ରାସଗୋବିନ୍ଦପୁର,୭ା୮(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକର ଅଧିକାଂଶ ଲୋକ ଧାନଚାଷ ଉପରେ ନିର୍ଭର କରନ୍ତି। ଏହି ବ୍ଲକ ମଧ୍ୟରେ ସୁବର୍ଣ୍ଣରେଖା, ଜମ୍ଭୀରା ଓ ସାନନଦୀ ପ୍ରବାହିତ ହେଉଛି। ମାତ୍ର ବିଶେଷ ଜଳସେଚନ ବ୍ୟବସ୍ଥା ନ ଥିବାରୁ ଅଞ୍ଚଳର ଚାଷୀମାନେ ଖରିଫ ଧାନଚାଷ ପାଇଁ ବର୍ଷା ଉପରେ ହିଁ ନିର୍ଭର କରିଥାଆନ୍ତି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଅଞ୍ଚଳର ୮୦ଭାଗରୁ ଊର୍ଦ୍ଧ୍ୱ ଜମି ପଡିଆ ପଡିଛି। ବର୍ତ୍ତମାନ ଧାନଚାଷ ପାଇଁ ଲଘୁଚାପଜନିତ ବର୍ଷା ହିଁ ଚାଷୀଙ୍କ ପାଇଁ ଭରସା ପାଲଟିଛି। ଗତ ୩ ବର୍ଷ ହେଲା ଲଘୁଚାପ ବର୍ଷା ଯୋଗୁ ଚାଷୀମାନେ ଧାନଚାଷ ଅମଳ କରି ଆସୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୬ରେ ୧୧୪୮.୪ମି.ମି, ୨୦୧୭ରେ ୮୯୮.୧ମି.ମି, ୨୦୧୮ରେ ୯୬୧.୩ ମି.ମି ବର୍ଷା ହୋଇଥିଲା। ସାଧାରଣତଃ ଜୁନ୍ ମାସରେ ୨୧୫ମି.ମି, ଜୁଲାଇରେ ୩୬୬ମି.ମି., ଅଗଷ୍ଟ ମାସରେ ୩୬୪ମି.ମି ଓ ସେପ୍ଟେମ୍ବର ମାସରେ ୨୩୭ମି.ମି. ବର୍ଷା ଖରିଫ ଚାଷ ପାଇଁ ଆବଶ୍ୟକ ଥିବାବେଳେ ସ୍ବଳ୍ପ ବୃଷ୍ଟିପାତ ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଚଳିତ ଖରିଫ ଋତୁରେ ଏହି ବ୍ଲକରେ ୧୧ହଜାର ୯୬୦ ହେକ୍ଟର ଚାଷ ଜମିରେ କେବଳ ଧାନଚାଷ କରାଯିବାର କୃଷିି ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଗତ ଜୁନ୍ ମାସରେ ମାତ୍ର ୧୫୧.୭ ମି.ମି. ବର୍ଷା ହୋଇଛି। ଆବଶ୍ୟକତାଠାରୁ କମ୍ ପରିମାଣର ବୃଷ୍ଟିପାତ ହୋଇଥିବାରୁ ଏହି ବ୍ଲକର ୭୮୦ ହେକ୍ଟର ଜମିରେ ଧାନଚାଷ ହୋଇଛି। ଯେଉଁ କେତେକ ଚାଷୀ ନିଜ ଜମିରେ ବୋରୱେଲ ସ୍ଥାପନ କରିଛନ୍ତି ସେମାନେ ସ୍ବଳ୍ପ ଜମିରେ ଚାଷ କାର୍ଯ୍ୟ କରିବାରେ ସକ୍ଷମ ହୋଇଛନ୍ତି। ତେବେ ଶ୍ରାବଣମାସ ଶେଷ କିମ୍ବା ଭାଦ୍ରବ ପ୍ରଥମ ସପ୍ତାହ ମଧ୍ୟରେ ଆବଶ୍ୟକ ବୃଷ୍ଟିପାତ ନ ହେଲେ ରାସଗୋବିନ୍ଦପୁର ବ୍ଲକରେ ମରୁଡି ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ ବୋଲି କୁହାଯାଉଛି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଅଙ୍କିତ ଘୋଷ ଗୁରୁତର
ବ୍ରଜରାଜନଗର, ୨୭।୭ (ବିଜୟ କୁମାର ବରାଡ): ବ୍ରଜରାଜ ନଗର ଥାନା ଅନ୍ତର୍ଗତ ଇବ ଶ୍ମଶାନ ଘାଟ ନିକଟରେ ଥିବା ମଡପଣ୍ଡ ପାଖରେ ରବିବାର ବିଳମ୍ବିତ ରାତ୍ରୀରେ ପୋଲିସ…
ସୁଶାନ୍ତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର/ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ…
ଆଜି ଦାରୁବିଗ୍ରହଙ୍କ ନୀଳାଦ୍ରିବିଜେ: ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ରସଗୋଲା ଦେବେ ମହାପ୍ରଭୁ
ପୁରୀ,୨୭ା୭ (ଅଜିତ୍ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ଦାରୁଦିଅଁ। ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ତିନିରଥ ଉପରେ ଏବେ…
ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…
କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…
ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ
କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…
ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…
ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ
ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…
ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ
ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…
Archives

