ବନ୍ଧୁକ ଦେଖାଇ ୯ ଲକ୍ଷ ଲୁଟ୍‌

ଜଳେଶ୍ୱର, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଏକତାଳି ନିକଟରେ ଗୁରୁବାର ଅପରାହ୍ନରେ ଦୃର୍ବୃତ୍ତମାନେ ୬ଜଣ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୯ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଜଳେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏକ ବୋଲେରୋ(ନଂ.ଓଡ଼ି-୦୪କେ-୧୩୧୯)ରେ ୬ଜଣ ବ୍ୟବସାୟୀ କଲିକତାରୁ ଚଣ୍ଡିଖୋଲ ଯାଉଥିଲେ। ପଶ୍ଚିମବଙ୍ଗରୁ ଏକ ସ୍କର୍ପିଓ ସେମାନଙ୍କ ପିଛା କରିଥିଲା। ଜଳେଶ୍ୱର ନିକଟସ୍ଥ ଏକତାଳି ଗ୍ରାମ ନିକଟରେ ରାସ୍ତା ଫାଙ୍କା ଥିବାରୁ ସ୍କର୍ପିଓ ଓଭରଟେକ କରି ବୋଲେରୋ ଆଗକୁ ଚାଲିଆସି ଅଟକାଇଥିଲା। ଗାଡ଼ି ଭିତରୁ ୬ଜଣ ଯୁବକ ବାହାରି ଆସି ଏକ ରାଉଣ୍ଡ ଗୁଳି ଚଳାଇବା ସହ ବ୍ୟବସାୟୀମାନଙ୍କ ଗାଡିର କାଚ ଭଙ୍ଗାରୁଜା କରିଥିଲେ। ଏହାସହ ସେମାନେ ଧମକ ଦେଇ ସମସ୍ତଙ୍କୁ ଗାଡିରୁ ଓହ୍ଲାଇ ମାରପିଟ୍‌ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ବ୍ୟବସାୟୀମାନଙ୍କ ପାଖରୁ ୯ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଛଡାଇନେଇ ପଳାଇଯାଇଥିଲେ। ଜଳେଶ୍ୱର ପୋଲିସ ପହଞ୍ଚି ଆହତ ବ୍ୟବସାୟୀମାନଙ୍କୁ ଚିକିତ୍ସା ପାଇଁ ପଠାଇଛି। ବ୍ୟବସାୟୀମାନଙ୍କ ମଧ୍ୟରେ ଚଣ୍ଡିଖୋଲର ସୁନୁ ଖାନ୍‌, ସେକ ବକ୍ସାର ରହମାନ ଓ ଅନ୍ୟ ୪ ଜଣ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଟେନିସ୍‌ କ୍ରିକେଟ: ଶ୍ରୀକାକୁଲମ୍‌ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୩ା୧-ସ୍ଥାନୀୟ ଗୋଷାଣୀନୂଆଗଁା କେସି ହାଇସ୍କୁଲ ପଡିଆରେ କେସି ଏକାଦଶ କ୍ରିକେଟ ବ୍ଲକ ଆନୁକୂଲ୍ୟରେ ଆନ୍ତଃ ରାଜ୍ୟ ଟେନିସ ବଲ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପନୀ ଉତ୍ସବରେ...

ଆର୍ମି ଏଡି କଲେଜ ଦୀକ୍ଷାନ୍ତ ସମାରୋହ ଆଜି : ପହଞ୍ଚିଲେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଗୋପାଳପୁର,୨୮ା୯-ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଆର୍ମି ଏଡି କଲେଜ ପରିସରରେ ଆୟୋଜିତ ହେବାକୁ ଥିବା ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ରାଷ୍ଟ୍ରପତି ଶୁକ୍ରବାର ବାୟୁସେନାରେ ସ୍ବତନ୍ତ୍ର ବିମାନରେ...

ଟ୍ରକ ଧକ୍କାରେ ବାଇକ୍‌ ଚାଳକ ମୃତ :କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଛତ୍ରପୁର,୫ା୧୧(ଡି.ଏନ.ଏ) -ଛତ୍ରପୁର ଥାନା ଅଧୀନ ବଡମାଧପୁର ଗାଁ ହନୁମାନ ସାହି ରାସ୍ତାରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ...

ସରୁନି ହଳଦିଆ ପୋଲ ନିର୍ମାଣ

ବାଲେଶ୍ୱର ଅଫିସ, ୮।୮:  ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କଲ୍ୟାଣପୁର ପଞ୍ଚାୟତ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଉପରେ ୨୦୧୪ରେ ୭କୋଟି ୪୨ଲକ୍ଷ ଟଙ୍କା ବ୍ୟୟ...

ସାଙ୍ଗ ହୋଇ ଯାଇଥିଲେ, ଆଉ ଫେରିଲେନି

କୋରାପୁଟ/ଲମତାପୁଟ,୨୪ା୯(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ରାଇପଡ଼ା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଜଣ...

ପ୍ରସନ୍ନ କୁମାର ପାତ୍ର ହେଲେ ଛତ୍ରପୁର ଉପଜିଲାପାଳ

ଛତ୍ରପୁର,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପଜିଲାପାଳ ଭାବେ ପ୍ରସନ୍ନ କୁମାର ପାତ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୦୬ ଓଏଏସ୍‌ ବ୍ୟାଚର ହୋଇଥିବା ବେଳେ...

୨ଲୁଟ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ

ଛତ୍ରପୁର,୩।୭(ଡି.ଏନ୍‌.ଏ.): ଛତ୍ରପୁରର ୨ଟି ଲୁଟ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଶନିବାର ଗିରଫ କରିଛି ପୋଲିସ। ମାଁ ଶାରଳା ସୁନା ଦୋକାନୀ ଦମ୍ପତିଙ୍କୁ ଆକ୍ରମଣ କରି ଗହଣା...

ଶୋଇଥିବା ବେଳେ ଘରେ ପଶିଲା ମହୁଲ ବୋଝେଇ ଟ୍ରକ: ଗୋଟିଏ ପରିବାରର ୨ ଗୁରୁତର

କେନ୍ଦୁଝର,୧୩।୧୨ (ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ନିକଟ ଷଠି ଘରସାହିରେ ଏକ ମହୁଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭୋର ପ୍ରାୟ...

Advertisement
Archives

Model This Week