ବର୍ଷା ଅଭାବରୁ ଚାଷ ଜମି ଫାଟିଲା

ବଡ଼ଗାଁ, ୧୮।୭ (ଡି.ଏନ.ଏ)-ବଡଗାଁ ବ୍ଲକ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ବର୍ଷା ଠାରୁ ଅତି କମ୍‌ ବୃଷ୍ଟିପାତ ଯୋଗୁ ମାଳ ଓ ଗୋଡା ଜମି ଫାଟି ଆଁ କଲାଣି। ବାହାଲ କିସମର କେତେକ ଖାଲୁଆ ଜମିରେ ସାମାନ୍ୟ ଆଦ୍ରତା ଥିଲାବେଳେ ଆଉ କେତେକ ବାହାଲ ଜମି ଶୁଖିଗଲାଣି। ଆସନ୍ତା ୪ରୁ ୮ ଦିନ ମଧ୍ୟରେ ବର୍ଷା ନ ହେଲେ ନିଶ୍ଚିତ ମରୁଡିର ପଦଧ୍ୱନୀ ଶୁଣାଗଲାଣି । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୩୧୭. ୯ ମିମି ବର୍ଷା ହୋଇଥିଲା ବେଳେ ଜୁଲାଇ ୧୧ରୁ ଏ ଯାଏଁ ବର୍ଷାର ଦେଖାନାହିଁ। ଜୁନରେ ୨୩୭. ୪ ମିମି, ଜୁଲାଇରେ ୩୮୬.୪ ମିମି, ଅଗଷ୍ଟରେ ୩୯୩. ୯ ମିମି ଓ ସେପ୍ଟେମ୍ବରରେ ୨୧୧.୫ ମିମି ବୃଷ୍ଟିପାତ ହେଲେ ସ୍ବାଭାବିକ ବର୍ଷା ଧରାଯାଏ ଓ ଏହା ଚାଷକୁ ଆଗେଇ ନେଇଥାଏ। ସେ ଅନୁଯାଇ ଜୁନ ଓ ଜୁଲାଇରେ ମୋଟ ୬୨୩.୮ ମିମି ବର୍ଷା ହେବା କଥା। କିନ୍ତୁ ବର୍ତ୍ତମାନ ସୁଦ୍ଧା ହୋଇଛି ୩୧୭.୯ ମିମି ବର୍ଷା । ସ୍ବଳ୍ପ ବର୍ଷା ଯୋଗୁ ହତାଶ ହୋଇପଡିଥିବା ଚାଷୀ ମେଘୁଆ କିମ୍ବା କଳା ହାଣ୍ଡିଆ ମେଘ ଦେଖିଲେ ମନରେ ଆଶା ଉଜ୍ଜିବିତ କରେ। କିନ୍ତୁ କିଛି ସମୟ ପରେ ପ୍ରଚଣ୍ଡ ଖରା ଆଶାକୁ ଝାଉଁଲି କରିଦିଏ। ତେବେ ଯେଉଁ ଚାଷୀମାନେ ଉଚ୍ଚ ଜମି ଯଥା ଗୋଡା, ମାଳ ଓ ବେର୍ଣ୍ଣା କିସମ ଜମିରେ ଧାନ ବୁଣିଥିଲେ ତାହା କେତେକ ସ୍ଥାନରେ ପୋଡି ପାଳ ହୋଇଯାଇଛି। ଆଉ କେତେକ ଧାନ ଚାରା ହଳଦିଆ ଦେଖାଗଲାଣି। ଏହି ଜମିଗୁଡିକରେ ରୁଆ କରିଥିବା ଚାଷୀଙ୍କ ଜମି ଫାଟି ଯାଇଥିବାରୁ ଓ ବର୍ଷାର ଅନିଶ୍ଚିତତା ଯୋଗୁ କୃଷକ ଚାଷ ଜମିକୁ ଯାଉ ନ ଥିବା ଦେଖାଯାଇଛି। ଫଳରେ ଜମିରେ ଗାଈ, ବଳଦ ପଶି ଚରିବା ଆରମ୍ଭ କଲେଣି। ସପ୍ତାହେ ମଧ୍ୟରେ ଭଲ ବର୍ଷା ନ ହେଲେ ଯେଉଁ ଚାଷୀ ରୁଆ ପାଇଁ ତଳି ପକାଇଛନ୍ତି ତାହା ଅନୁପଯୋଗୀ ହେବ। କୃଷକଙ୍କ ଜମି ଖାଲି ପଡି ରହିବ। ଯେଉଁ ଚାଷୀମାନେ ବିଳମ୍ବରେ ତଳି ପକାଇଛନ୍ତି ତାହା ଗଜା ହୋଇ ଶୁଖିଯିବ। ଯେଉଁ ଚାଷୀଙ୍କ ପାଇଁ ଖରିଫ ଧାନ ଚାଷ ହିଁ ପେଟ ପାଟଣାର ମୁଖ୍ୟ ଆଧାର ସେମାନେ ଏଭଳି ପରିସ୍ଥିତି ଦେଖି ମୁଣ୍ଡରେ ହାତଦେଇ ବସିଲେଣି। ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଜୁନରୁ ଅଗଷ୍ଟ ପର୍ଯ୍ୟନ୍ତ କିଛିଟା ବର୍ଷା ହେବାରୁ ଚାଷୀ ଖରିଫ ଧାନ ଚାଷ ଭଲ ହେବ ଆଶା କରିଥିଲେ। କିନ୍ତୁ ଜୁଲାଇ ମାସରେ ବର୍ଷା ନ ହେବାରୁ ଧାନ ଅମଳ କମିଯାଇଥିଲା। କେତେକ ଜମିର (ଉଚ୍ଛଜମି) ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଗତ ବର୍ଷ ମରୁଡିରେ କ୍ଷତିଗ୍ରସ୍ତ ଚାଷୀ ଚଳିତବର୍ଷ ସମ୍ଭାବ୍ୟ ମରୁଡିରେ ପଡିଲେ ଚାଷୀ ଅଣ୍ଟା ସଳଖାଇବା କଷ୍ଟକର ହୋଇପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ନ ଥିଲା ଲାଇନ୍‌: ନାଳକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ଛାତ୍ର

ଦେବଗଡ଼,୨୮ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ଗୋପପୁର ଗ୍ରାମର ଏକ ନାଳରେ ବୁଡି ଗୁରୁବାର ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି।…

ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ…

ଶାନ୍ତି ଚୁକ୍ତିର ଦ୍ୱାର ଦେଶରେ ଇରାନ-ଆମେରିକା, ଖୋଲିବ କି ହର୍ମୁଜ? ଜାଣନ୍ତୁ ଅପଡେଟ ଖବର

ତେହରାନ,୨୮।୫: ଆମେରିକା ଏବଂ ଇରାନ ଉଭୟ ଏକ ଶାନ୍ତି ଚୁକ୍ତିନାମାରେ ପହଞ୍ଚିବା ନିକଟରେ ପହଞ୍ଚିଛନ୍ତି। ଆକ୍ସିଓସର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକା ଏବଂ ଇରାନ…

ଗାଁରେ ପଶି ଲୋକଙ୍କୁ କାମୁଡ଼ିଲା ପାଗଳା କୁକୁର

ଗୁଡ଼ାରି,୨୮।୫(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଅସଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲିମି ଗ୍ରାମରେ ଗୁରୁବାର ପାଗଳା କୁକୁର ଆତଙ୍କ ଦେଖିବାକୁ ମିଳିଥିଲା। କୁକୁର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୮।୫: ଓଡ଼ିଶାରେ ଭାଜପା ସରକାରକୁ ପୂରଣ ହୋଇଛି ୨ ବର୍ଷ। ଏହି ଅବସରରେ ଏକ ବଡ଼ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ABVP ଜାତୀୟ…

ଜିର୍ଣ୍ଣୋଦ୍ଧାର ମହୋତ୍ସବ ଉଦ୍‌ଯାପିତ

ଦିଗପହଣ୍ଡି,୨୮ା୫(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହର ଉପକଣ୍ଠ କୁଶପଡ଼ାଗ୍ରାମ ନିକଟ କମାପଡ଼ିଆ ସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ୫ ଦିନ ବ୍ୟାପୀ…

CBSE ପ୍ରସଙ୍ଗକୁ ନେଇ ରାହୁଲ-ଧର୍ମେନ୍ଦ୍ର ମୁହାଁମୁହିଁ

ନୂଆଦିଲ୍ଲୀ,୨୮।୫: CBSE ର ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ଛାତ୍ରମାନଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ, ଏହି ପ୍ରସଙ୍ଗକୁ ନେଇ ରାଜନୈତିକ ଉତ୍ତେଜନା ମଧ୍ୟ ତୀବ୍ର ହୋଇଛି। ଗୁରୁବାର,…

ସଚିନ ତେନ୍ଦୁଲକରଙ୍କ ଟୁଇଟ ଉପରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିକ୍ରିୟା ଭାଇରାଲ, କହିଲେ ‘କ୍ରିକେଟର ଭଗବାନ’…

ନୂଆଦିଲ୍ଲୀ,୨୮।୫: ବୈଭବ ସୂର୍ଯ୍ୟବଂଶୀ ଇଣ୍ଡିଆନ ପ୍ରିମିୟର ଲିଗରେ ଚମକାଇ ଚାଲିଛନ୍ତି। ମାତ୍ର ୧୫ ବର୍ଷ ବୟସରେ ସେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ସନରାଇଜର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri