ବନ୍ଧୁ ପାଇଁ ଦିନଟିଏ

ବାରିପଦା ଅଫିସ, ୪।୮- ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ପାଳନ ଲାଗି ଯୁବପିଢି ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ଦିନ ବନ୍ଧୁଙ୍କୁ ମନ ପସନ୍ଦର ସାମଗ୍ରୀ ଉପହାର ଦେବା ଲାଗି ଅନେକେ ମଧ୍ୟ କିଣାକିଣି କରି ସାରିଛନ୍ତି। ବନ୍ଧୁବିନା ଜୀବନ କେମିତି ନିରଳସ ଲାଗେ । ବନ୍ଧୁତ୍ୱର ସମ୍ପର୍କ ବଢାଇବାକୁ ଏହି ଦିବସ ଅନେକ ସୁଯୋଗ ଆଣି ଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ଯୁବତୀଯୁବକମାନେ ଆଗୁଆ ପ୍ରସ୍ତୁତି ଓ ଯୋଜନା କରିଥିବା କହିଛନ୍ତି। ସୋସିଆଲ ମିଡିଆ ସମ୍ପର୍କର ଖିଅ ଯୋଡିବାରେ ଅଧିକ ସହାୟକ ହେଉଛି। ‘ବନ୍ଧୁତ୍ୱ ଦିବସ’ ପାଳନ ଅବସରରେ ଖୋଲାରେ ଗପିବାକୁ ଅନେକ ଯୋଜନା କରିବା ସହ ଉପହାର ସାମଗ୍ରୀ ଭାବେ ବ୍ୟାଣ୍ଡ ଓ କାର୍ଡ କିଣି ରଖିଛନ୍ତି। ଏଥିଲାଗି ଗତ କିଛି ଦିନ ଧରି ବାରିପଦା ସହରର ବିଭିନ୍ନ ଫ୍ୟାନ୍ସିି ଷ୍ଟୋର ଓ ଗିଫ୍ଟ କର୍ନର ଓ ଅସ୍ଥାୟୀ ଦୋକାନରେ ଭିଡ ଲାଗି ରହିଥିଲା। ଏହାଛଡା ବିଭିନ୍ନ ପାର୍କ, ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ଏହି ଦିବସ ପାଳନ ଲାଗି ସ୍ବତନ୍ତ୍ର ଆୟୋଜନମାନ କରାଯାଉଛି।
ବାରିପଦା ସହରର ଯୁବକ ଦେବାଶିଷ ବିଶ୍ୱାଳ କହିଛନ୍ତି, ବନ୍ଧୁତ୍ୱ ଦିବସର ପ୍ରସ୍ତୁତି ସ୍ବରୂପ ସେ ସାଙ୍ଗମାନଙ୍କ ସହିତ ଗିଫ୍ଟ କର୍ନର ଯାଇ ଉପହାର ସାମଗ୍ରୀ କିଣାକିଣି କରିିଛନ୍ତି। ସ୍ବତନ୍ତ୍ର ଭାବେ କେକ୍‌ କାଟି ବନ୍ଧୁଙ୍କ ସହିତ ଏହି ଦିବସ ପାଳନ କରିବେ। ଅବଦୁଲ ହବିବ କହିଛନ୍ତି, ଫ୍ରେଣ୍ଡଶିପ୍‌ ଡେ ରବିବାର ପଡୁଥିବାରୁ ସାଙ୍ଗମାନଙ୍କ ସହିତ ନିକଟସ୍ଥ ପାର୍କ ବୁଲିଯିବାକୁ ସ୍ଥିର କରିଛନ୍ତି। ରେଷ୍ଟୁରାଣ୍ଟରେ ଖାଇବା ସହିତ ସାରାଦିନ ନୂଆପୁରୁଣା ବନ୍ଧୁଙ୍କ ସହିତ ବିତାଇବେ। ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ତାଙ୍କ ଅଫିସର ସମସ୍ତ ସାଙ୍ଗଙ୍କ ସହିତ ସେ ଫ୍ରେଣ୍ଡଶିପ ଡେ ସେଲିବ୍ରେଶନ କରିବେ। ସମସ୍ତ ସାଙ୍ଗଙ୍କୁ ସରପ୍ରାଇଜ ଗିଫ୍ଟ ଦେବେ। ବନ୍ଧୁତ୍ୱର ପରିଭାଷାକୁ ନେଇ ଅନେକ ମଧ୍ୟ ନାନା ଚର୍ଚ୍ଚା କରୁଛନ୍ତି। ତେବେ ‘ବନ୍ଧୁତ୍ୱ ଦିବସ’ ପାଳନ ଲାଗି ଯୁବପିଢିରେ ବର୍ଷକୁ ବର୍ଷ ଅଧିକ ଆଗ୍ରହ ପରିଲକ୍ଷିତ ହେଉଥିବା ଲକ୍ଷ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତାରେ କାକଟପୁର ବ୍ଲକ ଅଞ୍ଚଳର ଚାଷୀ: କରୋନାକୁ ନେଇ ତରଭୂଜକୁ ମୁହଁ ମୋଡୁଛନ୍ତି ଲୋକେ, ବିଲରେ ସଢୁଛି କଖାରୁ; ଜିଲାପାଳ ଦୃଷ୍ଟି ଦେବାକୁ ଦାବି

କାକଟପୁର,୧୫।୪(ଡି.ଏନ୍‌.ଏ.): ପୁରୀ ଜିଲାର କାକଟପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଶହଶହ ଏକର ଜମିରେ ପନିପରିବା ଚାଷ ହେଉଛି। କାକଟପୁର ବ୍ଲକର କାକଟପୁର, ଅନନ୍ତପୁର, ନରଣପୁର, ଓଥକା,...

ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି

ଭବାନୀପାଟଣା,୨୨ା୧୦(ଡି.ଏନ୍‌.ଏ.): ଆସନ୍ତା ୨୪ ତାରିଖରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ...

‘କଲେଜ ଭିତ୍ତିଭୂମି ସୁଦୃଢ଼ କର’

ଢେଙ୍କାନାଳ ଅଫିସ, ୧୮।୧୨ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ କଲେଜଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଲାଗି ଏକ ବୈଠକ ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ...

ସୀମା ସିଲ୍‌ ବେଳେ ବିବାଦ: ଓଡ଼ିଶାରେ ପଶି ଟେଣ୍ଟ ବାନ୍ଧିଲା ଝାଡଖଣ୍ଡ ପୋଲିସ

ବଡବିଲ, ୩୧ା୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ସମସ୍ତ ରାଜ୍ୟ ସୀମାନ୍ତଗୁଡିକୁ ସିଲ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଝାଡଖଣ୍ଡ...

ମର୍ନିଂଓ୍ବାକ୍‌ ବେଳେ ଅଜଣା ଗାଡ଼ି ଧକ୍କାରେ କ୍ରଶର ମ୍ୟାନେଜର ମୃତ

ବରଗଡ଼ ଅଫିସ,୯।୧୦: ବରଗଡ଼-ସୋହେଲା ରାସ୍ତାର ସାଉନ୍ତପୁର ନିକଟରେ ବୁଧବାର ଭୋର ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କ୍ରଶର ମାଲିକଙ୍କ ମୃତ୍ୟୁ ଘଟିଛି। ସେ...

ପଞ୍ଚସଖା ପଡ଼ିଆରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ

ସାକ୍ଷୀଗୋପାଳ, ୩୦।୫(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ବକୁଳ ବନ ସ୍ଥିତ ପଞ୍ଚସଖା ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସମୁହ ‘ବନ୍ଦେ ଉତ୍କଳ ଜନନୀ’ଗାନ...

ଆରମ୍ଭ ହେଲା ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟ: ଉତ୍ତର ଦ୍ୱାର ପାର୍ଶ୍ୱ ଲକ୍ଷ୍ମୀବଜାର ଉଚ୍ଛେଦ

ପୁରୀ ଅଫିସ,୨୯ା୫: ପ୍ରାୟ ଅଢ଼େଇ ମାସ ପରେ ଶ୍ରୀକ୍ଷେତ୍ରର ବିକାଶ କାମ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ସକାଳୁ ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରୁ...

ନୂଆ ମୋଟରଯାନ ଆଇନ ନେଇ ପୋଲିସର ସଚେତନତା

କୋମନା,୧୦।୯(ଡି.ଏନ.ଏ.) ନୂଆପଡ଼ା ଜିଲା କୋମନା ପୋଲିସ ପକ୍ଷରୁ ସୋମବାର ନୂଆ ମୋଟରଯାନ ଆଇନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନସାଧାରଣ, ମୋଟରଯାନ ଚାଳକ...

Advertisement
Archives

Model This Week