ପାଟପୁର,୬ା୯(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ା ସମଗ୍ର ସାନଖେମୁଣ୍ଡି ଅଞ୍ଚଳ ଜଳମଗ୍ନ ହୋଇ ପଡିଛି ା ଗୁରୁବାର ବୁଦ୍ଧେଶ୍ୱର ଗ୍ରାମ ନିକଟ ରଘୁନାଥ ସାଗରରେ ବନ୍ୟାପାଣି ଆସି ପୋଚକା ପୋଲ ଧୋଇ ନେଇଛି। ଫଳରେ ଆସିକା-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି। ପୋଲ ଭୁଶୁଡିବାବେଳେ ସେହିବାଟ ଦେଇ ଆସୁଥିବା ପାଟପୁର ରେଡ୍ଡୀ ସାହିର କୃଷ୍ଣ ଆଚାରୀ ବାଇକ ସହ ଭାସି ଯାଇଥିଲେ। ପ୍ରାୟ ୨୫ ମିଟର ଯିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମାତ୍ର ବନ୍ୟା ପାଣିରେ ବାଇକଟି ଭାସି ଯାଇଛି। ପାଟପୁର ବ୍ଲକ ଅଞ୍ଚଳର ପ୍ରାୟ ୨୦୦ ହେକ୍ଟର ଚାଷଜମି ବର୍ଷା ଜଳରେ ବୁଡି ରହିଛି ା ସେହିପରି ଡେଙ୍ଗାଓସ୍ତା-ସିଙ୍ଗପୁର ରାସ୍ତାର ଏକ ପୋଲ ଉପରେ ପ୍ରାୟ ୫ ଫୁଟ ପାଣି ପ୍ରବାହିତ ହେଉଛି। ନିକଟସ୍ଥ ଆଠ ଗ୍ରାମବାସୀ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡେଙ୍ଗାଓସ୍ତା, ପାଟପୁର ଭାୟା ପଳାଶପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି ା ବିଭିନ୍ନ ବିଦ୍ୟାଳୟରେ ପାଣି ଜମି ରହିଛି। ତହସିଲଦାର ଅମିତ କୁମାର ନାୟକ, ବିଡିଓ ଶିବଶଙ୍କର ମିଶ୍ର, ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ବିଭିନ୍ନ ଗ୍ରାମାଞ୍ଚଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୁରୁବାର ସନ୍ଧ୍ୟା ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇ ନ ଥିବା ତହସିଲଦାର ଅମିତ କୁମାର ନାୟକ ସୂଚନା ଦେଇଛନ୍ତି। ସେହିପରି ପାଟପୁର ରାଧାଦେଇପୁର ମୁଖ୍ୟ ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ନର୍ଦ୍ଦମା ପାଣି ବହୁ ଲୋକଙ୍କ ଘରେ ପଶିଛି।
Posted inଆମ ଜିଲା ଖବର, ଗଞ୍ଜାମ View All

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ପାପଡ଼ାହାଣ୍ଡି/ମଇଦଲପୁର,୯।୧୨(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ ଆମପାଣି ଘାଟିରୁ ସୋମବାର ପୋଲିସ ଏକ ମୃତଦେହ ଉଦ୍ଧାର କରିଛି। ସେ ହେଲେ ଝାଡ଼କୁଶମି ଗ୍ରାମର...

ହାତୀ ଆକ୍ରମଣରେ ଜଣେ ମୃତ: ଉତ୍ତେଜନା, ବନ ବିଭାଗ ଗାଡ଼ି ଭଙ୍ଗାରୁଜା
ବନ୍ତଳା, ୩ା୫(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ତଳଗଡ଼ ନୂଆଁଭୂଇଁ ସାହିର କାଳିଆ ବେହେରା (୩୦)ଙ୍କ ରବିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ସୁମିତ୍ରା...

ଫି’ ବୃଦ୍ଧିକୁ ନେଇ ତାଳଚେର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଉତ୍ତେଜନା, ଫାଟକରେ ତାଲା ପକାଇ ଆନ୍ଦୋଳନରେ ଛାତ୍ରୀଛାତ୍ର
ତାଳଚେର,୨୦।୯(ନି.ପ୍ର.): ରିଆଡ୍ମିଶନ ଫି କମାଇବା ଦାବିରେ ଶୁକ୍ରବାର ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ର ଛାତ୍ରୀଛତ୍ରମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି।...

ପ୍ରବାସୀ ଓଡ଼ିଆଙ୍କ ରାସ୍ତାରୋକୋ
ବୁଗୁଡ଼ା,୩୦ା୬(ଡି.ଏନ୍.ଏ.)- ବୁଗୁଡ଼ା ବ୍ଲକ ବିରଞ୍ଚତ୍ପୁର ପଞ୍ଚାୟତର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅବଧି ପୂରଣ କରି ଘରକୁ ଫେରିଥିବା ପ୍ରବାସୀ ଓଡ଼ିଆ ସହାୟତା ରାଶି ଦାବିରେ ମଙ୍ଗଳବାର...

କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ
ଯୋଡା,୫।୫ (ଡି.ଏନ୍.ଏ.): କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ। ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲାରେ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଶ୍ରୀଧରପୁର ଗ୍ରାମର ରୁକ୍ମଣୀ ମହାନ୍ତ...

ବର୍ଷାରେ ଧୋଇଗଲା ଅସ୍ଥାୟୀ ପୋଲ, ଯାତାୟାତ ବାଧାପ୍ରାପ୍ତ
ପାଟପୁର,୨୩ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରିରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ବୁଧବାର ପୋଚକା ନାଳ ଉପର ମୁଣ୍ଡରେ ବର୍ଷା ଯୋଗୁ...

୨ ବର୍ଷ ହେଲା ବନ୍ଦ ପାସେଞ୍ଜର ଟ୍ରେନ୍
ଯାଜପୁର ଅଫିସ,୧୬।୩: ରାଜ୍ୟରେ ପାସେଞ୍ଜର ଟ୍ରେନ ଚଳାଚଳ ଗତ ୨ ବର୍ଷ ପରେ ବି ସ୍ବାଭାବିକ ହୋଇପାରିନାହିଁ। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା
ନାଉଗଁା, ୬।୪ (ସ୍ବ.ପ୍ର.)-କୋଭିଡ୍-୧୯ର ମୁକାବିଲା ପାଇଁ ଫିଲ୍ମ ତାରକାଙ୍କଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଓ ସାଧାରଣ ଲୋକେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଓ...