Posted inଜାତୀୟ

ବଦଳିଲେ ୬ଟି ରାଜ୍ୟର ରାଜ୍ୟପାଳ: ଉତ୍ତରପ୍ରଦେଶର ରାମ ନାଇକଙ୍କ ବଦଳରେ ଆନନ୍ଦୀବେନ ପଟେଲ

ନୂଆଦିଲ୍ଲୀ,୨୦।୭: କେନ୍ଦ୍ର ସରକାରଙ୍କ ସହମତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ଟି ରାଜ୍ୟର ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ଏଥିରେ ସବୁଠାରୁ ଆଗରେ ରହିଛନ୍ତି ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ। ତାଙ୍କୁ ଏବେ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ଉତ୍ତରପ୍ରଦେଶରେ ରାମ ନାଇକ ରାଜ୍ୟପାଳ ପଦ ସମ୍ଭାଳୁଥିଲେ। ସେହିପରି ଲାଲ ଜି ଟଣ୍ଡନଙ୍କୁ ଆନନ୍ଦୀବେନ ପଟେଲଙ୍କ ସ୍ଥାନରେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଅପରପକ୍ଷରେ ବିହାରର ରାଜ୍ୟପାଳ ଭାବେ ଫଗୁ ଚୌହାନ ଲାଲ ଜି ଟଣ୍ଡନଙ୍କ ସ୍ଥାନ ନେବେ। ସେହିଭଳି ଜଗଦୀପ ଧନଖରଙ୍କୁ ପଶ୍ଚିମ ବଙ୍ଗ, ରମେଶ ବେସଙ୍କୁ ତ୍ରିପୁରା ଓ ଆର୍‌.ଏନ୍‌. ରବିଙ୍କୁ ନାଗାଲାଣ୍ଡ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କୁ ଦେଖି କାନ୍ଦିଲେ ନିର୍ଭୟା ଦୋଷୀ ବିନୟ ଶର୍ମା

ନୂଆଦିଲ୍ଲୀ,୧୫।୧: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀମାନେ କରିଥିବା ଶେଷ ପ୍ରୟାସ ବି ଫେଲ ମାରିଛି। ଆସନ୍ତା ୨୨ ତାରିଖ ସକାଳ ୭ଟାରେ ଫାଶୀ...

ଅଗଷ୍ଟ ୨୫ରେ ସିସୋଡିଆଙ୍କ ପରବର୍ତ୍ତୀ ଶୁଣାଣି, ଦିଲ୍ଲୀ ପୋଲିସକୁ ଏହି ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୯।୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୫ରେ ହେବ। ଏହି ମାମଲାରେ ତାଙ୍କୁ...

ଜୁନ୍‌ ୨୭ରେ ଯଶଓ୍ବନ୍ତ ଦାଖଲ କରିବେ ନାମାଙ୍କନ…

ନୂଆଦିଲ୍ଲୀ, ୨୪।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପ୍ରାର୍ଥୀ ୟଶୱନ୍ତ ସିହ୍ନା ଜୁନ ୨୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ନାମାଙ୍କନପତ୍ର ଦାଖଲ...

ରାଷ୍ଟ୍ରପତିଙ୍କ ଉଜ୍ଜୟିନୀ ଗସ୍ତକୁ ନେଇ ୧୭୦୦ ପୋଲିସଙ୍କୁ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଲୀ,୨୯ ।୫: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୯ ମେ’ ଅର୍ଥାତ୍ ରବିବାର ଉଜ୍ଜୟିନୀ ଗସ୍ତ କରୁଛନ୍ତି । ସେଠାରେ ସେ ମହାକାଳେଶ୍ୱରଙ୍କ ଦର୍ଶନ କରିବେ ।...

ଧାରା ୩୭୦, ତିନ ତଲାକ କଥା ପଚାରିବାକୁ ମୋଦି କହିଲେ ନିର୍ବାଚନ ଲଢିବାର ଅଛିକି

ନୂଆଦିଲ୍ଲୀ,୧୨ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନସିଂ ଜରିଆରେ ମଧ୍ୟପ୍ରଦେଶରେ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ’ରେ ନିର୍ମାଣ କରାଯାଇଥିବା ୧.୭୫ ଲକ୍ଷ ଘରର ଉଦ୍‌ଘାଟନ...

କଟକଣା ହେଲା କୋହଳ କିନ୍ତୁ କମୁନି ସଂକ୍ରମଣ: ୩ ଦିନରେ ୭ହଜାରରୁ ଊର୍ଦ୍ଧ୍ୱ ପଜିଟିଭ

ନୂଆଦିଲ୍ଲୀ,୪।୫: ଦେଶରେ କରୋନା ସଂକ୍ରମଣକୁ ନେଇ ୪୦ ଦିନିଆ ଲକ୍‌ଡାଉନ ଅବଧି ପୂରଣ ହେବା ପରେ ଏବେ ଆରମ୍ଭ ହୋଇଛି ଲକ୍‌ଡାଉନ ୩.୦। ଏହା ମେ’...

ନେତାଜୀଙ୍କ ନିଖୋଜ ରହସ୍ୟ ସମ୍ପର୍କରେ ଜାଣିବାର ଅଧିକାର ଦେଶବାସୀଙ୍କର ରହିଛି: ମମତା

କୋଲକାତା,୧୮।୮: ନେତାଜୀ ସୁଭାଷ ବୋଷଙ୍କର ନିଖୋଜ ରହସ୍ୟ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ମନ୍ତବ୍ୟ ଦେଇଛନ୍ତି। ସେ ରବିବାର ଟୁଇଟ୍‌ କରି...

ଯୋଗୀ ଆଦିତ୍ୟନାଥଙ୍କ ବଡ଼ ରେକର୍ଡ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ବିଧାନସଭାର ୪୦୩ ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି। ଫଳରେ ୟୁପି...

Advertisement
Archives

Model This Week