ବନ୍ଧୁ ପାଇଁ ଦିନଟିଏ

ବାରିପଦା ଅଫିସ, ୪।୮- ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ପାଳନ ଲାଗି ଯୁବପିଢି ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ଦିନ ବନ୍ଧୁଙ୍କୁ ମନ ପସନ୍ଦର ସାମଗ୍ରୀ ଉପହାର ଦେବା ଲାଗି ଅନେକେ ମଧ୍ୟ କିଣାକିଣି କରି ସାରିଛନ୍ତି। ବନ୍ଧୁବିନା ଜୀବନ କେମିତି ନିରଳସ ଲାଗେ । ବନ୍ଧୁତ୍ୱର ସମ୍ପର୍କ ବଢାଇବାକୁ ଏହି ଦିବସ ଅନେକ ସୁଯୋଗ ଆଣି ଦେଇଥାଏ। ଏହାକୁ ଦୃଷ୍ଟିରେ ରଖି ଯୁବତୀଯୁବକମାନେ ଆଗୁଆ ପ୍ରସ୍ତୁତି ଓ ଯୋଜନା କରିଥିବା କହିଛନ୍ତି। ସୋସିଆଲ ମିଡିଆ ସମ୍ପର୍କର ଖିଅ ଯୋଡିବାରେ ଅଧିକ ସହାୟକ ହେଉଛି। ‘ବନ୍ଧୁତ୍ୱ ଦିବସ’ ପାଳନ ଅବସରରେ ଖୋଲାରେ ଗପିବାକୁ ଅନେକ ଯୋଜନା କରିବା ସହ ଉପହାର ସାମଗ୍ରୀ ଭାବେ ବ୍ୟାଣ୍ଡ ଓ କାର୍ଡ କିଣି ରଖିଛନ୍ତି। ଏଥିଲାଗି ଗତ କିଛି ଦିନ ଧରି ବାରିପଦା ସହରର ବିଭିନ୍ନ ଫ୍ୟାନ୍ସିି ଷ୍ଟୋର ଓ ଗିଫ୍ଟ କର୍ନର ଓ ଅସ୍ଥାୟୀ ଦୋକାନରେ ଭିଡ ଲାଗି ରହିଥିଲା। ଏହାଛଡା ବିଭିନ୍ନ ପାର୍କ, ହୋଟେଲ ଓ ରେଷ୍ଟୁରାଣ୍ଟରେ ମଧ୍ୟ ଏହି ଦିବସ ପାଳନ ଲାଗି ସ୍ବତନ୍ତ୍ର ଆୟୋଜନମାନ କରାଯାଉଛି।
ବାରିପଦା ସହରର ଯୁବକ ଦେବାଶିଷ ବିଶ୍ୱାଳ କହିଛନ୍ତି, ବନ୍ଧୁତ୍ୱ ଦିବସର ପ୍ରସ୍ତୁତି ସ୍ବରୂପ ସେ ସାଙ୍ଗମାନଙ୍କ ସହିତ ଗିଫ୍ଟ କର୍ନର ଯାଇ ଉପହାର ସାମଗ୍ରୀ କିଣାକିଣି କରିିଛନ୍ତି। ସ୍ବତନ୍ତ୍ର ଭାବେ କେକ୍‌ କାଟି ବନ୍ଧୁଙ୍କ ସହିତ ଏହି ଦିବସ ପାଳନ କରିବେ। ଅବଦୁଲ ହବିବ କହିଛନ୍ତି, ଫ୍ରେଣ୍ଡଶିପ୍‌ ଡେ ରବିବାର ପଡୁଥିବାରୁ ସାଙ୍ଗମାନଙ୍କ ସହିତ ନିକଟସ୍ଥ ପାର୍କ ବୁଲିଯିବାକୁ ସ୍ଥିର କରିଛନ୍ତି। ରେଷ୍ଟୁରାଣ୍ଟରେ ଖାଇବା ସହିତ ସାରାଦିନ ନୂଆପୁରୁଣା ବନ୍ଧୁଙ୍କ ସହିତ ବିତାଇବେ। ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ତାଙ୍କ ଅଫିସର ସମସ୍ତ ସାଙ୍ଗଙ୍କ ସହିତ ସେ ଫ୍ରେଣ୍ଡଶିପ ଡେ ସେଲିବ୍ରେଶନ କରିବେ। ସମସ୍ତ ସାଙ୍ଗଙ୍କୁ ସରପ୍ରାଇଜ ଗିଫ୍ଟ ଦେବେ। ବନ୍ଧୁତ୍ୱର ପରିଭାଷାକୁ ନେଇ ଅନେକ ମଧ୍ୟ ନାନା ଚର୍ଚ୍ଚା କରୁଛନ୍ତି। ତେବେ ‘ବନ୍ଧୁତ୍ୱ ଦିବସ’ ପାଳନ ଲାଗି ଯୁବପିଢିରେ ବର୍ଷକୁ ବର୍ଷ ଅଧିକ ଆଗ୍ରହ ପରିଲକ୍ଷିତ ହେଉଥିବା ଲକ୍ଷ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

ତାଳପତ୍ର କୁଡ଼ିଆରେ ବିତୁଛି ମା’ଙ୍କ ସହ ଦୁଇ ଝିଅ-ପୁଅଙ୍କ ଜୀବନ, ସହାୟତାର ହାତ ବଢ଼ାଇଲେ…

ଗଞ୍ଜାମ,୩୦ା୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳୀ ପଞ୍ଚାୟତର ଖଣ୍ଡ ଦେଉଳୀ ଗ୍ରାମର ବିଧବା ମହିଳା ଏସ୍‌ ରୀନା। ପରିବାର କହିଲେ ପୁଅ ଓ ଝିଅ। ସ୍ବାମୀ ଏସ୍‌…

ଚାଞ୍ଚଲ୍ୟ! SCB ନାଁରେ ସାଂଘାତିକ ଅଭିଯୋଗ, ରୋଗୀଙ୍କୁ ପାଇପ୍‌ରେ ପିଟି ପିଟି ମାରିଦେଲେ

କଟକ,୩୦ା୯(ପ୍ରଭୁକଲ୍ୟାଣ ପାଲ୍): କଟକ ଏସସିବି ମାନସିକ ରୋଗ ବିଭାଗରୁ ଆସିଛି ସାଂଘାତିକ ଅଭିଯୋଗ । ଦୁଇଦିନ ତଳେ ଭର୍ତ୍ତି ହୋଇଥିବା ଯାଜପୁର ଅଂଚଳ ର ଜଣେ ରୋଗୀଙ୍କୁ…

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ…

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?