Posted inଜାତୀୟ

ବଦଳିଗଲାଣି ଅଭିନନ୍ଦନଙ୍କ ଲୁକ୍‌

ନୂଆଦିଲ୍ଲୀ,୨।୮: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଲୁକ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ ସେ ବଡ ବଡ ନିଶ ରଖୁଥିବାବେଳେ ଏବେ ସେ ଏହାକୁ କାଟି ଛୋଟ କରିଦେଇଛନ୍ତି। ସୋମବାର ଅଭିନନ୍ଦନ ଓ ବାୟୁସେନା ମୁଖ୍ୟ ବିଏସ ଧନୱା ଏକାଠି ମିଗ-୨୧ ଯୁଦ୍ଧ ବିମାନ ଉଡାଣ କରିଥିଲେ। ଏହି ସମୟରେ ଅଭିନନ୍ଦନଙ୍କ ନୂଆ ଲୁକ୍‌ ଦେଖିବାକୁ ମିଳିଥିଲା। କେବଳ ନିଶ ନୁହେଁ, ହେୟାର୍‌ ଷ୍ଟାଇଲ୍‌ରେ ମଧ୍ୟ ସେ ପରିବର୍ତ୍ତନ ଆଣିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃଆରୀ ୨୬ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ତା’ ପରଦିନ ଭାରତୀୟ ସେନା ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏହି ସମୟରେ ଅଭିନନ୍ଦନ ହିଁ ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬ର ମୁକାବିଲା କରିଥିଲେ। ଅଭିନନ୍ଦନ ମିଗ-୨୧ ବିମାନରୁ ମାଡ କରିଥିବା ଗୁଳିଟି ପାକ ଏଫ-୧୬ରେ ମାଡ ହୋଇଥିଲା। ଏହାପରେ ପାକିସ୍ତାନ ସେନାର ପାଲଟା ଆକ୍ରମଣରେ ଅଭିନନ୍ଦନଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଅଭିନନ୍ଦନ ପିଓକେରେ ହିଁ ପାରାଚ୍ୟୁଟ ଦ୍ୱାରା ଲ୍ୟାଣ୍ଡ କରିଥିଲେ। ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲେ ହେଁ ୫୬ ଘଣ୍ଟା ମଧ୍ୟରେ ଛାଡିବାକୁ ବାଧ୍ୟ ହୋଇଥିଲା। ସେବେଠାରୁ ସେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିଲେ। ଖାସ୍‌ ଭାବେ ତାଙ୍କ ନିଶକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ରାତିରେ କଳା ରଙ୍ଗ ହୋଇଯାଏ ବାଲି

ଗୁଜରାଟର ଦୁମାସ୍‌ ସମୁଦ୍ରତଟ ଆଜି ବି ଲୋକଙ୍କ ମନରେ ଭୟ ସଞ୍ଚାର କରି ରଖିଛି। ଜନଶ୍ରୁତି ଅନୁସାରେ, ଏଠାରେ ପାପ ଶକ୍ତିଙ୍କ ପ୍ରଭାବ ରହିଥିବା ଜଣାଯାଏ।...

କଂଗ୍ରେସ ବିଧାୟକଙ୍କୁ ଆକ୍ରମଣ: ୟୁପି ସରକାରକୁ ଦୋଷଦେଲେ ପ୍ରିୟଙ୍କା

ରାଏ ବରେଲି,୧୬ା୫ : ୟୁପିର ରାଏବରେଲି ବିଧାୟକ ଅଦିତି ସିଂଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜ୍ୟ...

ଗୃହରେ ବିଧାନ ପରିଷଦ ଗଠନ ଦାବି ଉଠାଇଲା ବିଜେଡି

ନୂଆଦିଲ୍ଲୀ,୨୪।୩: ଓଡ଼ିଶାରେ ବିଧାନ ପରିଷଦ ଗଠନ ଲାଗି ରାଜ୍ୟ ସଭାରେ ବିଜେଡି ପକ୍ଷରୁ ଗୁରୁବାର ଦାବି କରାଯାଇଛି। ଶୂନ୍ୟକାଳରେ ବିଜେଡି ଏମ୍‌ପି ମୁଜିବୁଲ୍ଲା ଖାନ୍‌ ଏହି...

ଦିଲ୍ଲୀ ହିଂସା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବିଫଳତା: ରଜନୀକାନ୍ତ

ଚେନ୍ନାଇ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଦିଲ୍ଲୀରେ ଉପୁଜିଥିବା ହିଂସାକୁ ଏବେ ପ୍ରାୟ ସବୁ ମହଲରେ ନିନ୍ଦା କରାଯାଉଛି। ଏହାକୁ ନେଇ ସାଉଥ୍‌ ସୁପରଷ୍ଟାର...

କରୋନା ସଙ୍କଟରେ ନିପା ଭାଇରସ୍‌ ଆତଙ୍କ ଘନେଇଲା…

ନୂଆଦିଲ୍ଲୀ, ୪।୪ : କରୋନା ମହାମାରୀରୁ ମୁକ୍ତି ପାଇବାକୁ ଚେଷ୍ଟା ଜାରି ରହିଛି। ଏପରିସ୍ଥଳେ ଦେଶରେ ଆଗାମୀ ଦିନରେ ନିପା ଭାଇରସ ଏକ ବଡ଼ ବିପଦ...

ଜେଏନ୍‌ୟୁରେ ଛାତ୍ର-ସୁରକ୍ଷା କର୍ମୀ ସଂଘର୍ଷ: ଏବିଭିପି ସଭାପତିଙ୍କ ସମେତ ୧୨ ଆହତ

ନୂଆଦିଲ୍ଲୀ,୨୨।୮:ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସ୍‌ରେ ସୋମବାର ବିକ୍ଷୋଭରତ ଛାତ୍ରଙ୍କୁ ସୁରକ୍ଷାକର୍ମୀ ମାଡ଼ ମାରିବାରୁ ଏବିଭିପି ସଭାପତି ଓ ଜଣେ ଦୃଷ୍ଟିଶକ୍ତି ହରାଇଥିବା ଛାତ୍ରଙ୍କ ସମେତ...

ମର୍ସିଡିଜ କାରରେ ଲୁଚାଇ ରଖିଥିଲେ ବିସ୍ଫୋରକ ଭର୍ତ୍ତି ଗାଡିର ନମ୍ବର ପ୍ଲେଟ

ନୂଆଦିଲ୍ଲୀ୧୭।୩: ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଏକ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀ ସଚିନ ବାଜେଙ୍କ ଅଡୁଆ ଦିନକୁ...

ପ୍ରାଣନାଶକ ସୂକ୍ଷ୍ମ ବାୟୁ ପ୍ରଦୂଷକ: ଘଣ୍ଟାଏରେ ହୋଇପାରେ ହୃଦ୍‌ଘାତ

ନୂଆଦିଲ୍ଲୀ, ୨୪।୪: ସମ୍ପ୍ରତି ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତର ବୈଶ୍ୱିକସ୍ତରରେ ଚିନ୍ତାର ବିଷୟ। ପ୍ରଦୂଷିତ ବାୟୁକୁ ନିଃଶ୍ୱାସପ୍ରଶ୍ୱାସରେ ଗ୍ରହଣ କଲେ କିଛି ସମୟ ମଧ୍ୟରେ ତାହା...

Advertisement
Archives

Model This Week