ବନ୍‌ ବିଭାଗ, ରାଜସ୍ବ ବିଭାଗ୍‌ ଚୁପ୍‌: ବେଆଇନ ଇଟାଭାଟି ଲାଗି ସଫା ହେଉଛେ ଜଂଗଲ

 

ସଇଁତଲା,୨୩।୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଅଂଚଲରେ ବେଆଇନ ଇଟା ଭାଟି କାମ୍‌ ଚାଲୁଛେ। ଇଥିରଲାଗି ଲୋକ୍‌ ବେଧଡ଼କ ଜଂଗଲରୁ ଗଛ୍‌ କାଟି ଆନୁଛନ୍‌। ଏନ୍‌ତାଥି ପରିବେଶ ଖରାପ ହେବାର ସଂଗେ ରାଏଜ୍‌ ସରକାର ଲାଖ୍‌ ଲାଖ୍‌ ଟଁକା ରାଜସ୍ବ ହରଉଛନ୍‌। ଇ ସବୁ ବାବ୍‌ଦେ ସରକାରୀ ବାବୁମାନେ ଜାନିଶୁନି ଚୁପ୍‌ମାରି ବସିଥିବାର ସାଧାରନରେ ଚରଚା ହେଉଛେ।
ସୂଚନା ଅନ୍‌ସାରେ ସଇଁତଲା ବ୍ଲକର କୁଶା, କିରବାଞ୍ଜି, ସୁଲିଆ, ଜୁଗିଝୁଲା, ସମରାଡ଼ଙ୍ଗର, ସୁନାମୁହିଁ, କଦଳୀକୁନା, ବହଲିଡୁଙ୍ଗରୀ, କପାଟ, ବର୍ଣ୍ଣୀ, କାଳଖୁଟ, ଜୟପୁରେନ ଲେଖେଁ ଅନେକ ଜଂଗଲ ରହିଛେ। ହେଲେ ସଇଁତଲା ଅଂଚଲର କିଛି ପରଭାବଶାଲି ଲୋକ୍‌ ନିଜର ପୁରଖାପାତିର ସଁପତି ଲେଖେଁ ନିଜର ସୁଆରଥ୍‌ ଲାଗି ବେଧଡ଼କ ଜଂଗଲ କାଟି ପକଉଛନ୍‌। ସେମାନେ ଗଛରେ ଇଟା ପୁଡ଼େଇ ଭଲ ଦୁଇପଏସା ରୁଜ୍‌ଗାର କରୁଥିବାର ଦେଖ୍‌ବାକେ ମିଲୁଛେ। ଇଆଡ଼େ ଖଟିଖିଆ ଗରିବ୍‌ ଦୁଖି ଜଂଗଲୁ ଜାଲନି କାଠ୍‌ ଠୁଲାବାକେ ଗଲେ ବନ୍‌ ବିଭାଗ ତାହାକୁ ଧରି ହଇରାନ ହରକତ କରୁଛେ। ହେଲେ ମାଫିଆମାନେ ଜଂଗଲରୁ ବଡ଼ ବଡ଼ ଦାମ୍‌କିଆ ଗଛ୍‌ଖୁଁଟ କାଟି ଇଟା ପୁଡ଼ଛନ୍‌। ଇ ସବୁ ଜାନି ବି ବନ୍‌ ବିଭାଗର ତାକର ଉପରେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାରଟା ଜନସାଧାରନ୍‌କୁଁ ଆଶିରିଯ୍‌ କରିଛେ। ଇଆଡ଼େ ସରକାର ଜଂଗଲ ବଢ଼ାବାର ଲାଗି ଫିବଛର କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ସେନ୍‌ତା ତହସିଲର ରାଜସ୍ବ ଅସୁଲି ଲାଗି ରୟାଲଟି କାଟବାର ନିୟମ ରହିଛେ। ହେଲେ ସଇଁତଲା ବ୍ଲକରେ ନଁାକେ କେତେ ଜାଗାରେ ରୟାଲଟି କଟାଯାଉଥିଲେ ବି ଇଟା ଭାଟି କି ମାଲିକମାନକର ଉପରେ କେହେନ୍‌ସି ପରକାର ପଦକ୍ଷେପ ନାଇଁ ନେବାର। ଇଆଡ଼େ ଥାନୀଅ ବିଧାୟିକା ତାକର ବିକାଶ ପଁାଠିରୁ ବ୍ଲକର ସବୁ ପଁଚେତ୍‌କେ ଗୁଟେ ଲେଖଁା ପାଏନ୍‌ ଟ୍ୟାଙ୍କର ଯୁଗେଇ ଦେଇଛନ୍‌। ପଁଚେତ୍‌ବାସୀକର ସୁବିଧା ଅସ୍‌ବିଧାରେ ସେଟା କାମେ ଲାଗ୍‌ବାର ନିୟମ ରହିଛେ। ହେଲେ କେତେ ପଁଚେତ୍‌ରେ ପରଭାବଶାଲି ଲୋକ୍‌ମାନେ ଇ ପାଏନ୍‌ ଟ୍ୟାଙ୍କର ନେଇ ବେଆଇନ୍‌ ଇଟାଭାଟି ପୁଡ଼ା କାମ୍‌ରେ ଲଗଉଥିବାର ଦେଖ୍‌ବାକେ ମିଲିଛେ। ସେନ୍‌ତା ଡୁଙ୍ଗୁରିପାଲି ପଁଚେତ୍‌ର ଟୁର୍ଚ୍ଚାଉପେରରେ ଥିବାର ସରକାରୀ ବଁଧ୍‌ରେ ଝନେ ଲୋକ୍‌ ପରତିନିଧି ଇଟା ଭାଟି କରି ବଁଧର ପାଏନ୍‌ ଶୁଖେଇ ଦେଇଥିବାର ଅଭିଯୋଗ ହେଇଥିଲା। ଇ ବାବ୍‌ଦେ ସଇଁତଲା ରାଜସ୍ବ ବିଭାଗ ଅଧ୍‌କାରୀ ପ୍ରତାପ ଭୋଇ ସେ ବେଆଇନ ଇଟା ଭାଟି ବାବ୍‌ଦେ ଅନେକ୍‌ ଦିନୁ ତହସିଲଦାରକୁଁ ଲିଖିତ ଜନେଇ ସାରିଛନ୍‌। ହେଲେ ଆଏଜ୍‌ତକ ପରଶାସନ ତରଫୁ ଇ ଦିଗେ ପଦକ୍ଷେପ ନାଇଁ ନିଆଯାଇ। ଯେନ୍‌ଥିରଲାଗି ଅଂଚଲବାସୀକର ଭିତରେ ଦିନୁଦିନ୍‌କେ ଅସନ୍‌ତୋଷ ଭାବ୍‌ ବଢ଼ତେଲ ଯାଉଛେ। ଇ ବାବ୍‌ଦେ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗକୁଁ ପଚ୍‌ରାଲାରୁ ବହୁତ୍‌ ଜଲଦି ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ହେଲେ ତହସିଲ ତରଫୁ ବେଆଇନ ଇଟା ଭାଟି ଉପରେ ଚଢ଼ଉ କରି ଜରିମାନା ଅସୁଲ କଲେ ମାଲିକମାନେ ଛାଟ୍‌ ହେଇଯାଏତେ। ଇଥ୍‌ରେ ସରକାରକଁର ରାଜସ୍ବ ବି ବଢ଼ତା ବଲି ସାଧାରନରେ ଚରଚା ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ମନ୍ଥର ଗତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ଲୋଇସିଂହା,୨୧।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଞ୍ଚାୟତ ସାନଟିକା ଗ୍ରାମର ଏମଆଇପି କଟାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇଛି। ତେବେ ଜୁନ୧୫ ତାରିଖ ଗଡି…

ଡିଜେ ଗାଡିର ସାଉଣ୍ଡରେ ମହିଳା ମୃତ: ଶବ ରଖି ରାସ୍ତା ଅବରୋଧ କଲେ ପରିବାର ଲୋକେ

ପାଟଣାଗଡ଼ ୨୦।୬ (ସଚ୍ଚିଦାନନ୍ଦ ମହାକୁର) ବଲାଙ୍ଗୀର ଜିଲା ପାଟଣାଗଡ ଥାନା ଏନଏସି ବ୍ରାହ୍ମପୁରା ସ୍ଥିତ ସଅଁରା ପଡ଼ାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

ଚାମେଲି ଓଝାଙ୍କୁ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲା ବଲାଙ୍ଗୀର ସରପଞ୍ଚ ମହାସଂଘ, ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ବଲାଙ୍ଗୀର,୧୮ା୬(ସୁନିଲ କୁମାର ମହାନ୍ତି): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଆକ୍ରମଣ ଘଟଣାର ନିରପେକ୍ଷ ତଦନ୍ତ ଏବଂ ନ୍ୟାୟ ପ୍ରଦାନ ପାଇଁ ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri