ଚନ୍ଦାହାଣ୍ଡି, ୨।୮(ଡି.ଏନ.ଏ.)- ସରକାରଙ୍କ ପକ୍ଷରୁ ଖୁସି ଯୋଜନାରେ ଛାତ୍ରୀଙ୍କ ପାଇଁ ନାପକିନ ବଣ୍ଟନର ବ୍ୟବସ୍ଥା କରାଯାଇଛି । ତେବେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକରେ ଏହି ଯୋଜନା ଦିଗହରା ହୋଇପଡିଛି । ଚଳିତ ଶିକ୍ଷାବର୍ଷର ଦୁଇ ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ବିଦ୍ୟାଳୟର ଶ୍ରେଣୀଗୃହମାନଙ୍କରେ ନାପକିନ ବଣ୍ଟନ ନହୋଇ ଅବ୍ୟବସ୍ଥା ମଧ୍ୟରେ ରଖାଯାଇଥିବା ଦେଖିବାକୁ ମିଳିଛି ।
ରାଜ୍ୟସରକାର ଖୁସି ଯୋଜନାରେ ଷଷ୍ଠରୁ ଯୁକ୍ତ ଦୁଇ ଛାତ୍ରୀଙ୍କୁ ବର୍ଷକୁ ୧୨ ପ୍ୟାକେଟ ଲେଖାଏଁ ନାପକିନ ବଣ୍ଟନ ପାଇଁ ବ୍ୟବସ୍ଥା କରିଛନ୍ତି । ଛାତ୍ରୀଙ୍କୁ ସୁବିଧାରେ ନାପକିନ ବଣ୍ଟନ ଓ ଏହାର ବ୍ୟବହାର ସମ୍ପର୍କରେ ପୂର୍ବରୁ ଶିକ୍ଷୟିତ୍ରୀ, ମହିଳା ସ୍ବାସ୍ଥ୍ୟକର୍ମୀ, ଆଶା, ଅଙ୍ଗନଓ୍ବାଡିମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ବ୍ଲକର ବିଦ୍ୟାଳୟ ଏବଂ କଲେଜ ଛାତ୍ରୀଙ୍କ ପାଇଁ ଲକ୍ଷାଧିକ ନାପକିନ ପ୍ୟାଟେକ ଆସିଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଭଜନଲାଲ ମାଝି ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତ ସିଆରସିସିମାନଙ୍କୁ ଦାୟିତ୍ୱ ଦିଆଯାଇଥିବା କହିଛନ୍ତି । ମଧ୍ୟାହ୍ନଭୋଜନ ଚାଉଳ ବୁହାଗାଡିରେ ନାପକିନ ପ୍ୟାକେଟଗୁଡିକୁ କିଛି ବିଦ୍ୟାଳୟକୁ ପହଞ୍ଚାଯାଇଛି। ଦୁର୍ଗମ ଅଞ୍ଚଳ ବିଦ୍ୟାଳୟଗୁଡିକୁ ଏପର୍ଯ୍ୟନ୍ତ ନାପକିନ ପହଞ୍ଚି ପାରି ନ ଥିବା ଜଣାପଡିଛି। ନାପକିନ ବଣ୍ଟନ ପାଇଁ ଶିକ୍ଷା ବିଭାଗ ଉପରିସ୍ଥ ଅଧିକାରୀଙ୍କ କୌଣସି ନିର୍ଦ୍ଦେଶ ପହଞ୍ଚି ନଥିବାରୁ ଏହାକୁ ବଣ୍ଟନ କରାଯାଇପାରୁନାହିଁ । ମୁଷା ଏବଂ ଉଇ ଯୋଗୁ ବନ୍ଦ କୋଠରିରେ ରଖାଯାଇଥିବା ନାପକିନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଗ୍ରୀଷ୍ମଅବକାଶ ପରେ ସ୍କୁଲ ଖୋଲି ଦୁଇମାସ ବିତିଯାଇଥିଲେ ମଧ୍ୟ ମାଗଣା ବ୍ୟାଗ, ୟୁନିଫର୍ମ ଓ ଯୋତା ମିଳିପାରିନାହିଁ । ଆଗକୁ ସ୍ବାଧୀନତା ଦିବସ ଆସିବ। ନୂଆ ପୋଷାକ , ଯୋତା ପିନ୍ଧି ସ୍ବାଧୀନତା ଦିବସ ପାଳନ କରିବାକୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଗ୍ରହ ରହିଛି। ବ୍ଲକର ୧୨, ୬୮୯ଛାତ୍ରୀଛାତ୍ରଙ୍କୁ ୟୁନିଫର୍ମ ମିଳିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଅଗଷ୍ଟ୧୫ ସୁଦ୍ଧା ୟୁନିଫର୍ମ ଦିଆଯିବ ବୋଲି କହିଛନ୍ତି ।
ବଣ୍ଟା ନ ହୋଇ ଶ୍ରେଣୀଗୃହରେ ପଡିରହିଛି ନାପକିନ୍: ପିଲାଙ୍କୁ ମିଳିନି ବ୍ୟାଗ, ଜୋତା,ୟୁନିଫର୍ମ
Posted inଆମ ଜିଲା ଖବର, ନବରଙ୍ଗପୁର View All
ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …
ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…
ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ
ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…
ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…
ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…
ବିଦ୍ୟୁତ୍ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…
କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…
ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…
ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…
ପାନୀୟ ଜଳ ପାଇଁ ଯିବାକୁ ପଡୁଛି ୨ କିମି, ଏସ୍ଡିପିଓ କହିଲେ ଯୁଦ୍ଧକାଳୀନ ଭିତ୍ତିରେ ଆଜି…
କେସିଙ୍ଗା,୧୪ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ମଖାପଳା ଗ୍ରାମରେ ଦୀର୍ଘଦିନରୁ ପାନୀୟଜଳ ସମସ୍ୟା ରହିଛି। ଏହି ଅଞ୍ଚଳରେ ନଳକୂପ ଖୋଳିଲେ ମଧ୍ୟ ପାଣି ବାହାରୁନାହିଁ। ଗ୍ରାମରୁ…
ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍ଚ୍ୟୁତ
ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…
ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର
ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…
Archives

