Posted inରାଜ୍ୟ

ବର୍ଷା ଉଭାନ, ଚାଷୀ ଚାତକ: ଫାଟିଲାଣି ତଳି ଘେରା

ନାଉଗଁ।,୨୦ା୭(ସ୍ବ.ପ୍ର.): ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତବର୍ଷ ନାଉଗଁ। ବ୍ଲକ ଅଞ୍ଚଳରେ କମ୍‌ ବର୍ଷା ହୋଇଛି। ଫଳରେ ଚାଷ କାର୍ଯ୍ୟ ଏ ପର୍ଯ୍ୟନ୍ତ ଠିକ୍‌ ଭାବେ ହୋଇପାରିନାହିଁ। ଯେଉଁ ଚାଷୀମାନେ ନିଜସ୍ବ ଉଦ୍ୟମରେ ତଳି ପକାଇଥିଲେ ପାଣି ଅଭାବରୁ ସେମାନଙ୍କ ତଳି ଘେରା ଫାଟି ଅଁ। କଲାଣି। ତେଣୁ ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ତଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏକମାତ୍ର ଭରସା ହେଉଛି ଉଠା ଜଳସେଚନ ପ୍ରକଳ୍ପ। ମାତ୍ର ସେଗୁଡିକ ମଧ୍ୟ ଅଚଳ। ତେଣୁ ଚାଷୀ ବର୍ଷାକୁ ଚାତକ ଭଳି ଚାହିଁ ରହିଛନ୍ତି। ପ୍ରକାଶ ଯେ, ନାଉଗଁ। ବ୍ଲକର ଜାମୁଗଁ।, ରୋହିଆ, ଗଜରାଜପୁର, ନୂଆଗଁ। ପଞ୍ଚାୟତକୁ ଛାଡ଼ିଦେଲେ ଆଉ ୧୨ ପଞ୍ଚାୟତର ଚାଷ ସମ୍ପୂର୍ଣ୍ଣ ଭାବେ ବର୍ଷା ଜଳ ଉପରେ ନିର୍ଭର କରିଥାଏ। କିନ୍ତୁ ଚଳିତବର୍ଷ ଚାଷ କାର୍ଯ୍ୟ ଆରମ୍ଭରୁ ପ୍ରକୃତି ଦାଉ ସାଧିଲାଣି। କୃଷି ବିଭାଗ ସୂଚନା ଅନୁଯାୟୀ, ଚଳିତବର୍ଷ ୭ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଇଛି। ୫ ହଜାର ହେକ୍ଟର ଜମିରେ ଶାରଦ ଓ ୨ ହଜାର ହେକ୍ଟର ଜମିରେ ଲଘୁ ଜାତୀୟ ଧାନ ଚାଷ ହୋଇଛି। ଚାଷୀ ଅଧିକ ଅମଳକ୍ଷମ ବିହନ ଯଥା ଧଳାସ୍ବର୍ଣ୍ଣ, ନାଲି ସ୍ବର୍ଣ୍ଣ, ପୂଜା, ୧୦୧୮, ୧୦୦୯, କଳାଶ୍ରୀ ଆଦି ଧାନ ଚାଷ କରିବା ପାଇଁ କ୍ଷେତ ପ୍ରସ୍ତୁତ କରିଥିବାବେଳେ ଲଘୁଜାତୀୟ ଧାନ ସୁପ୍ରଭା, ଖଣ୍ଡଗିରି, ବିଶା-୧୧ ଆଦି ଧାନ ବୁଣା ଶେଷ କରିଦେଇଛନ୍ତି। ତିରୁଣା, ଓଷକଣା, କୋରୁଆ, ଡେରିକି ଆଦି ପଞ୍ଚାୟତରେ ଚାଷୀ ଜୁନ ପ୍ରଥମ ସପ୍ତାହରେ ଖରୁଡି ଧାନ ବୁଣିଥିଲେ। ଅଧିକ ଅମଳକ୍ଷମ ବିହନ ତଳି ପକାଇବା ପାଇଁ ଚାଷୀ ତଳିଘେରା ପ୍ରସ୍ତୁତ କରିଥିବାବେଳେ ବର୍ଷା ଅଭାବରୁ ତଳି ଘେରା ଫାଟିଗଲାଣି। କେତେକ ତଳି ମଧ୍ୟ ନଷ୍ଟ ହୋଇଗଲାଣି। ସେପଟେ ବୁଣାହୋଇଥିବା ଧାନ ଜମିରେ ପାଣି ନ ଥିବାରୁ ଅନାବନା ଘାସ ମାଡ଼ିଗଲାଣି। ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୧୭ ସୁଦ୍ଧା ବ୍ଲକରେ ୮୬ଟି ଉଠା ଜଳସେଚନ ପ୍ରକଳ୍ପ ଥିଲା। ସେଥିମଧ୍ୟରୁ ୨୦ଟି ପ୍ରକଳ୍ପର ପୁନରୁଦ୍ଧାର କରାଯାଇଥିବାବେଳେ ସେଥିରେ ୨ କୋଟି ୫ ଲକ୍ଷ ୪୬ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ୭୬ଟି ପ୍ରକଳ୍ପ ଜଳ ଯୋଗାଇବା ପାଇଁ ପ୍ରସ୍ତୁତ ଥିବାବେଳେ ୧୫ ପ୍ରକଳ୍ପ ବର୍ତ୍ତମାନ ଜଳ ଯୋଗାଉଛି। ତେବେ ଏହି ତଥ୍ୟ ବାସ୍ତବତାଠାରୁ ସମ୍ପୂର୍ଣ୍ଣ ଭିନ୍ନ। କାଗଜ କଲମରେ ପାଣି ପଞ୍ଚାୟତ ଚାଲିଥିବାବେଳେ ଏହି ବ୍ଲକ ତିରୁଣା ପଞ୍ଚାୟତର ଅରିଓଦା, ଶିଖର ପଞ୍ଚାୟତର ପାଟେଣିଗଁା ପ୍ରକଳ୍ପକୁ ଛାଡି ଅନ୍ୟ ସମସ୍ତ ପ୍ରକଳ୍ପ ଅଚଳ ରହିଛି। କେଉଁଠି ଅଳ୍ପଦିନ ପାଣି ପଡି ପ୍ରକଳ୍ପ ଅଚଳ ହୋଇଛି ତ ଆଉ କେଉଁଠି ଆଦୌ ପାଣି ପଡିନାହିଁ। ତେଣୁ ଯଥାଶୀଘ୍ର ଏହି ଉଠାଜଳସେଚନ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: କରୋନା ନେଲା ଆଉ ୨ ଜୀବନ; ମୃତକ ଦ୍ୱୟ ଗଞ୍ଜାମ ଜିଲାର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ରାଜ୍ୟରେ ସୋମବାର ୨୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଗଞ୍ଜାମ ଜିଲାର ବୋଲି...

ମହୀପୁରକୁ ସମ୍ପ୍ରସାରଣ ହେଲା ପାସେଞ୍ଜର ଟ୍ରେନ୍‌

ନୟାଗଡ଼ ଅଫିସ,୨୭।୧୨: ନୟାଗଡ଼ ଜିଲା ନୂଆଗାଁ ବ୍ଲକର ମହୀପୁର ଷ୍ଟେଶନ ଗୁରୁବାର ରେଳ ମାନଚିତ୍ରରେ ସ୍ଥାନ ପାଇଛି। ଫଳରେ ବହୁ ପ୍ରତୀକ୍ଷିତ ଅଞ୍ଚଳବାସୀ ଏ ନେଇ...

ହୋମ୍‌ ଆଇସୋଲେଶନରେ ୭୦% ଆକ୍ରାନ୍ତ

ଭୁବନେଶ୍ୱର, ୧୯। ୯(ବ୍ୟୁରୋ):  ଦେଶ ତୁଳନାରେ ରାଜ୍ୟରେ କରୋନା ସ୍ଥିତି ଭଲ ରହିଛି। ଓଡ଼ିଶାରେ କରୋନା ମୃତ୍ୟୁ ହାର ସାରା ଦେଶରେ କମ୍‌ ରହିଛି। ରାଜ୍ୟରେ...

୭ ଫୁଟର କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ

ଭୁବନେଶ୍ୱର, ୨୧।୬(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଏକ ୭ ଫୁଟ ଲମ୍ବର କଲରାପତରିଆ ବାଘ ଛାଲ ଶୁକ୍ରବାର ଜବତ କରିଛି। ଏଥିରେ ସମ୍ପୃକ୍ତ ୩...

କରୋନା ନେଲା ଆଉ ଜଣଙ୍କ ଜୀବନ

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗୁନି। ଗତ ୨୪ ଘଣ୍ଟାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି।...

ପାଠପଢ଼ା ପାଇଁ ଜୀବନ ବାଜି

ଦଶମନ୍ତପୁର, ୨୦ା୮(ଡି.ଏନ୍‌.ଏ.): ଆଜି ବି ଏମିତି ପଞ୍ଚାୟତ ଏବଂ ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା...

ରାଜ୍ୟର ଅଧା ଜିଲା ମାଓବାଦୀ ପ୍ରଭାବିତ

ଭୁବନେଶ୍ୱର,୨।୭(ବ୍ୟୁରୋ): ରାଜ୍ୟର ଅଧା ଜିଲା ମାଓବାଦୀ କାର୍ଯ୍ୟକଳାପ ଦ୍ୱାରା ପ୍ରଭାବିତ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଶ୍ରେଣୀ ବିଭାଗ ଅନୁଯାୟୀ କୋରାପୁଟ ଏବଂ ମାଲକାନଗିରି ଅତ୍ୟନ୍ତ ବାମପନ୍ଥୀ ଉଗ୍ରବାଦ...

କଣ୍ଟାମାଳରେ ଭାଜପା, ବୌଦ୍ଧରେ ବିଜେଡି ଆଗୁଆ

ବୌଦ୍ଧ,୨୩।୫: ୧୦ ରାଉଣ୍ଡ ଗଣତି ସୁଦ୍ଧା କଣ୍ଟାମାଳ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଚରଣ ଡାଙ୍ଗ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମହୀଧର ରଣାଙ୍କଠାରୁ ୫୩୨୦...

Advertisement
Archives

Model This Week