ବର୍ଷା ଆସିଲାଣି, ଡ୍ରେନ୍‌ ସଫେଇ ସରୁନି

ସମ୍ବଲପୁର,୪ା୬(ବ୍ୟୁରୋ)
ସମ୍ବଲପୁରରେ ନାଳନର୍ଦ୍ଦମା ସଫା କାମ ଶେଷ ହେଉନାହିଁ। ଫଳରେ ଏଥର ବର୍ଷା ଦିନେ ଜଳ ନିଷ୍କାସନ ହୋଇ ନ ପାରି କୃତ୍ରିମ ବନ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି। ଏପ୍ରିଲ ମାସ ଶେଷ ସୁଦ୍ଧା ଜିଲା ପ୍ରଶାସନ ସହର ବିଭିନ୍ନ ଛୋଟ ବଡ ନାଳକୁ ସଫା କରିଥାଏ। ହେଲେ ଆଜି ପଯର୍‌ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନି। ଜୁନ ଦ୍ୱିତୀୟ ସପ୍ତାହରେ ଓଡିଶାକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରି ସୂଚନା ଦେଇଛି। ଏଣୁ ଏଥର ସହରରେ କୃତ୍ରିମ ବନ୍ୟା ହେବା ଜଳ ଜଳ ଦିଶୁଛି। ଶୀତଳଷଷ୍ଠୀ ଯାତ୍ରା କମିଟି ଏପ୍ରିଲ ୧୮ ତାରିଖ ପ୍ରଶାସନର ପ୍ରସ୍ତୁତି ବୈଠକରେ ଏହି ସମସ୍ୟାକୁ ଉପସ୍ଥାପନା କରି ଉଦ୍‌ବେଗ ପ୍ରକାଶ କରିଥିଲା।
ସହରରେ ଧୋବିଯୋର ଓ ଟାଙ୍ଗନା ନାଳା ଭଳି ଦୁଇଟି ପ୍ରମୁଖ ନାଲା ରହିଛି । ଏହା ସହ ମୁଖ୍ୟ ରାସ୍ତା ପାର୍ଶ୍ୱ ଗଳି ଗୁଡିକରେ ଡ୍ରେନ ରହିଛି । ହେଲେ ଏବେ ନାଳରେ ଅଳିଆ ଆବର୍ଜନା ପଡି ରହିଛି। ଅନାବନା ଲଟା ସହ ପଙ୍କରେ ପୋତି ହୋଇଛି । ବାରମ୍ବାର ଅଭିଯୋଗ କଲା ପରେ ପ୍ରଶାସନ ପକ୍ଷରୁ ମାତ୍ର ହାତ ଗଣତି କେତୋଟି ଜେସିବି ଓ ଶ୍ରମିକ ଲଗାଇ ସଫେଇ କାମ ଆରମ୍ଭ କରାଯାଇଛି। ହେଲେ ତାହା ଯଥେଷ୍ଟ ନୁହେଁ । ଫାର୍ମ ରୋଡ ଓ ମ୍ୟୁନିସିପାଲିଟି ହାଇସ୍କୁଲ ନିକଟରେ ବ୍ରିଜ କାମ ହୋଇ ପାରିନାହିଁ । ସେହିପରି ଟାଙ୍ଗନା ନାଳା କଂକ୍ରିଟ କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ। ଫାର୍ମରୋଡ ଅଞ୍ଚଳ, ମୁଦିପଡା, ଆମ୍ବେଡକର ନଗର, କୁମ୍ଭାର ପଡା, ତବଲାପଡା, ମାୟା ବଗିଚା ଭଳି ତଳି ଅଞ୍ଚଳବାସୀ ଭୟ କରୁଛନ୍ତି । ହେଲେ ଜବରଦଖଲ ହେତୁ ସଫେଇ କାମ ଓ ନିର୍ମାଣ କାମରେ ବାଧା ହେଉଥିବା ଜଳସେଚନ ବିଭାଗ କହୁଛି। ଅନ୍ୟପକ୍ଷେ ସହରର ମୁଖ୍ୟ ରାସ୍ତା ଗୁଡିକରେ ଡ୍ରେନ ଉପରେ କଂକ୍ରିଟ ସ୍ଲାବ୍‌ କରାଯାଇଛି। ତେଣୁ ସଫେଇ କାର୍ଯ୍ୟରେ ସମସ୍ୟା ରହୁଛି। ଅଳ୍ପ ବର୍ଷା ହେଲେ ମଧ୍ୟ ଲକ୍ଷ୍ମୀ ଟକିଜ ରୋଡ, ଗେଟିରୋଡ, ହୀରାକୁଦ କଳୋନୀ, ଧନୁପାଲି ଛକ, ହସପିଟାଲ ରୋଡ, ମୁଦିପଡା ଛକ ରାସ୍ତାରେ ପାଣି ଚାଲିବା ଗତ ବର୍ଷାରେ ଦେଖା ଦେଇଥିଲା । ସେହିପରି ଗତ ବର୍ଷ ବନ୍ୟାରେ ତଳି ଅଞ୍ଚଳର ୧୩୪୦ ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ରହିଛି । ତେବେ ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ପଣ୍ଡା କହିଛନ୍ତି ଯେ, ପ୍ରତି ବର୍ଷ ସଫେଇ କରାଯାଏ । ଏବେ ସଫେଇ କାମ ଆରମ୍ଭ ହୋଇଛି । ଜୁନ ୧୦ ତାରିଖ ସୁଦ୍ଧା ଏହା ସରିଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ଟନରଠାରୁ ଟଙ୍କା ଆଦାୟ ଲାଗି ସୁପାରୀ ଦେଇଥିଲେ ରେଲ୍‌ଓ୍ବେ ଇଞ୍ଜିନିୟର

ସମ୍ବଲପୁର,୨୫ା୩(ବ୍ୟୁରୋ): ସମ୍ବଲପୁର ଅଇଁଠାପାଲି ଥାନା ଦାନିପାଲିରେ ଘରେ ପଶି ମହିଳାଙ୍କୁ ଆକ୍ରମଣ ଘଟଣାର ପର୍ଦ୍ଦାଫାଶ୍‌ କରିଛି ପୋଲିସ । ଜମି ବ୍ୟବସାୟରେ ଦୁଇ ପାର୍ଟନର ଡବ୍ଳ୍ୟୁ...

ବିନିକା ପ୍ରିମିୟର ଲିଗ୍‌ : ପାଓ୍ବାର ବ୍ଲାଷ୍ଟର ଚାମ୍ପିୟନ

ବିନିକା, ୧୭ା୫(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକାରେ ଚାଲିଥିବା ଦ୍ୱିତୀୟ ବିନିକା ପ୍ରିମିୟର ଲିଗ୍‌(ବିପିଏଲ)କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ବିନିକା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟରେ...

ଜୁନ୍‌ରେ ବଢ଼ିଲା, ଜୁଲାଇରେ କମିଲା

ସମ୍ବଲପୁର, ୪। ୮(ବ୍ୟୁରୋ) ମୌସୁମୀ ବର୍ଷା ଠିକ୍‌ ସମୟରେ ଆସିଥିଲେ ମଧ୍ୟ ଧୋକା ଦେଇଛି। ଓଡ଼ିଶାର ବିଭିନ୍ନ ଜିଲାରେ ଅଦ୍ୟାବଧି ବର୍ଷା ପରିମାଣ ସ୍ବାଭାବିକ ହୋଇନାହିଁ।...

ଅନ୍ତର୍ଜାତୀୟ ଏଟିଏମ୍‌ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ: ୪ ଗିରଫ

ସମ୍ବଲପୁର,୨୦।୧୨(ବ୍ୟୁରୋ)-ସମ୍ବଲପୁର ଜିଲା ପୋଲିସ ଶୁକ୍ରବାର ଏଟିଏମ୍‌ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଏଥିରେ ପୋଲିସ ୪ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାର ନନ୍ଦପୁରର ରାଜେଶ...

ଜଙ୍ଗଲରେ ନିଆଁ ଲଗାଉଥିଲେ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ଛାମୁଣ୍ଡା ଜଙ୍ଗଲରେ ବନବିଭାଗ ଟିମ୍‌ ପାଟ୍ରେଲିଂ କରୁଥିବାବେଳେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଇଥିବା ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଉଡନ୍ତା ମୂଷା,...

ସାହାଯ୍‌ ଆଶ୍‌ରେ ପକ୍ଷାଘାତ ରୁଗୀ

ଲାଠୋର ୧୮ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ କହ୍ନେଇଛାପର ଗଁ।ର ଖଇରାପଡ଼ା। ଇ ପଡ଼ାରେ ଆଦିବାସୀ ସମାଜର ଉଦ୍ଧବ ଭୋଇ(୫୨)କଁର ଘର।...

ଗ୍ରାମବାସୀ ତିଆରି କଲେ କାଠପୋଲ

ସମ୍ବଲପୁର/ ନାକଟିଦେଉଳ,୧୦ା୯ (ବ୍ୟୁରୋ/ଡି.ଏନ.ଏ.): ବିକଶିତ ହେଉଛି ଦୁର୍ଗମ ଅଞ୍ଚଳ। ଏଭଳି ନାରା ଦେଉଛନ୍ତି ସରକାର। ହେଲେ ବାସ୍ତବ ଚିତ୍ର ଭିନ୍ନ। ସାମାନ୍ୟ ନାଳ ଉପରେ ପୋଲ...

କୋର୍ଟ କାର୍ଯ୍ୟ ସ୍ବାଭାବିକ ପାଇଁ ପ୍ରୟାସ

ସମ୍ବଲପୁର,୧୭ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। ଏଥିରେ କେନ୍ଦ୍ର ଉପରେ ଦୋଷ...

Advertisement
Archives

Model This Week