ବମ୍ବେ ପୋଲିସ ଦ୍ୱାରା ନାବାଳିକା ଉଦ୍ଧାର ମାମଲା; ସମ୍ପର୍କୀୟଙ୍କ ସମେତ ୩ ଗିରଫ

ଢେଙ୍କାନାଳ ଅଫିସ, ୮ା୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ୧୭ବର୍ଷର ନାବାଳିକାଙ୍କୁ ବମ୍ବେ ପୋଲିସ ଉଦ୍ଧାର କରି ଗତ ୨୭ ତାରିଖ ଦିନ ଢେଙ୍କାନାଳ ଆଣି ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିଲା ା ନାବାଳିକାଙ୍କୁ ଏକ ଓପନ ସେଲଟର ହୋମରେ ରଖାଯିବା ପରେ ଜିଲା ଶିଶୁ ସୁରକ୍ଷା ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଥିବା ନାବାଳିକାଙ୍କ ଜେଜେବାପାଙ୍କ ସମେତ ମଧ୍ୟସ୍ଥି ପରମାନନ୍ଦ ସ୍ବାଇଁ(୭୦) ଓ ବୋଲେରୋରେ ନେଇ ନାବାଳିକାଙ୍କୁ ରେଳ ଷ୍ଟେଶନରେ ଛାଡିଥିବା ଚାଳକ ଟିମା ଓରଫ୍‌ ଧୁରନ୍ଧର ସାହୁଙ୍କୁ ଗଁଦିଆ ପୋଲିସ ରବିବାର ଗିରଫ କରି କୋର୍ଟଚାଲାଣ କରିଛି । ଏ ସଂକ୍ରାନ୍ତରେ ଗଁଦିଆ ଥାନାରେ ନଂ. ୧୨୦/୧୯ରେ ମାମଲା ରୁଜୁ କରାଯାଇଛି।
ଥାନା ସୂତ୍ରରୁ ପ୍ରକାଶ, ୨ବର୍ଷ ତଳେ ନାବାଳିକା ଜଣକ ୯ମରେ ପାଠ ପଢୁଥିବା ବେଳେ ତାଙ୍କର କେତେଜଣ ସମ୍ପର୍କୀୟ ଦୁଇ ଦଲାଲଙ୍କ ସହାୟତାରେ ତାଙ୍କୁ ମଧ୍ୟପ୍ରଦେଶ ନେଇଯାଇଥିଲେ। ସେଠାରେ ୨୭ ବର୍ଷର ଜଣେ ଯୁବକଙ୍କ ସହିତ ବିବାହ କରାଇଦେଇଥିଲେ। ବାହାଘର ପରେ ନାବାଳିକାଙ୍କୁ ନେଇ ତାଙ୍କ ସ୍ବାମୀ ଓ ପରିବାର ଲୋକ ହରିୟାଣାସ୍ଥିତ ଗୁରୁଗ୍ରାମଠାରେ ଏକ ଭଡା ଘରେ ରଖିଥିଲେ। ସେଠାରେ ତାଙ୍କୁ ଅନ୍ୟ ଏକ ପରିବାରରେ କାମଦାମ କରିବା ପାଇଁ ୮ ହଜାର ଟଙ୍କା ପାଉଣାରେ ଶ୍ୱଶୁର ଘର ଲୋକ ନିୟୋଜିତ କରିଥିଲେ ା ଏପରିକି ନାବାଳିକାଙ୍କୁ ନିଜ ପରିବାର ଲୋକଙ୍କ ସହିତ କଥା ହେବାକୁ ବାରଣ କରାଯାଇଥିଲା। ଏହାର ପ୍ରାୟ ୬/୭ ମାସ ପରେ ନାବାଳିକା ଜଣକ କୌଶଳକ୍ରମେ ଟ୍ରେନ୍‌ ଯୋଗେ ବମ୍ବେ ପଳାଇ ଆସିଥିଲେ। ବମ୍ବେ ରେଳଷ୍ଟେଶନ ଠାରେ ପୋଲିସ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଶିଶୁ ମଙ୍ଗଳ କମିଟି ନିର୍ଦ୍ଦେଶକ୍ରମେ ପ୍ରେରଣା ନାମକ ଏକ ଅନୁଷ୍ଠାନରେ ରଖିଥିଲା। ଅନୁଷ୍ଠାନ ପକ୍ଷରୁ ପଚରାଉଚରା କରାଯିବା ପରେ ନାବାଳିକା ଜଣକ ଓଡ଼ିଶାର ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ବୋଲି ଜଣାପଡିଥିଲା। ଏହାପରେ ବମ୍ବେ ପୋଲିସ ତାଙ୍କୁ ଢେଙ୍କାନାଳ ଆଣି ଜିଲା ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରିଥିଲା। କମିଟି ପକ୍ଷରୁ ତାଙ୍କର ବୟାନ ରେକର୍ଡ କରାଯିବା ସହ ଏସ୍‌ପି ମଧ୍ୟ ନାବାଳିକାଙ୍କୁ ପଚରାଉଚରା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri