Posted inଜାତୀୟ

ବନ୍ଧକ ଥିବା ସମସ୍ତ ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର

ଲକ୍ଷ୍ନୌ,୩୧।୧: ଉତ୍ତରପ୍ରଦେଶର ଫରୁଖାବାଦ ଜିଲାରେ ଜଣେ ଦୁର୍ବୃତ୍ତ ପ୍ରାୟ ୨୩ଜଣ ଶିଶୁଙ୍କୁ ଏକ ଘରେ ବନ୍ଦିକରି ରଖିଥିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ପୋଲିସ ୨୩ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଏନ୍‌କାଉଣ୍ଟରରେ ଦୁର୍ବୃତ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଫରୁଖାବାଦ ଜିଲା ମୋହମଦାବାଦ ଥାନା ଅଞ୍ଚଳର କିର୍‌ଥା ଗାଁରେ ଗୁରୁବାର ଅପରାହ୍ନରୁ ସୁଭାଷ ବାଥମ୍‌ ନାମକ ଜଣେ ବ୍ୟକ୍ତି ଜନ୍ମଦିନ ପାଳନ ଆଳରେ ୨୩ଜଣ ଶିଶୁଙ୍କୁ ଡାକି ସେମାନଙ୍କୁ ଏକ ଘରେ ବନ୍ଧକ କରି ରଖିଥିଲେ। ପିଲାମାନଙ୍କୁ ଅଟକ ରଖିଥିବା ଜାଣିପାରି ଗାଁଲୋକେ ଛାଡିବାକୁ ସୁଭାଷଙ୍କୁ କହିବାରୁ ସେ ପାଲଟା ଆକ୍ରମଣ କରିଥିଲେ। ଏନେଇ ଗାଁଲୋକେ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଓ ଏନ୍‌ଏସ୍‌ଜି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରକୁ ଘେରାଓ କରି ପିଲାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା। ଭୟଭୀତ ସୁଭାଷ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିଲା। ଦୀର୍ଘ ୯ରୁ ୧୧ଘଣ୍ଟା ଧରି ଏହି ରେସ୍‌କ୍ୟୁ ଅପରେଶନ୍‌ ଚାଲିଥିଲା। ଏହି ଏନ୍‌କାଉଣ୍ଟରରେ ଅଭିଯୁକ୍ତ ସୁଭାଷଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ କିଛି ପୋଲିସକର୍ମୀ ଆହତ ହୋଇଥିବା ସୂଚନା ମିଳିଛି। ଏହାପରେ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ତାଙ୍କର ମେଡିକାଲ ଯାଞ୍ଚ କରାଯାଇଛି ବୋଲି ଡିଜିପି ଓ.ପି. ସିଂହ କହିଛନ୍ତି। ଅପରପକ୍ଷେ ଏହି ରେସକ୍ୟୁ ଅପରେଶନ୍‌ରେ ସାମିଲ ଥିବା ପୋଲିସ ଟିମ୍‌ଙ୍କୁ ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପୁରସ୍କାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଅଭିଯୁକ୍ତ ଜଣଙ୍କ ହତ୍ୟା ଅଭିଯୋଗରେ କିଛି ଦିନ ତଳେ ପାରୋଲରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରକୁ ନେଇ ଏମିତି କହିଲେ ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦଙ୍କ ଗର୍ଲଫ୍ରେଣ୍ଡ୍‌

ଅଣ୍ଡରୱାଲର୍‌ଡ ଡନ ଦାଉଦ୍‌ ଇବ୍ରାହିମ ନିଜ ନୂଆ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ହେଉଛନ୍ତି ମହଭୀଶ ହାୟାତ୍‌, ଯିଏ କି ଜଣେ ପାକିସ୍ତାନୀ ଅଭିନେତ୍ରୀ।...

୩୦ ବର୍ଷରେ ୩୦ ଟ୍ରିଲିୟନ ଅର୍ଥନୀତିରେ ପହଞ୍ଚିବ ଭାରତ: ପୀୟୂଷ ଗୋୟଲ…

ନୂଆଦିଲ୍ଲୀ, ୬।୯ : ଭାରତ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଏଠାରେ ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ଯେ ଆମେ...

କରୋନାର ତୃତୀୟ ଲହର ପୂର୍ବରୁ ଚିନ୍ତା ବଢାଇଲାଣି ନିପା ଭାଇରସ, ଡେଙ୍ଗୁ , ମ୍ୟାଲେରିଆ

ନୂଆଦିଲ୍ଲୀ,୧୩ ।୯: କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏପଟେ କିନ୍ତୁ ଡରାଇଲାଣି ଡେଙ୍ଗୁ, ନିପା ଓ ମ୍ୟାଲେରିଆ । କରୋନା ଟିକାକରଣକୁ...

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସହିତ ସମ୍ପର୍କ: ପୂର୍ବତନ ବିଧାୟକଙ୍କୁ ଜେରା କରିବ ଏନ୍‌ଆଇଏ

ଶ୍ରୀନଗର,୩।୨: ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସହିତ ସମ୍ପର୍କ ଅଭିଯୋଗରେ ଜମ୍ମୁ-କଶ୍ମୀରର ପୂର୍ବତନ ବିଧାୟକ ଶେଖ୍‌ ଅବଦୁଲ୍‌ ରଶିଦ୍‌ଙ୍କୁ ଏନ୍‌ଆଇଏ ଜେରା କରିବ। ହିଜ୍‌ବୁଲ୍‌ କମାଣ୍ଡର...

ଅହମଦାବାଦ୍‌ ସିରିଏଲ୍‌ ବିସ୍ଫୋରଣ, ୪୯ ଦୋଷୀ ସାବ୍ୟସ୍ତ-୨୮ ଦୋଷମୁକ୍ତ…

ଅହମଦାବାଦ୍‌, ୮।୨ : ଅହମଦାବାଦ୍‌ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ସ୍ପେଶାଲ କୋର୍ଟ ରାୟ ଦେଇଛନ୍ତି। ବିସ୍ଫୋରଣ ମାମଲାରେ ୪୯ ଜଣଙ୍କୁ କୋର୍ଟ ଦୋଷୀ...

ନିଟ୍‌-ପିଜି କାଉନ୍‌ସେଲିଂ ୨୦୨୧: ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୭।୧: ନିଟ୍‌-ପିଜି କାଉନ୍‌ସେଲିଂ ୨୦୨୧କୁ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣକୁ ମଧ୍ୟ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ଏଥି ସହିତ,...

ଟଙ୍କା ସହ କ୍ୟାବିନେଟ୍‌ ସିଟ ଯାଚୁଛନ୍ତି ଭାଜପା ନେତା

ଚଣ୍ଡିଗଡ଼,୫।୧୨: ଆସନ୍ତା ବର୍ଷ ଆରମ୍ଭରୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୋତେ ଦଳରେ ସାମିଲ କରିବା ପାଇଁ ଜେଣ ଭାଜପା ନେତା ଟଙ୍କା ସହ...

ଦୁଇ ଲୁଟେରାଙ୍କ ସହ ଲଢ଼ି ଜିତିଲେ ଏହି ଯୁବତୀ, ପୁରସ୍କାର ରାଶି ଘୋଷଣା କଲା ପୋଲିସ

ଚଣ୍ଡିଗଡ଼,୨ା୯: ଜଳନ୍ଧରର ଡେପୁଟି କମିଶନର ଘନଶ୍ୟାମ ଥୋରୀ ଜଣେ ଯୁବତୀଙ୍କୁ ୫୧,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ...

Advertisement
Archives

Model This Week