ବଢ଼ୁଛି ଫ୍ୟାନ୍‌ସି ଦୀପର ଚାହିଦା: ସଙ୍କଟରେ କୁମ୍ଭକାରଙ୍କ ବେଉସା

ଭଦ୍ରକ ଅଫିସ, ୨୫ା୧୦- ଦୀପାବଳିିରେ ମାଟି ଦୀପର ଚାହିଦା ନିଆରା। ଲୋକେ ବିଭିନ୍ନ ରଙ୍ଗବେରଙ୍ଗ ଦୀପ କିଣି ଘର ଆଗରେ ଏହାକୁ ଜଳାଇ ଉତ୍ସବ ମନାଇଥାନ୍ତି। ବର୍ତ୍ତମାନ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହାଟବଜାରରେ ବିଭିନ୍ନ ଡିଜାଇନ ଓ ରଙ୍ଗର ଫ୍ୟାନ୍‌ସି ଦୀପ ବିକ୍ରି ହେଉଛି। କଲିକତା ଭଳି ବିଭିନ୍ନ ସ୍ଥାନରୁ ଏସବୁ ଦୀପ ଆଣି ବିକ୍ରି କରାଯାଉଛି। ମାଟିପାତ୍ରର ଆଦର କମିବା ପରେ ବିଭିନ୍ନ ଗଁାଗଣ୍ଡାରେ ଥିବା କୁମ୍ଭାରଶାଳ ନୀରବି ଗଲାଣି। ଦିନକୁ ଦିନ ଜୀବିକା ହରାଇବାକୁ ବସିଲେଣି କୁମ୍ଭକାର। ପାରମ୍ପରିକ ମାଟିଦୀପ ସ୍ଥାନରେ ଏବେ କଲିକତା ଅଞ୍ଚଳର ଫ୍ୟାନ୍‌ସି ଦୀପ ଚାହିଦା ବଢ଼ିବାରେ ଲାଗିଛି। ଫଳରେ ଚିନ୍ତାରେ ରହିଛନ୍ତି କୁମ୍ଭକାରଙ୍କ ପରିବାର।
ଦୀପାବଳି ଆସିଲେ ମନେପଡ଼େ ଭଦ୍ରକ ଜିଲାର କୁମ୍ଭକାରଙ୍କ ଗଁା ଓଗାଳପୁର। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗଁାର ସମସ୍ତ ପରିବାରର ମହିଳା ଓ ପୁରୁଷ ଦିନରାତି ଏକାକାର କରି ମାଟିରେ ବିଭିନ୍ନ ହାଣ୍ଡି, କଳସି ଓ ଦୀପ ତିଆରି କରିବାରେ ଲାଗିପଡ଼ିଛନ୍ତି। ପରିବାରର ଛୋଟ ପିଲାମାନେ ମଧ୍ୟ ମାଟି ନିର୍ମିତ ସାମଗ୍ରୀକୁ ଖରାରେ ଶୁଖାଇବା କାମରେ ଲାଗିଛନ୍ତି। ବର୍ଷାଋତୁକୁ ବାଦ୍‌ ଦେଲେ ଅନ୍ୟ ଦିନଗୁଡ଼ିକରେ ଦିନତମାମ ଏହି ଗଁାରେ ଚକି ଘୂରୁଥାଏ। ଭଦ୍ରକ ସହରରେ କାଳୀପୂଜା ଓ ଦୀପାବଳି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବାରୁ ସହରବାସୀଙ୍କ ମାଟିଦୀପର ଚାହିଦା ମେଣ୍ଟାଇବା ଲାଗି ଏହି ଗଁାରେ ପ୍ରାୟ ଦୀପ ତିଆରିରେ ନିୟୋଜିତ ଥାନ୍ତି। ଅନ୍ୟ ସମୟରେ ମାଟିହାଣ୍ଡି, କଳସି ଓ ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବାରେ ବ୍ୟସ୍ତ ରୁହନ୍ତି। ଗଁାର ସୁଧାକର ବେହେରା କହନ୍ତି, ଦିନତମାମ କାମ କଲେ ପ୍ରାୟ ୭ ଶହ ଦୀପ ତିଆରି ହୁଏ। ଏହି ବେଉସା ଛାଡ଼ି ହେଉନି କି ରଖି ହେଉନି। ଏଥିରୁ ଦୈନିକ ଯାହା ମଜୁରି ମିଳୁଛି ସେଥିରେ ତେଲଲୁଣ ସଂସାର ଚଳାଇବା ଏବେକାର ମହଙ୍ଗା ଦୁନିଆରେ କଷ୍ଟକର। ଦୀପାବଳି ପର୍ବକୁ ଆଖି ଆଗରେ ରଖି ଦୁଇମାସ ପୂର୍ବରୁ ଦୀପ କାମ ଆରମ୍ଭ କରୁ। ସହରର ହୋଲ୍‌ସେଲର ଆସି ଦୀପ କିଣି ନିଅନ୍ତି। କିନ୍ତୁ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ମିଳେ ନାହିଁ ବୋଲି କହନ୍ତି କୁମ୍ଭକାର ଉପେନ୍ଦ୍ର ବେହେରା।
ସରକାରୀ ସ୍ତରରେ ଏଥିପାଇଁ ପ୍ରୋତ୍ସାହନ ବ୍ୟବସ୍ଥା ନାହିଁ। ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କିତ ତାଲିମ ଓ ସରକାରୀ ଛାଡ଼ ବ୍ୟବସ୍ଥା ଥିବା ଋଣ ଯୋଜନା ଆମ ପାଇଁ ନାହିଁ। ବର୍ତ୍ତମାନର ସ୍ଥିତିରେ ଯେତେ ଆଧୁନିକତାର ପ୍ରଭାବ ଥିଲେ ମଧ୍ୟ ମାଟି ଦୀପ, ମାଟିପାତ୍ରର ଚାହିଦା ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ସରକାରୀ ସ୍ତରରେ ତାଲିମ ଦିଆଯାଇ ଅନ୍ୟ ରାଜ୍ୟ ଭଳି ମୋଟର ଲଗାଯାଇ ଅତ୍ୟାଧୁନିକ ଜ୍ଞାନକୌଶଳ ଦିଆଗଲେ ରୋଜଗାର ବଢ଼ିପାରନ୍ତା ବୋଲି ଗଁାର ଭାସ୍କର ବେହେରା ଆଶାବ୍ୟକ୍ତ କରିଛନ୍ତି। ଏହି ଗଁା ଭଳି ଅପର୍ତ୍ତିବିନ୍ଧା, ବେଲଦା, ଆଗରପଡ଼ା, ଦୋଳସାହି, ଗରଦପୁର ଅଞ୍ଚଳରେ ମଧ୍ୟ କୁମ୍ଭକାରମାନଙ୍କର ଅନୁରୂପ ସମସ୍ୟା। ପର୍ଯ୍ୟାୟକ୍ରମେ ଫ୍ୟାନ୍‌ସି ଦୀପ କୁମ୍ଭକାରଙ୍କ ଦୀପର ସ୍ଥାନ ନେଲାଣି। ଫଳରେ କୁମ୍ଭକାରଙ୍କ ବେଉସା ଦିନକୁ ଦିନ ସଙ୍କଟ ଆଡକୁ ଗତି କରୁଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅବହେଳାରୁ ବଢ଼ୁଛି ପଜିଟିଭ୍‌

ବଇଣ୍ଡା,୧୦ା୫(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କିଛିଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଉଛି।...

ଭେଣ୍ଡିଂ ଜୋନ୍‌ରେ ଜଳିଗଲା ୮ ଦୋକାନ

ଭୁବନେଶ୍ୱର,୨।୪ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏଜି ଛକ ନିକଟ ଭେଣ୍ଡିଂଜୋନ୍‌ରେ ବୁଧବାର ରାତି ପ୍ରାୟ ୯ଟାରେ ନିଆଁ ଲାଗି ୮ ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ...

ଜୁନ୍‌ ୨୨ସୁଦ୍ଧା ରଥ ନିର୍ମାଣ କାମ ସାର: ହାଇକୋର୍ଟ

କଟକ ଅଫିସ୍‌,୧୩ା୫: ଆସନ୍ତା ଜୁନ୍‌ ୨୨ତାରିଖ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି...

ପ୍ରବାସୀଙ୍କୁ ପୂରାଇ ଦେବେନି: ସ୍କୁଲ ବାଟରେ ବାଉଁଶ ବାନ୍ଧିଲେ ଗ୍ରାମବାସୀ

ପାଟପୁର,୧୩ା୫-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକକୁ ଆଗକୁ ବହୁ ପ୍ରବାସୀ ଫେରିବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ୧୦୦ଟି ସ୍କୁଲ, କଲେଜରେ କ୍ବାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଛି। ହେଲେ...

୪୦ ବର୍ଷ ଧରି ସମାନ ସ୍ଥିତି: ଅସରାଏ ବର୍ଷାରେ ଘରେ ପଶୁଛି ପାଣି; ସ୍ଥାୟୀ ସମାଧାନ ଦାବି

ଚୌଦାର,୧୨।୭(ଡି.ଏନ୍‌.ଏ.): ମାସେ ନୁହେଁ କି ବର୍ଷେ ନୁହେଁ। ଆଜକୁ ୪୦ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ବାସଗୃହ କରି ରହିଛନ୍ତି ଲୋକେ । ହେଲେ ଅସରାଏ ବର୍ଷା...

ଶରଧାପୁରରେ ଅଗ୍ନିକାଣ୍ଡ, ୧୪ ବଖରା ଜଳିଗଲା

ଧରାକୋଟ,୧୮।୬(ଡି.ଏନ.ଏ.)- ଧରାକୋଟ ବ୍ଲକ ଶରଧାପୁର ଗ୍ରାମ ମଝିସାହିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟାରେ ନିଆଁ ଲାଗି ୮ ପରିବାରର ୧୪ ବଖରା ପୋଡି ପାଉଁଶ ହୋଇଯାଇଛି।...

ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି: ଇଂରାଜୀ, ଗଣିତ, ବିଜ୍ଞାନକୁ ଗୁରୁତ୍ୱ; ୪୫ ମିନିଟ ପରିବର୍ତ୍ତେ ଏଣିକି ଦେଢ଼ ଘଣ୍ଟା ପଢ଼ାଯିବ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଶିକ୍ଷାର ଉନ୍ନତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଏକ ନୂଆ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ସ୍କୁଲରେ...

‘ଆଜିର ପିଢ଼ି ଆଗାମୀଙ୍କ ପାଇଁ ପ୍ରେରଣାର ଉତ୍ସ ହୁଅନ୍ତୁ’

ଫୁଲବାଣୀ ଅଫିସ, ୪ା୨-କଳା, ସଂସ୍କୃତି, ଐତିହ୍ୟର ପରମ୍ପରାକୁ ନେଇ ଆମ ରାଜ୍ୟ ସ୍ବତନ୍ତ୍ର ା ଉତ୍ସବ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ ା ମନକୁ ଉଲ୍ଲସିତ...

Advertisement
Archives

Model This Week