ବରିଷ୍ଠ ନାଗରିକ ପରିଷଦର ବୈଠକ:ଅବସରପ୍ରାପ୍ତ ଜିଲା ଜଜ୍‌ଙ୍କୁ ସଭାପତି ଦାୟିତ୍ୱ

ଢେଙ୍କାନାଳ ଅଫିସ,୩ା୯

ଢେଙ୍କାନାଳ ଭାଗୀରଥିସାଗର ନିକଟସ୍ଥ ପିପାର ସଭା ଗୃହରେ ସଂଘ ସଭାପତି ଦୁର୍ଗା ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଜିଲା ବରିଷ୍ଠ ନାଗରିକ ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଭ୍ୟ ଯୋଗ ଦେଇଥିଲେ। ପରିଷଦ ପକ୍ଷରୁ ସାମାଜିକ କଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଗଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅବସରପ୍ରାପ୍ତ ବରିଷ୍ଠ ଜିଲାଜଜ୍‌ ଅଜିତ କୁମାର ପଟ୍ଟନାୟକ, ଜିଲାଜଜ୍‌ ସରୋଜ କୁମାର ସାହୁ, ଅବସରପ୍ରାପ୍ତ ପ୍ରିନ୍ସିପାଲ୍‌ ହରେକୃଷ୍ଣ କର, ଅଜୟ କୁମାର ମିଶ୍ର, ଧର୍ମାନନ୍ଦ ପୃଷ୍ଟି, ପ୍ରକାଶ ଚନ୍ଦ୍ର ନନ୍ଦ, ଅବସରପ୍ରାପ୍ତ ଡିଏଫଓ ନୀଳମଣି ମହାରଣା, ସାମାଜିକକର୍ମୀ ଗଗନ ବିହାରୀ ନନ୍ଦ, ଅବସରପ୍ରାପ୍ତ ଗ୍ରାମ୍ୟ ବ୍ୟାଙ୍କର ବରିଷ୍ଠ ଶାଖା ପରିଚାଳକ ଦିବାକର ନାୟକ, ସୁବାସ ଚନ୍ଦ୍ର ଶତପଥୀଙ୍କ ସମେତ ୧୨ ଜଣ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର, ଆଇନ୍‌ ପ୍ରଫେସର ଓ ଓଡ଼ିଶା ଜୁଡିସିଆଲ ଏକାଡେମୀର ଫାକଲ୍ଟି ମେମ୍ବର ଶିଶିର କୁମାର ପ୍ରଧାନଙ୍କ ସମେତ ପ୍ରାୟ ୮୦ ଜଣ ନୂତନ ସଦସ୍ୟଙ୍କୁ ସ୍ବାଗତ କରାଯାଇଥିଲା। ସଂଘର ନିୟମାବଳୀ (ବାଇଲ)କୁ ପୂର୍ଣ୍ଣ ଭାବରେ ଆଲୋଚନା କରି ଗୃହୀତ କରାଗଲା। ଏହି ଅବସରରେ ନୂତନ କର୍ମକର୍ତ୍ତା ଓ ମୁଖ୍ୟ ଉପଦେଷ୍ଟା କାର୍ଯ୍ୟଭାର ଗ୍ରହଣ କଲେ। ସଭାପତି ଭାବେ ଅବସରପ୍ରାପ୍ତ ଜିଲା ଜଜ୍‌ ଦୁର୍ଗାଚରଣ ମିଶ୍ର, ଓଡ଼ିଶା ସରକାରଙ୍କ ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ବତନ୍ତ୍ର ଶାସନ ସଚିବ ଗୁଣଧର ମିଶ୍ରଙ୍କୁ ସମ୍ପାଦକ, ଭାରତୀୟ ସ୍ଥଳ ସେନାର ପୂର୍ବତନ କର୍ଣ୍ଣେଲ ଅନନ୍ତ ଚରଣ ବେହେରାଙ୍କୁ କାର୍ଯ୍ୟକାରୀ ସଭାପତି, ନାଲକୋର ପୂର୍ବତନ ଡିଜିଏମ୍‌ ଭାଗିରଥୀ ମହାପାତ୍ର ଅତିରିକ୍ତ ସମ୍ପାଦକ ଦାୟିତ୍ୱ ଗ୍ରହଣ ପାଇଁ ମନୋନୀତ କରାଯାଇଥିଲା। ସେହିପରି ବିନାୟକ ଶତପଥୀଙ୍କୁ ସହକାରୀ ସମ୍ପାଦକ, ଶିକ୍ଷାବିତ୍‌ ଡ. ସୁସନ୍ଧ୍ୟା ମହାନ୍ତି, ପୂର୍ବତନ ଭିଜିଲାନ୍ସ ଏସ୍‌ପି ଅକ୍ଷୟ କୁମାର ସାହୁ, ପୂର୍ବତନ ଏସ୍‌ପି ଶରତ କୁମାର ସାହୁ, ସାମାଜିକକର୍ମୀ ଯୋଗୀନାଥ ମହାନ୍ତି, କବି ବାହାଦୂର ପାଟସାହାଣୀ, ଶିକ୍ଷାବିତ ଶଶାଙ୍କ ଶେଖର ରଥ, ପୂର୍ବତନ ଜିଲା ପ୍ରାଣୀଧନ ଅଧିକାରୀ ମୋହିତ କୁମାର ଦାଶ ଓ ପୂର୍ବତନ ଆଇନ୍‌ ପ୍ରଫେସର ଶିଶିର କୁମାର ପ୍ରଧାନ ପ୍ରମୁଖ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ପ୍ରଫେସର ନିତ୍ୟାନନ୍ଦ ମିଶ୍ର, ସମାଜସେବୀ ପ୍ରଶାନ୍ତ ମିଶ୍ର, ସାମାଜିକକର୍ମୀ ଯୋଗେନ୍ଦ୍ର ନାଥ ତ୍ରିପାଠୀ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଆଦିତ୍ୟ ସର, ପୂର୍ବତନ ଜିଲାଜଜ୍‌ ଅଜିତ କୁମାର ପଟ୍ଟନାୟକ ଓ ସରୋଜ ସାହୁ, ପୂର୍ବତନ ପ୍ରିନ୍ସିପାଲ୍‌ ହରେକୃଷ୍ଣ କର, ଅଜୟ କୁମାର ମିଶ୍ର, ଗଗନ ନନ୍ଦ, ଭାରତୀୟ ସେନାର ପୂର୍ବତନ କ୍ୟାପଟେନ୍‌ ଅଶ୍ୱିନୀ କୁମାର ବରାଳ, ପୂର୍ବତନ ବରିଷ୍ଠ ବ୍ୟାଙ୍କ ଅଧିକାରୀ ପ୍ରମୋଦ ପ୍ରସାଦ ନନ୍ଦ ଓ ପୂର୍ବତନ ବନଖଣ୍ଡ ଅଧିକାରୀ ନୀଳମଣି ମହାରଣା ପ୍ରଭୁତି ମୁଖ୍ୟ ପରାମର୍ଶଦାତା ବୋର୍ଡର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ଦିବାକର ନାୟକଙ୍କୁ ମୁଖ୍ୟ ସଂଘ ସମ୍ପ୍ରସାରଣ ଅଧିକାରୀ ଏବଂ ୧୦ଜଣ ସମ୍ପ୍ରସାରଣ ଅଧିକାରୀଙ୍କୁ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri