ବମ୍ବେ ପୋଲିସ ଦ୍ୱାରା ନାବାଳିକା ଉଦ୍ଧାର ମାମଲା; ସମ୍ପର୍କୀୟଙ୍କ ସମେତ ୩ ଗିରଫ

ଢେଙ୍କାନାଳ ଅଫିସ, ୮ା୭: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ୧୭ବର୍ଷର ନାବାଳିକାଙ୍କୁ ବମ୍ବେ ପୋଲିସ ଉଦ୍ଧାର କରି ଗତ ୨୭ ତାରିଖ ଦିନ ଢେଙ୍କାନାଳ ଆଣି ଜିଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରିଥିଲା ା ନାବାଳିକାଙ୍କୁ ଏକ ଓପନ ସେଲଟର ହୋମରେ ରଖାଯିବା ପରେ ଜିଲା ଶିଶୁ ସୁରକ୍ଷା ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଥିବା ନାବାଳିକାଙ୍କ ଜେଜେବାପାଙ୍କ ସମେତ ମଧ୍ୟସ୍ଥି ପରମାନନ୍ଦ ସ୍ବାଇଁ(୭୦) ଓ ବୋଲେରୋରେ ନେଇ ନାବାଳିକାଙ୍କୁ ରେଳ ଷ୍ଟେଶନରେ ଛାଡିଥିବା ଚାଳକ ଟିମା ଓରଫ୍‌ ଧୁରନ୍ଧର ସାହୁଙ୍କୁ ଗଁଦିଆ ପୋଲିସ ରବିବାର ଗିରଫ କରି କୋର୍ଟଚାଲାଣ କରିଛି । ଏ ସଂକ୍ରାନ୍ତରେ ଗଁଦିଆ ଥାନାରେ ନଂ. ୧୨୦/୧୯ରେ ମାମଲା ରୁଜୁ କରାଯାଇଛି।
ଥାନା ସୂତ୍ରରୁ ପ୍ରକାଶ, ୨ବର୍ଷ ତଳେ ନାବାଳିକା ଜଣକ ୯ମରେ ପାଠ ପଢୁଥିବା ବେଳେ ତାଙ୍କର କେତେଜଣ ସମ୍ପର୍କୀୟ ଦୁଇ ଦଲାଲଙ୍କ ସହାୟତାରେ ତାଙ୍କୁ ମଧ୍ୟପ୍ରଦେଶ ନେଇଯାଇଥିଲେ। ସେଠାରେ ୨୭ ବର୍ଷର ଜଣେ ଯୁବକଙ୍କ ସହିତ ବିବାହ କରାଇଦେଇଥିଲେ। ବାହାଘର ପରେ ନାବାଳିକାଙ୍କୁ ନେଇ ତାଙ୍କ ସ୍ବାମୀ ଓ ପରିବାର ଲୋକ ହରିୟାଣାସ୍ଥିତ ଗୁରୁଗ୍ରାମଠାରେ ଏକ ଭଡା ଘରେ ରଖିଥିଲେ। ସେଠାରେ ତାଙ୍କୁ ଅନ୍ୟ ଏକ ପରିବାରରେ କାମଦାମ କରିବା ପାଇଁ ୮ ହଜାର ଟଙ୍କା ପାଉଣାରେ ଶ୍ୱଶୁର ଘର ଲୋକ ନିୟୋଜିତ କରିଥିଲେ ା ଏପରିକି ନାବାଳିକାଙ୍କୁ ନିଜ ପରିବାର ଲୋକଙ୍କ ସହିତ କଥା ହେବାକୁ ବାରଣ କରାଯାଇଥିଲା। ଏହାର ପ୍ରାୟ ୬/୭ ମାସ ପରେ ନାବାଳିକା ଜଣକ କୌଶଳକ୍ରମେ ଟ୍ରେନ୍‌ ଯୋଗେ ବମ୍ବେ ପଳାଇ ଆସିଥିଲେ। ବମ୍ବେ ରେଳଷ୍ଟେଶନ ଠାରେ ପୋଲିସ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଶିଶୁ ମଙ୍ଗଳ କମିଟି ନିର୍ଦ୍ଦେଶକ୍ରମେ ପ୍ରେରଣା ନାମକ ଏକ ଅନୁଷ୍ଠାନରେ ରଖିଥିଲା। ଅନୁଷ୍ଠାନ ପକ୍ଷରୁ ପଚରାଉଚରା କରାଯିବା ପରେ ନାବାଳିକା ଜଣକ ଓଡ଼ିଶାର ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ବୋଲି ଜଣାପଡିଥିଲା। ଏହାପରେ ବମ୍ବେ ପୋଲିସ ତାଙ୍କୁ ଢେଙ୍କାନାଳ ଆଣି ଜିଲା ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରିଥିଲା। କମିଟି ପକ୍ଷରୁ ତାଙ୍କର ବୟାନ ରେକର୍ଡ କରାଯିବା ସହ ଏସ୍‌ପି ମଧ୍ୟ ନାବାଳିକାଙ୍କୁ ପଚରାଉଚରା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମନିର୍ଭର ପଥରେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୫।୨ କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍‌ ଲାଗି ଏଠାକୁ ଆସିବା ପରେ ବଦଳିଯାଏ...

ଜମୁଛି ଲକ୍ଷ୍ମୀପୂଜା, କମ୍ପୁଛି ମଣ୍ଡପ

ହିନ୍ଦୋଳ,୧୯ା୧୦(ଡି.ଏନ.ଏ)-ଗଣପର୍ବ ଲକ୍ଷ୍ମୀପୂଜାକୁ ନେଇ ଉତ୍ସବ ମୁଖର ହୋଇଉଠିଛି ସାରା ଢେଙ୍କାନାଳ ଜିଲା। ପୂରପଲ୍ଲୀଠାରୁ ଆରମ୍ଭ କରି ସାରା ସହରରେ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହେଉଛି ମା’ଙ୍କ ମଣ୍ଡପ।...

୨.୬ ଲକ୍ଷ ସହାୟତା ଦେଲା ଯୁବ ବିଜେଡି

ଢେଙ୍କାନାଳ ଅଫିସ, ୧୮।୪ – ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ଢେଙ୍କାନାଳ ଜିଲା ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ...

ଭକ୍ତି ଆଣିଛି ସଂହତି

ଓଡାପଡା,୨୯ା୧୦ (ଦିନେଶ ଦାସ) ସମଗ୍ର ଗାଁ ଏବେ ପାଲଟିଛି ଗୋଟିଏ ଗୋଷ୍ଠୀ। ସାହି ସାହି ଭିତରେ ଏବେ ନା ଅଛି ମତାନ୍ତର ନା ମନାନ୍ତର। ପୁରୁଣା...

ସହାୟତା ଅପେକ୍ଷାରେ ସଂଗ୍ରହାଳୟ

ଢେଙ୍କାନାଳ ଅଫିସ, ୧୩।୧୦- ଐତିହ୍ୟସମ୍ପନ୍ନ ଜିଲା ଢେଙ୍କାନାଳ। ଜିଲାର କୋଣ ଅନୁକୋଣରେ କୀର୍ତ୍ତିରାଜିର ସମ୍ଭାର। ରାଜାରାଜୁଡ଼ା ଅମଳର ସଂଗ୍ରାମ ହେଉ କି ଗଡ଼ଜାତ ଆନ୍ଦୋଳନ ଅବା...

ମନେପଡ଼ିଲେ କଳ୍ପନା

ଢେଙ୍କାନାଳ ଅଫିସ, ୨୩।୫-ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶନିବାର ପାଳିତ ହୋଇଯାଇଛି। ଢେଙ୍କାନାଳର ଏହି ସାହସୀ ଝିଅ ସର୍ବଦା ଯୁବଗୋଷ୍ଠୀଙ୍କ ପ୍ରେରଣା ହୋଇ...

ପୁନରୁଦ୍ଧାର ହେବ ‘ମ୍ୟାଙ୍ଗୋ ହବ୍‌’

ଢେଙ୍କାନାଳ ଅଫିସ, ୩୦।୩: ପୁଣି କାର୍ଯ୍ୟକ୍ଷମ ହେବ ପରିତ୍ୟକ୍ତ ‘ମ୍ୟାଙ୍ଗୋ ହବ୍‌’। ଚାଷୀଙ୍କୁ ଆଉ ଶାଗମାଛ ଦରରେ ବିକ୍ରି କରିବାକୁ ପଡ଼ିବନି ଆମ୍ବ। ସେମାନଙ୍କୁ ମିଳିବ...

‘ଶକ୍ତିର ସୃଷ୍ଟି ନାହିଁ କି ବିନାଶ ନାହିଁ’

ଢେଙ୍କାନାଳ ଅଫିସ,୧୬।୩ – ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀଗୃହରେ ମଙ୍ଗଳବାର ନୂତନ ଇଣ୍ଟରାକ୍ଟିଭ୍‌ ପ୍ୟାନେଲ ସାହାଯ୍ୟରେ ନବଗଠିତ ଶକ୍ତି କ୍ଲବ...

Advertisement
Archives

Model This Week