭାବେ ସମ୍ପାଦନ କରାଯିବ ତାହାର ଏକ ଖସଡ଼ା ଯଥାଶୀଘ୍ର ପ୍ରସ୍ତୁତ କରିବା ଲାଗି ମଧ୍ୟ ପରାମର୍ଶ ଦେଇଥିଲେ ା ଉନ୍ନତିମୂଳକ କାର୍ଯ୍ୟ ପାଇଁ ଦିଆଯାଇଥିବା ଅନୁଦାନ ରାଶି ଯେପରି ଫେରି ନ ଯାଏ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, କ୍ଷୁଦ୍ରଜଳସେଚନ, ଜଳସେଚନ, ଉଠାଜଳସେଚନ, ଉଦ୍ୟାନ, କୃଷି, କ୍ରୀଡ଼ା, ସଂସ୍କୃତି, ଯୋଗାଣ, ପଞ୍ଚାୟତ, ମସତ୍‌ୟ, ପଶୁପାଳନ, ସମାଜ ମଙ୍ଗଳ, ଶିକ୍ଷା, ସ୍ବାସ୍ଥ୍ୟ, ନଗର ଉନ୍ନୟନ ଏବଂ ମଙ୍ଗଳ ବିଭାଗ ଆଦିଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ା ବରିଷ୍ଠ ନାଗରିକ ତଥା ଯୋଗ୍ୟ ହିତାଧିକାରୀମାନେ ଯେପରି ସୁବିଧା ସୁଯୋଗ ପାଇ ପାରିବେ ସେଥିପ୍ରତି ସମସ୍ତେ ଧ୍ୟାନ ଦେବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ ସହଯୋଗ କରିବା ପାଇଁ ମନ୍ତ୍ରୀ ସାହୁ ପରାମର୍ଶ ଦେଇଥିଲେ ା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବନଖଣ୍ଡ ଅଧିକାରୀ, ଅତିରିକ୍ତ ଜିଲାପାଳ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ଜିଲାପାଳ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲରେ ସରକାରୀ ଜାଗା, ପ୍ରଶାସନ ନୀରବ

ଖଣ୍ଡପଡା,୪ା୫(ସ୍ବ.ପ୍ର): ଦୀର୍ଘବର୍ଷ ଧରି ଖଣ୍ଡପଡ଼ା ତହସିଲ ଅଧୀନ କୁମ୍ଭାରପଡ଼ା ଗ୍ରାମରେ ଏକର ଏକର ସରକାରୀ ଜାଗା ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଜବରଦଖଲ କରି କବ୍‌ଜାରେ ରଖିଛନ୍ତି।...

ମେଧାବୃତ୍ତି ପରୀକ୍ଷାରୁ ବଞ୍ଚିତ ହେଲେ ଅଣସ୍ବୀକୃତିପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ର: ଏନ୍‌ଓସି ନ ଥାଇ ଚାଲିଛି ୧୩ ବିଦ୍ୟାଳୟ

ଖଣ୍ଡପଡ଼ା,୨୧।୮(ସ୍ବ.ପ୍ର)-ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ ଉଦାସୀନତାର ସୁଯୋଗ ନେଇ ଖଣ୍ଡପଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ)ନ ଥାଇ ୧୩ ଘରୋଇ ବିଦ୍ୟାଳୟ ଚାଲିଥିବା ପ୍ରଶାସନ ସୂତ୍ରରୁ...

ରାସ୍ତା ପାର୍ଶ୍ୱରେ ବିପଦ

ଖଣ୍ଡପଡ଼ା,୩ା୨(ସ୍ବ.ପ୍ର.): ଖଣ୍ଡପଡ଼ା ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ଥିବା ଏକାଧିକ ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ବିପଦସଙ୍କୁଳ ଅବସ୍ଥାରେ ରହିଛି । ଟିପିସିଓଡିଏଲର ଖାମଖିଆଲ ମନୋଭାବ ଯୋଗୁ ଉକ୍ତ...

ବିଦ୍ୟୁତ୍‌ ତାରରେ ବସା ବାନ୍ଧୁଛି ବାଇଚଢ଼େଇ: ଦେଖିବାକୁ ମିଳୁନାହିଁ ଖଜୁରି , ତାଳଗଛ

ନୟାଗଡ଼ ଅଫିସ,୧୪।୮-ପୂର୍ବେ ରାସ୍ତାରେ ଯାଉଥିବା ବେଳେ ଗଛଡାଳରେ ବାଇଚଢ଼େଇ ବସା ଓ ତା’ର କିଚିରିମିଚିର ଶବ୍ଦ ଶୁଣିବା ପାଇଁ ବାଟୋଇଟିଏ କିଛି ସମୟ ପାଇଁ ଅଟକି...

ବନ୍ୟାରେ ଲୋକେ ସଂଗ୍ରହ କରୁଛନ୍ତି ଜାଳକାଠ

ଖଣ୍ଡପଡ଼ା,୧୫ା୮(ସ୍ବ.ପ୍ର.)-ଉପର ମୁଣ୍ଡରେ ପ୍ରବଳ ଓ ଲଗାଣ ବର୍ଷା ଯୋଗୁ ମହାନଦୀ ଓ ଏହାର ଉପନଦୀ କମେଇ, କୁଆଁରିଆ, କାଳୀଗିରି ଓ କୁସୁମୀ ନଦୀଗୁଡିକରେ ବନ୍ୟା ଦେଖାଦେଇଛି...

ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ କାଠ ପଠାଗଲା

ଖଣ୍ଡପଡ଼ା,୧୦ା୩(ସ୍ବ.ପ୍ର): ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରତିବର୍ଷ ପରି ଭୁବନେଶ୍ୱରରେ ଚଳିତ ମାସ ୨୯ରେ ଅନୁଷ୍ଠିତ ହେବ । ରୁକୁଣା ରଥ ନିର୍ମାଣ ନିମନ୍ତେ ଖଣ୍ଡପଡ଼ା...

ଆର୍‌ଡି ବିଭାଗର କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ: ରାସ୍ତାକାର୍ଯ୍ୟ ନିମ୍ନମାନର, ହେଉନି ରକ୍ଷଣାବେକ୍ଷଣ

ନୂଆଗାଁ,୧୭ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ...

ଗାଡ଼ି ଲୋନ୍‌ ପରିଶୋଧ ପାଇଁ ଅପହରଣ

ନୟାଗଡ଼ ଅଫିସ/ ଓଡ଼ଗଁା, ୨୧ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ କୁରାଳ ସୁବୁଦ୍ଧି ସାହିର ୭ମଶ୍ରେଣୀର ଛାତ୍ର ଅମ୍ରିତ ପାତ୍ର ଅପହରଣ ଘଟଣାର...

Advertisement
Archives

Model This Week