Posted inଫୁରସତ

ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ

ସାଂଘାଇ: ଚାଇନାର ସାଂଘାଇ ସହରରେ ଜଣେ ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ ସନ୍ତାନ ଠାବ କରାଯାଇଛି। ଏହା ବିରଳରୁ ବିରଳତମ ଘଟଣା, ଯାହାକୁ ଫେଟସ୍‌-ଇନ୍‌-ଫେଟୁ କୁହାଯାଉଛି। ମାତୃଗର୍ଭରେ ଯମଜ ଯୋଡ଼ିହୋଇ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ବିକଶିତ ହୋଇଥିଲା। ନ୍ୟୁରୋଲୋଜି ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ବର୍ଷକର ଶିଶୁକନ୍ୟାଠାରେ କେତେକ ସମସ୍ୟା ଦେଖାଦେବା ସହ ମୁଣ୍ଡ ବହୁତ ବଢ଼ିଯିବାରୁ ତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷାରୁ ଶିଶୁ ମସ୍ତିଷ୍କ ମଧ୍ୟରେ ଜନ୍ମ ହୋଇପାରି ନ ଥିବା ଯମଜ ସନ୍ତାନର ଭ୍ରୂଣ ବଢ଼ୁଥିବା ସାଂଘାଇ ଡାକ୍ତର ଜାଣିବାକୁ ପାଇଥିଲେ। କ୍ରମାଗତ ରକ୍ତ ସଞ୍ଚାଳନ ଯୋଗୁ ଭ୍ରୂଣ ଜୀବିତ ରହିବା ସହ ବିକଶିତ ହେଉଥିବା ଡାକ୍ତର କହିଛନ୍ତି। ଏହାକୁ ଫେଟସ୍‌-ଇନ୍‌-ଫେଟୁ ବା ପାରାସିଟିକ୍‌ ଟୁଇନ୍‌ କୁହାଯାଉଛି। ଗର୍ଭାବସ୍ଥା ଆରମ୍ଭରୁ ଏଭଳି ହୋଇଥାଏ। ପୁରୁଷ ଶୁକ୍ରାଣୁ ଏବଂ ମହିଳା ଡିମ୍ବାଣୁ ଗର୍ଭାଧାନ ପରେ ସେଲ୍‌ କ୍ଲଷ୍ଟର ସୃଷ୍ଟି ଯୋଗୁ ତାହା ଉପଯୁକ୍ତ ଭାବେ ଅଲଗା ହୋଇପାରେ ନାହିଁ। ଏହା ପରେ ପ୍ରଥମ ଭ୍ରୂଣ ଅନ୍ୟ ଦ୍ୱାରା ଆବୃତ୍ତ ହୋଇଯାଇ ଯୋଡ଼ା ଅଂଶ ମସ୍ତିଷ୍କରେ ବିକଶିତ ହୁଏ ବୋଲି ଅଧ୍ୟୟନରେ କୁହାଯାଇଛି। ୧୯୯୭ରେ ଜଣେ ୧୬ ବର୍ଷର ବାଳକ ପେଟରେ ଏଭଳି ଭ୍ରୂଣ ଠାବ ହୋଇଥିଲା। ୨୦୨୨ ନଭେମ୍ବରରେ ଝାଡ଼ଖଣ୍ଡର ଏକ ୨୧ ଦିନର ଶିଶୁ ପାକସ୍ଥଳୀରୁ ୮ଟି ଭ୍ରୂଣକୁ ବାହାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ ବେଗରେ ଦୋସା ତିଆରି କରୁଛନ୍ତି ଏହି ବ୍ୟକ୍ତି, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଅଧିକାଂଶ ସମୟ ସୋସିଆଲ ମିଡିଆରେ ହୃଦୟ ଜିଣିଲା ପରି ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏଥର ମଧ୍ୟ ଆନନ୍ଦ୍ର...

କରଓ୍ବା ଚୌଥ୍‌ରେ ସ୍ବାମୀଙ୍କୁ ଉପହାର ଦେଲେ ହେଲମେଟ୍‌, ପଢ଼ାଇଲେ ଟ୍ରାଫିକ୍‌ ନିୟମ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଆଲିଗଡ଼,୪।୧୧: କରଓ୍ବା ଚୌଥ୍‌ରେ ବିବାହିତା ମହିଳାମାନେ ସ୍ବାମୀଙ୍କ ସୁରକ୍ଷା ଏବଂ ଦୀର୍ଘ ନିରାମୟ ଜୀବନ କାମନା କରି ବ୍ରତ ରଖିଥାନ୍ତି। ଉତ୍ତରପ୍ରଦେଶ ଆଲିଗଡ଼ରେ ଏହି ବ୍ରତ...

ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡ଼ିଲେ ଏହି ଡାକ୍ତର, ଜାଣନ୍ତୁ କାହିଁକି

କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱରେ ମାସ୍କ ବ୍ୟବହାର ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି। ମାତ୍ର କିଛି ଲୋକ ମାସ୍କ ପିନ୍ଧିବାକୁ ବିରୋଧ...

ଗଛ ଭିତରେ ଅଛି ଏମିତି ପକ୍ଷୀ : ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରାୟତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ଓଃ କି ଶୀତ, ଶେଷରେ ଏକାଠି ବସି ନିଆଁ ପୋଇଁହେଲେ ଏମାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଆଜି ଅକ୍ଷୟତୃତୀୟା: ଏପରି କଲେ ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ। ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା...

ଏମିତି ଦେଶ, ଯେଉଁଠି ନାହାନ୍ତି ଜଣେ ହେଲେ ଭାରତୀୟ

ଭାରତୀୟମାନେ ପୃଥିବୀର ପ୍ରାୟ କୋଣ ଅନୁକୋଣରେ ବସବାସ କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ହେଉ କିମ୍ବା କ୍ରିକେଟ ମ୍ୟାଚ୍‌ ହେଉ … ଆମେ...

ମଝି ରାସ୍ତାରେ ହାତୀକୁ ଦେଖି ସାଇକେଲ୍‌ ଧରି ଧାଇଁଲେ ବ୍ୟକ୍ତି, ହେଲେ …

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

Advertisement
Archives

Model This Week