ଦିଗପହଣ୍ଡି,୧୧ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତରେ ପୁଣି ରାଜନୈତିକ ହିଂସା ଘଟିଛି। ଏକ ରାଜନୈତିକ ଦଳର ସମର୍ଥକ ହୃଷିକେଶ ପ୍ରଧାନଙ୍କୁ ଅନ୍ୟଏକ ଦଳର ୪ ଜଣ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହୃଷି ଅଟୋ ନେଇ ଘରକୁ ଫେରୁଥିବା ବେଳେ ବମକେଇ ଗ୍ରାମ ରାମ ମନ୍ଦିର ଛକରେ ପୂର୍ବ ଯୋଜନା ପ୍ରକାରେ ତାଙ୍କ ଯାତ୍ରୀବାହୀ ଅଟୋକୁ ଅଟକାଇ କେତେଜଣ ଆକ୍ରମଣ କରିଥିବା ସେ ଗୁରୁବାର କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି। ନଂ.୧୯୪/୧୯ରେ ମାମଲା ରୁଜୁକରି ପୋଲିସ ହରି ଓରଫ ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ ଜଣାଇଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ବୁଧବାର ରାତି ପ୍ରାୟ ସାଢ଼େ ୯ଟାରେ ନୂଆପଡ଼ା-ଚାନ୍ଦପୁର ଗ୍ରାମରୁ ହୃଷିକେଶ ବମକେଇ ଫେରୁଥିଲେ। ରାମ ମନ୍ଦିର ଛକ ଲକ୍ଷ୍ମୀ ନାରାୟଣ ସାହିରେ ଦୁର୍ଗା ପୂଜା ଭସାଣି ଶୋଭାଯାତ୍ରା ଚାଲିଥିଲା। ହୃଷିକେଶ ସେଠାରେ ପହଞ୍ଚତ୍ବା କ୍ଷଣି ତାଙ୍କୁ ଆକ୍ରମଣ କରିଥିଲେ। ଖବର ପ୍ରଚାରିତ ପରେ ହୃଷିଙ୍କ ସମର୍ଥକ ଆକ୍ରମଣ କରିଥିବା ଗୋଷ୍ଠୀଙ୍କ ଘର ସମ୍ମୁଖରେ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଏନେଇ ହରିଶ୍ଚନ୍ଦ୍ରଙ୍କ ବାପା ବିପ୍ରଚରଣ ପ୍ରଧାନ କେ.ନୂଆଗାଁ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ନଂ.୧୯୫/୧୯ରେ ପୋଲିସ ବିପକ୍ଷ ଗୋଷ୍ଠୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ଅଗଷ୍ଟ ୧୯ରେ ଟୁନା ପ୍ରଧାନଙ୍କୁ ସିନ୍ଧୁଖାଳିଗାଁ ଛକରେ ବିପକ୍ଷ ଗୋଷ୍ଠୀ ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଟୁନାଙ୍କୁ ହୃଷିକେଶ ତାଙ୍କ ଅଟୋରେ ଡ଼ାକ୍ତରଖାନା ନେଇଥିଲେ। ଏହି ମାମଲାରେ ହୃଷିକେଶ ସାକ୍ଷୀ ଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯାଗ ହୋଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All

ହକି ଗଡ଼ରେ ଉତ୍ସବ
ସୁନ୍ଦରଗଡ଼,୫।୮(ଡି.ଏନ୍.ଏ.): ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ପୁରୁଷ ହକି ଦଳ ବ୍ରୋଞ୍ଜପଦକ ହାସଲ କରିଛି ଭାରତୀୟ ଦଳ। ଏହାପରେ ଓଡ଼ିଶା ହକିର...

୧୫ ପଞ୍ଚାୟତର ୭୩୪ ବିସ୍ଥାପିତ
ନିଶ୍ଚିନ୍ତକୋଇଲି,୨୫।୫(ସ୍ବ.ପ୍ର.): ମନ୍ତ୍ରୀ ପ୍ରତାପ ଜେନାଙ୍କ ଜିରୋ କାଜୁଆଲିଟି ତାଗିଦ ପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇଛି। ବୁଧବାର ଅପରାହ୍ନରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ୍ ହେବ। ଏଥିପାଇଁ...

ଡକାୟତି ଉଦ୍ୟମ ପଣ୍ଡ : ଅଟକ ୨ ଡକାୟତ ଜେଲ ଗଲେ
ରଣପୁର,୧୪ା୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଅଟକ ଥିବା ୨ ଡକାୟତ ଡମସାହିର ଯଶୋଦା ପ୍ରଧାନ (୩୮) ଓ ସୁବ୍ରତ ନାୟକ (୪୫)ଙ୍କୁ ପୋଲିସ ଗିରଫ...

ବାହାନଗା ଅଟୋ ଆସୋସିଏଶନ ପକ୍ଷରୁ ସହାୟତା
ବାହାନଗା, ୩୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହୁକମା ବଜାରରେ ଥିବା ମା’ ବାସୁଳୀ ଅଟୋ ଆସୋସିଏଶନ ପକ୍ଷରୁ କୋଭିଡ-୧୯ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ...

ଦାଦନ ଦୁଖ୍:ଯାଇଥିଲେ ରୁଜ୍ଗାର କରି, ଫିରଲେ ଦିବ୍ୟାଙ୍ଗ ହେଇ
ଖଡ଼ିଆଳ,୩୧। ୭(ଡି.ଏନ୍.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଖଇରପଦର ଗଁାର ଚରଣ ମାଝି। ସେ ଆଦିବାସୀ ସମାଜର ହେଇଥିଲାବେଲେ କାମ୍ଧଁଦାର ଲାଗି ଗୁଜରାଟ ଗାନ୍ଧିଧାମ ଅଂଚଲକେ...

ଦିବ୍ୟାଙ୍ଗ ହୋଇ ବି ସକ୍ଷମ
ବାରିପଦା ଅଫିସ,୩ା୧୨- ଜନ୍ମରୁ ଦୁନିଆର ଆଲୋକ ଦେଖି ପାରି ନ ଥିବା କୁନି ଝିଅ ମନରେ ଅସୁମାରୀ ସ୍ବପ୍ନ। ବଡ଼ ହେଲେ ଅନ୍ୟର ସାହାରା ନ...

କେରଳ ବନ୍ୟାରେ ଫସିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ
ଶେରଗଡ଼,୧୧ା୮(ଡି.ଏନ.ଏ.): ଶେରଗଡ଼ ବ୍ଲକର ଦଶମୁଣ୍ଡଳୀ, ଶେରଗଡ଼ ଓ ଆସିକା ବ୍ଲକର ସୁନମୋହି ଗ୍ରାମର ବହୁବ୍ୟକ୍ତି କେରଳ କାଲିକଟ ମଙ୍ଗୁଆ ଅଞ୍ଚଳରେ ବନ୍ୟାରେ ଫସି ରହିଛନ୍ତି। ଜୁଲାଇ...
ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ନବରଙ୍ଗପୁର,୧୦ା୨(ବି.ପ୍ର.): ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ପ୍ରାୟ ସାଢେ ୧୦ଟାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ସେ ହେଲେ କୋଷାଗୁମୁଡା ବ୍ଲକ ନାଗିଗୁଡା ଗାଁର...