Posted inଭଦ୍ରକ

ବନ୍ତରେ ରୁରାଲ ହାଉସିଂ ପରାମର୍ଶଦାତା: ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ

ବନ୍ତ,୮।୨(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଆର୍‌.ଏଚ୍‌(ରୁରାଲ ହାଉସିଂ) ପରାମର୍ଶଦାତା ନିରଞ୍ଜନ ବେହେରା ଶୁକ୍ରବାର ବନ୍ତ ବ୍ଲକ ପରିଦର୍ଶନ କରିଛନ୍ତି। ବିଭିନ୍ନ ପଞ୍ଚାୟତରେ ସେ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ହିତାଧିକାରୀଙ୍କୁ ଭେଟି ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ। ଗୃହ ନିର୍ମାଣ କାର୍ଯ୍ୟ ଠିକ୍‌ ଭାବେ ହେଉଛି କି ନାହିଁ, ନିର୍ମାଣ ବେଳେ ପିଇଓମାନେ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛନ୍ତି କି ନାହିଁ, ନିର୍ମାଣ ସାମଗ୍ରୀର ମାନ ଠିକ୍‌ ରହିଛି କି ନାହିଁ, ହିତାଧିକାରୀମାନେ ଠିକ୍‌ ସମୟରେ ବିଲ୍‌ ପାଉଛନ୍ତି କି ନାହିଁ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହିତାଧିକାରୀମାନଙ୍କୁ ପ୍ରାପ୍ୟ ମିଳୁଛି କି ନାହିଁ ଏହିଭଳି ବିଭିନ୍ନ ସମ୍ପର୍କରେ ସେ ପଚାରି ବୁଝିଥିଲେ। ଟିଲୋ ପଞ୍ଚାୟତରେ ଶାଳକଣିଆ, ଧୋବତଳିଆ, ଟିଲୋ ଆଦି ଗ୍ରାମର ୬ ହିତାଧିକାରୀଙ୍କୁ ସେ ଭେଟିବା ସହ ଗୃହ ନିର୍ମାଣ କାର୍ଯ୍ୟ ଦେଖିଥିଲେ। ସେହିପରି ନିଳୋକ ପଞ୍ଚାୟତର ନିଳୋକ, ବେଗନା ଆଦି ଗ୍ରାମ ସମେତ ବନ୍ତ, ଛୟାଳସିଂ ଆଦି ପଞ୍ଚାୟତ ପରିଦର୍ଶନ କରି ତଦାରଖ କରିଥିଲେ। ଭଦ୍ରକ ଡିଆର୍‌ଡିଏର ଜିଲା ସାମାଜିକ ସମୀକ୍ଷକ ଅମର ମହାନ୍ତି, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁଦତ୍ତ ପାତ୍ର, ପ୍ରଫୁଲ୍ଲ କୁମାର ପଣ୍ଡା, ନାରାୟଣ ପଣ୍ଡା ଓ ଅଲେଖ ଚନ୍ଦ୍ର ମଲ୍ଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷ ହେଲା ବିଛଣାରେ

ପଦ୍ମପୁର,୧୧।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାମବେହେରା ସାହିର ରମାମଣି ବେହେରା(୪୧) ଦୀର୍ଘ ୨୩ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି। ଚିକିତ୍ସାରେ ଅର୍ଥ ବାଧକ ସାଜିଛି। ଏପଟେ...

କରୋନା ଯୋଦ୍ଧାଙ୍କ ଉପରେ ପୁଷ୍ପବୃଷ୍ଟି କରାଗଲା

ବନ୍ତ,୬।୫(ଡି.ଏନ୍‌.ଏ.)-କରୋନା ଲଢେଇରେ ଦିନରାତି ଏକ କରି ଲୋକ ମାନଙ୍କୁ ସେବା ଯୋଗାଇ ଆସୁଥିବା ଯୋଦ୍ଧା ମାନଙ୍କ ଉପରେ ମହାସଂଘର ମହିଳା ମାନେ ପୁଷ୍ପବୃଷ୍ଟି କରିଛନ୍ତି। ବୁଧବାର...

ଭଦ୍ରକ ଜିଲା ବଳିଦାନର ମାଟି: ଜିଲାପାଳ

ଭଦ୍ରକ ଅଫିସ,୧୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲାସ୍ତରୀୟ ୭୪ ତମ ସ୍ବାଧୀନତା ଦିବସ କଲେଜ ପଡ଼ିଆରେ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ...

ବାଇକ୍‌ରେ ଗଞ୍ଜେଇ ନେଇ ଖସିଯିବାକୁ ବସିଥିଲେ, ବାନ୍ଧିନେଲା ପୋଲିସ

ବନ୍ତ,୪।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବ୍ଲକ ଛକଠାରେ ଗୁରବାର ବିଳମ୍ବିତ ରାତିରେ ପୋଲିସ ବାଇକ୍‌ ଯାଞ୍ଚ କରିଥିଲା। ଯାଞ୍ଚବେଳେ...

ବେଆଇନ ସ୍କୁଲ ପାଚେରି ନିର୍ମାଣ ପ୍ରତିବାଦରେ ଗ୍ରାମବାସୀଙ୍କ ଧାରଣା

ତିହିଡ଼ି,୧୭।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବିଦ୍ୟାଧରପୁର ଗ୍ରାମବାସୀ ଶୁକ୍ରବାର ମଧ୍ୟାହ୍ନରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ। ବିଦ୍ୟାଧରପୁର ପ୍ରାଥମିକ...

କଳାକୁ ଆପଣାଇଛନ୍ତି ଅନ୍ତର୍ଯ୍ୟାମୀ

ବନ୍ତ,୧୭।୪(ଡି.ଏନ.ଏ.): ପିଲାବେଳୁ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ନିଜର ଦୃଢ଼ ଇଚ୍ଛାଶକ୍ତି ଓ ନିଷ୍ଠା ଯୋଗୁ ଏବେ ହାରମୋନିୟମ, ଢୋଲ ବଜାଇବା ସହ ଗୀତ ଗାଇବାରେ...

ବିଜେଡି କର୍ମୀଙ୍କୁ ହତ୍ୟା

ଭଦ୍ରକ ଅଫିସ/ଧାମନଗର, ୨୩ା୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ପଞ୍ଚାୟତ ନିର୍ବାଚନ ନେଇ ରାଜନୈତିକ ହିଂସା ଉଗ୍ରରୂପ ଧାରଣ କରିଛି। ସୋମବାର ରାତିରେ ଜଣେ ବିଜେଡି...

୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କଲା ବ୍ଲକ ପ୍ରଶାସନ

ବନ୍ତ,୨୦ା୫(ଡି.ଏନ୍‌.ଏ.): ବାତ୍ୟା ‘ଅମ୍ଫନ୍‌’କୁ ନେଇ ଭଦ୍ରକ ଜିଲା ବନ୍ତ ବ୍ଲକବାସୀ ଭୟଭୀତ ଥିବା ବେଳେ ଏହାର ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ...

Advertisement
Archives

Model This Week