ବଢୁଛି ଗଲିପୋଲ ନିର୍ମାଣ ବିବାଦ: ସତ୍‌ସଙ୍ଗକେନ୍ଦ୍ର ନିକଟରେ ଗଳି ପୋଲ ନିର୍ମାଣ ଦାବି

ରସୁଲପୁର,୪ା୧୨(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଉପରେ ଗଳିପୋଲ ନିର୍ମାଣ ପାଇଁ ବିବାଦ ଛିଡୁନି। ଏହି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜପଥର ବିଲିପଡ଼ା ଓ ସୁଆଁସାହି ଗ୍ରାମ ନିକଟରେ ରାଜପଥକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଉପରେ ଗଳିପୋଲ ନିର୍ମାଣ ପ୍ରସ୍ଥାବକୁ ନେଇ ବିବାଦ ଦେଖା ଦେଇଛି। ଏଠାରେ ଉଭୟ ବିଲପଡ଼ା ଓ ସୁଆଁସାହି ଗ୍ରାମର ଲୋକେ ନିଜ ନିଜର ପ୍ରସ୍ଥାବିତ ସ୍ଥାନରେ ଗଳିପୋଲ ନିର୍ମାଣ ପାଇଁ ଜିଦ୍‌ ଧରି ବସିଛନ୍ତି। ଏହାରି ଭିତରେ ଆଉ ଏକ ନୂଆ ସ୍ଥାନ ବାହାଦଲାପୁର ଗାଁରୁ ରାଜପଥକୁ ପୂର୍ତ୍ତବିଭାଗ ରାସ୍ତାର ସଂଯୋଗ ସ୍ଥଳ (ସତ୍‌ସଙ୍ଗକେନ୍ଦ୍ର) ନିକଟରେ ଗଳି ପୋଲ ନିର୍ମାଣ ପାଇଁ ସୋମବାର ଯାଜପୁର ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ ବାହାଦଲାପରୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିଶିର କୁମାର ମହାନ୍ତି ଦାବି କରିଛନ୍ତି। ଏହି ଅଭିଯୋଗ ହେବା ପରେ ଗଳି ପୋଲ ନିର୍ମାଣକୁ ନେଇ ପୁଣି ଏକ ନୂଆ ବିବାଦ ଦେଖାଦେଇଛି। ଏହିଭଳି ଟଣାଓଟରା ପାଇଁ ଗଳିପୋଲ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି ା ଫଳରେ ଦୈନିକ ଦୁର୍ଘଟଣା ଘଟି ଅକାଳରେ ଧନଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ା ଏଦିଗରେ ଏକ ଆପୋଷ ସମାଧାନ କରାଯାଇ ତୁରନ୍ତ ଗଳିପୋଲ ନିର୍ମାଣ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।
ସୂଚନା ଅନୁସାରେ, ୧୬ନଂ ଜାତୀୟ ରାଜପଥର ପଶ୍ଚିମ ପାର୍ଶ୍ୱରେ ପ୍ରାୟତଃ ୨୦୦ମିଟର ବ୍ୟବଧାନରେ ୨ଟି ପୂର୍ତ୍ତ ବିଭାଗ ରାସ୍ତା ସଂଯୋଗ କରୁଛି। ପ୍ରାରମ୍ଭରେ ଏହି ରାସ୍ତାର ସୁଆଁସାହି ଛକ ନିକଟରେ ଗଳିପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା ବୋଲି ରସୁଲପୁର ପଞ୍ଚାୟତର ସୁଆଁସାହି ଓ ଖଣ୍ଡିତର ଗ୍ରାମର ଲୋକେ ଦାବି କରିଆସୁଛନ୍ତି। ଏହାଜାଣି ଗଳିପୋଲ ନିର୍ମାଣ ପ୍ରସ୍ତାବକୁ ଭୋଟକା ଓ ବାହାଦଲାପୁର ପଞ୍ଚାୟତର ଲୋକେ ବିରୋଧ କରିଥିଲେ। ଏନେଇ ଉଭୟ ପଞ୍ଚାୟତର ଲୋକେ ୨୫ମାର୍ଚ୍ଚରେ ଉଚ୍ଚନ୍ୟାୟାଳରେ ମାମଲା ଦାୟର କରିଥିଲେ। ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ଗତ ଏପ୍ରିଲ ୪ତାରିଖରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ବିଲିପଡ଼ାଠାରେ ଗଳିପୋଲ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବା ସହ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଏହାକୁ ସୁଆଁସାହି ଓ ଖଣ୍ଡିତର ଗ୍ରାମର ଲୋକେ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ଦେଖାଯିବାରୁ ଏହାର ଅପୋଷ ସମାଧାନ କରିବା ପାଇଁ ଉଭୟ କୋରେଇ, ଧର୍ମଶାଳା ବିଧାୟକ, ସ୍ଥାନୀୟ ସରପଞ୍ଚ, ରାଜପଥ କର୍ତ୍ତୃପକ୍ଷ, ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ବୈଠକ ବସିଥିଲା। ଏପରି କି ଖୁବ୍‌ଶୀଘ୍ର ଗଳି ପୋଲ ନିର୍ମାଣ ପାଇଁ ବାଟ ବାହାରିବ ବୋଲି ପ୍ରକାଶ କରିଥିଲେ। ହେଲେ ଗଳିପୋଲ ନିର୍ମାଣ ମାମଲା ଏବେ କୋର୍ଟ ଛନ୍ଦି ହୋଇପଡ଼ିଛି। ସୁଆଁସାହି ଓ ଖଣ୍ଡିତର ଗ୍ରାମର ଲୋକେ ଜିଲପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଏହି ମାମଲାକୁ ନେଇ ଉଚ୍ଚ ୍ଯଯାୟାଳୟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଏପଟେ ଗଳିପୋଲ ନିର୍ମାଣକୁ ନେଇ ବାହଦାଲାପୁର ପଞ୍ଚାୟତ ପକ୍ଷରୁ ଏକ ନୂଆ ପ୍ରସ୍ତାବ ଆସିବା ପରେ ରାଜପଥରେ ଗଳିପୋଲ ନିର୍ମାଣ କାର୍ଯ୍ୟ କ୍ରମଶଃ ଅସ୍ପଷ୍ଟ ହେବାରେ ଲାଗିଛି। ଏଦିଗରେ ବାହାଦଲାପରୁ ପଞ୍ଚାୟତର ଲୋକେ କୋର୍ଟକୁ ଯିବେ ବୋଲି ସୂଚନା ମିଳିଛି। ତେବେ ଏଠାରେ ୩ଟି ଗଳିପୋଲ ନିର୍ମାଣ ହେବା ନେଇ ପ୍ରସ୍ଥାବ ଆସିବା ପରେ ଏହା ପ୍ରଶାସନ ଓ ରାଜପଥ କତ୍ତୃପକ୍ଷଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଫଳରେ ଗଳିପୋଲକୁ ନେଇ ବିବାଦ ଛିଡ଼ିବା ବଦଳରେ ବଢୁଛି। ଯାହାକୁ ନେଇ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ

ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍‌ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?