ବନ୍ତଳା, ମାଧପୁରରେ ଭୁଶୁଡ଼ିଲା ଘର

ବନ୍ତଳା/ମାଧପୁର, ୯।୯(ଡି.ଏନ.ଏ.) ଲଗାଣ ବର୍ଷା ଯୋଗୁ ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଢିପସାହିରେ ରଞ୍ଜନ ମୁଖୀଙ୍କ ଘର ଭାଙ୍ଗିଯାଇଛି। ଫଳରେ ତାଙ୍କ ପରିବାରର ୩ ଜଣ ଆହତ ହୋଇଛନ୍ତି। ରଞ୍ଜନ ମୁଖୀ (୪୮), ସ୍ତ୍ରୀ ଦିଲ୍ଲୀ ମୁଖୀ(୪୫), ପଦ୍ମିନୀ ମୁଖୀ(୩୫), ଜଗନ ମୁଖୀ (୨୨), ଜଗଦୀଶ ମୁଖୀ(୧୫), ଯସ୍ମିନ ମୁଖୀ(୧୩), ରାକେଶ ମୁଖୀ(୧୦) ଘରେ ଶୋଇଥିବାବେଳେ ଘର ଭାଙ୍ଗିଯାଇଥିଲା। ଫଳରେ ଏବେ ପୂରା ପରିବାର ବାହାରେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ସେହିପରି ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମର ଦିଗାମ୍ବର ବାଘ ଏବଂ ଦୋଳଗୋବିନ୍ଦ ପ୍ରଧାନଙ୍କ ୨ ବଖରା ଲେଖାଏଁ ଘର କାନ୍ଥ ଭୁଶୁଡ଼ି ପଡିଛି। ଫଳରେ ପୂରା ପରିବାର ବାସହରା ହୋଇପଡିଛନ୍ତି। ଏ ସମ୍ପର୍କରେ ସେମାନେ ମାଧପୁର ରାଜସ୍ବ ନିରୀକ୍ଷକଙ୍କୁ ଜଣେଇବା ପାଇଁ ଆସିଥିଲେ ମଧ୍ୟ ଅଧିକାରୀ ଅନୁପସ୍ଥିତ ଥିବାରୁ ଫେରିଯାଇଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହନ୍ତ ଶଟ୍‌ଡାଉନ୍‌ ନେଇ ନୂଆ ଗାଇଡ୍‌ଲାଇନ୍‌

ପାରଳାଖେମୁଣ୍ଡି,୨୩।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶଟ୍‌ଡାଉନ୍‌ ସରକାର ଘୋଷଣା କରିଛନ୍ତି। ଏହି ଆଧାରରେ ଶନିବାର ଓ ରବିବାର ଦୁଇଦିନ ଗଜପତି ଜିଲା...

କାମରେ ଲାଗୁନି ବରିପାଳ ଫରେଷ୍ଟ ବିଟ୍‌

ଘସିପୁରା,୧୬।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲାରେ କାଠ ଚୋରଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବାରୁ ବନ ସମ୍ପଦ ଉଜଡ଼ିବାରେ ଲାଗିଛି। ଆବଶ୍ୟକ କର୍ମଚାରୀ ଅଭାବରୁ ଜଙ୍ଗଲ ସୁରକ୍ଷା କାର୍ଯ୍ୟ ବାଧାପ୍ରାପ୍ତ...

ତହସିଲଦାର ସଫା କଲେ କାର୍ଯ୍ୟାଳୟ ପରିସର

ଶେରଗଡ଼,୯।୭(ଡି.ଏନ.ଏ.) : ଗଞ୍ଜାମ ଜିଲା ଶେରଗଡ଼ ତହସିଲ କାର୍ଯ୍ୟାଳୟ ପରିସରକୁ ମଙ୍ଗଳବାର କର୍ମଚାରୀମାନେ ମିଶି ସଫା କରିଛନ୍ତି। ଏହାକୁ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ସଫା...

ସମୁଦ୍ରରେ ବୁଡ଼ି ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ଅଫିସ,୩ା୫: ସମୁଦ୍ରରେ ଗାଧୋଉଥିବା ବେଳେ ବୁଡ଼ିଯାଇ ବୁଧବାର ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଆଉ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି...

ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଠା ଖୁଆଇବା ଘଟଣା:ଉଭୟ ପକ୍ଷର ୭ କୋର୍ଟ ଚାଲାଣ

ପୁରୁଷୋତ୍ତମପୁର,୨ା୭(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣି ଗାରେଡି ସନ୍ଦେହରେ କେତେଜଣ ଲୋକ ରବିବାର ଏକ ଦମ୍ପତିଙ୍କୁ ଖୁଣ୍ଟିରେ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି...

୩ଘଣ୍ଟା ଟ୍ରାଫିକ ଜାମ୍‌ରେ ଫସିଲା ସ୍କୁଲ ବସ୍‌

ଯୋଡ଼ା, ୪।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର ବିଲେଇପଦା, ଯୋଡା, ଭଦ୍ରାସାହି , ବଡବିଲ ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ଜଟିଳ...

ଗଞ୍ଜାମ ସହରରେ କ୍ରିକେଟ ସଟ୍ଟା ବାଜି: ପୋଲିସର ଖୋଳତାଡ଼ ଆରମ୍ଭ

ଗଞ୍ଜାମ,୯।୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଦିନକୁ ଦିନ କ୍ରିକେଟ ସଟ୍ଟା ବାଜି ବୃଦ୍ଧି ପାଇବାରେ ଲାଗିଛି l ବିଶେଷ କରି ଯୁବଗୋଷ୍ଠୀମାନେ ଏଥିପ୍ରତି ଆକୃଷ୍ଟ ହୋଇ ଲକ୍ଷ...

‘ବ୍ରହ୍ମୋସ୍‌’ର ଦୁଇଥର ସଫଳ ବ୍ୟାବହାରିକ ପରୀକ୍ଷଣ: ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେବାର ରଖିଛି କ୍ଷମତା

ବାଲେଶ୍ୱର ଅଫିସ, ୧୭।୧୨-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର) ପକ୍ଷରୁ ମଙ୍ଗଳବାର ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲ୍‌ ‘ବ୍ରହ୍ମୋସ’ର ଦୁଇଥର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ପୂର୍ବାହ୍ନ ୮ଟା...

Advertisement
Archives

Model This Week