ବର୍ଷକୁ ୪ଶହ କୋଟି ଆୟ କରନ୍ତି ଖିଲାଡି ବୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଏକଦା ବ୍ୟାଙ୍କକ୍‌ରେ ସେଫ୍‌ ଓ ଓ୍ବେଟର ଭାବେ କାମ କରୁଥିବା ଅକ୍ଷୟ ଆଜି ବଲିଉଡ୍‌ର ଜଣେ ଆଗଧାଡିର ଅଭିନେତା। ଅକ୍ଷୟଙ୍କ ପୁରା ନାଁ ରାଜୀବ ହରିଓମ୍‌ ଭାଟିଆ। ହେଲେ ସେ ଅକ୍ଷୟ ନାଁରେ ବେଶି ପରିଚିତ। ୯ ସେପ୍ଟେମ୍ବର ୧୯୬୭ ଅମୃତସରରେ ଜନ୍ମ ନେଇଥିଲେ ଅକ୍ଷୟ। ଟାଇକୋଣ୍ଡାରେ ବ୍ଲାକ୍‌ ବେଲ୍ଟ ପାଇଥିବା ଏହି କଳାକାର ଆକ୍ସନ୍‌ ହିରୋ ଭାବେ ମଧ୍ୟ ବେଶ୍‌ ପରିଚିତ୍‌। ଆଜି ସେ ବଲିଉଡ୍‌ର ଅଧିକ ଆୟ କରୁଥିବା କଳାକାର ତାଲିକାରେ ନାଁ ଲେଖାଇଛନ୍ତି। ବଲିଉଡ୍‌ ଜଗତର ଜଣେ ଅନୁଶାସିତ କଳାକାର ଭାବେ ସେ ପରିଚିତ। କାରଣ ସେ ଭୋର ୫ଟାରୁ ଉଠିବା ସହ ରାତିରେ ବି ଶୀଘ୍ର ଡିନର କରନ୍ତି ବୋଲି କୁହାଯାଏ। ଯାହା ଫଳରେ ସେ ବେଶ୍‌ ଫିଟ୍‌ ଅଛନ୍ତି। ଅକ୍ଷୟଙ୍କ ଆୟ କଥା ଯଦି ବିଚାରକୁ ନିଆଯାଏ ଏବେ ସେ ବଲିଉଡ୍‌ର ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତା ବୋଲି କୁହାଯାଉଛି। ଦିନେ ଅମିତାଭ ବଚ୍ଚନ, ସଲମାନ ଖାଁ, ଶାହାରୁଖ ଖାଁଙ୍କ ନାଁ ଏହି ତାଲିକାର ଶୀର୍ଷରେ ଥିବା ବେଳେ ଆଜି ଏହି ସ୍ଥାନ ଅକ୍ତିୟାର କରିଛନ୍ତି ଅକ୍ଷୟ। ବିଶ୍ୱର ସର୍ବାଧିକ ଆୟ କରୁଥିବା କଳାକାର ତାଲିକାରେ ଅକ୍ଷୟଙ୍କ ସ୍ଥାନ ରହିଛି ୩୩ ନମ୍ବରରେ। କୁହାଯାଏ ଏବେ ବର୍ଷକୁ ଅକ୍ଷୟ ୬୫ ମିଲିୟନ ଡଲାର ବା ୪୪୫କୋଟି ଟଙ୍କା ଆୟ କରୁଛନ୍ତି। କେବଳ ଆୟ କରି ଯେ ଅକ୍ଷୟ ନାଁ କମାଇଛନ୍ତି ତା’ନୁହେଁ। ତାଙ୍କର ବଦାନ୍ୟତା ପାଇଁ ବି ସେ ବେଶ୍‌ ପରିଚିତ୍‌। ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ହେଉ ଅବା ଅନ୍ୟ ଦୈବିଦୁର୍ବିପାକ ସମୟରେ ସେ ନିଜ ପକେଟରୁ କୋଟି କୋଟି ଟଙ୍କା ଦାନ ମଧ୍ୟ କରିଥାଆନ୍ତି। ତାଙ୍କ ମତରେ ଈଶ୍ୱର ମୋତେ ଯେତିକି ଧନ ଦେଇଛନ୍ତି ତାହା ଅନ୍ୟମାନଙ୍କ କାମରେ ଲାଗିଲେ ଖୁସି ଲାଗିବ। ତା’ଛଡା ଏହି ଧନ ନେଇ ମୁଁ ଯିବି କୁଆଡେ।


Enter your email to get our daily news in your inbox.

All Right Reserved By Dharitri.Com

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ଚନ୍ଦ୍ରମାକୁ ଗ୍ରାସ କରିବେ ରାହୁ; ସଙ୍କଟରେ ଏହି ୫ ରାଶି, ହେବ ବଡ଼ କ୍ଷତି!

ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟରେ ଲାଗିବାକୁ ଯାଉଛି। ଜ୍ୟୋତିଷ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ କୁମ୍ଭ ରାଶିରେ ଘଟିବ। ଏହି ସମୟରେ କୁମ୍ଭ ରାଶି ଉପରେ…

ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ, ଉପଜିଲାପାଳଙ୍କୁ ଦେଲେ ଦାବିପତ୍ର

ଗୁଣପୁର,୨୫।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅଙ୍ଗନୱାଡି କର୍ମୀମାନେ ଅନଶନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ମଙ୍ଗଳବାର ଠାରୁ ଏହି ବିକ୍ଷୋଭ ଆରମ୍ଭ କରିଛନ୍ତି…

ଜୀବିତ ଅଛନ୍ତି ମୋଜତାବା ଖାମେନେଇ; ଇରାନ ପ୍ରଥମ ଥର ପାଇଁ କହିଲା…

ତେହରାନ,୨୫।୮: ଇରାନର ମୋଜତାବା ଖାମେନେଇଙ୍କ ସ୍ଥିତି ସମ୍ପର୍କରେ ଥିବା ରହସ୍ୟର ସମାଧାନ ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମୟରେ ମୋଜତାବା ଖାମେନେଇ ଆହତ ହୋଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri