ବଢ଼ୁଛି ତାଳଚେରବାସୀଙ୍କ ଅସନ୍ତୋଷ: ରାଜପଥରେ ଆଣ୍ଠୁଏ ଖାଲ

ତାଳଚେର୨୯ା୯(ନି.ପ୍ର) – ତାଳଚେର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଙ୍କଧରା ଛକ ଠାରୁ ତାଳଚେର ବାଇପାସ ଅଞ୍ଚଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ଏବେ ସାଧାରଣ ଜନତାଙ୍କ ପାଇଁ ମରଣଯନ୍ତା ପାଲଟିଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ ପ୍ରଶାସନ, ଜାତୀୟ ରାଜପଥ ବିଭାଗ ଅବଗତ ଥିଲେ ବି କିଛି ନ ଜାଣିଲା ଭଳି ଚୁପ୍‌ ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଡେରା-ହାଣ୍ଡିଧୂଆଁ ଛକ- ପବିତ୍ରମୋହନ ଛକ ଦେଇ କୋଇଲା ଟ୍ରକ୍‌ଗୁଡ଼ିକ ଯାତାୟାତ କରୁଥିଲା। ଅଞ୍ଚଳବାସୀଙ୍କ ପ୍ରବଳ ବିରୋଧ, ବାରମ୍ବାର ଆନ୍ଦୋଳନ ପରେ ୨୦୧୬ ଡିସେମ୍ବରରୁ ଉକ୍ତ ରାସ୍ତାରେ କୋଇଲା ଟ୍ରକ୍‌ ଓ ଭାରିଯାନ ଚଳାଚଳ ବନ୍ଦ ରଖାଯାଇ କୋଲ୍‌ କରିଡର ଭାବେ ସହରର ମୁଖ୍ୟ ରାସ୍ତା ୫୩ ନମ୍ବର ରାଜପଥର ବାଙ୍କଧରା ଛକ, କଲେଜ, ବସ୍‌ଷ୍ଟାଣ୍ଡ, ବାଇପାସ ଛକ, ପବିତ୍ରମୋହନ ଛକ ଦେଇ କୋଇଲା ଟ୍ରକ୍‌ ଚଳାଚଳ ପାଇଁ ପ୍ରଶାସନ ନିଷ୍ପତ୍ତି ନେଲା। ଏହାପରଠାରୁ ସହର ମଧ୍ୟ ଦେଇ ରାଜପଥରେ ଦୈନିକ ହଜାର ହଜାର ଟ୍ରକ୍‌ ଚଳାଚଳ କରିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖରାହେଲେ ପ୍ରବଳ ଧୂଳି ଉଡି ପ୍ରଦୂଷଣସ୍ତରକୁ ବଢ଼ାଇ ଦେଉଥିବା ବେଳେ ବର୍ଷା ଦିନେ ଆଣ୍ଠୁଏ ଲେଖାଁଏ କାଦୁଅ ଲୋକଙ୍କ ଯାତାୟାତକୁ କଷ୍ଟକର କରିଦେଇଛି। ବିଶେଷକରି ବାଙ୍କଧରା ଛକ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତାରେ ବିରାଟକାୟ ଖାଲମାନ ସୃଷ୍ଟି ହୋଇଛି। ପ୍ରତିଦିନ ଅନେକ ବାଇକ୍‌ ଚାଳକ ଏହି ଖାତରେ ପଡି ଆହତ ହେଉଥିବା ଅଭିଯୋଗ ବୃଦ୍ଧି ପାଉଛି। ଶୁକ୍ରବାର ଜଣେ ସ୍କୁଟି ଚାଳକଙ୍କ ଗୋଡ ଭାଙ୍ଗି ଯାଇଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ଟ୍ରକ୍‌ ଛିଡା ହୋଇ ରହୁଥିବାରୁ ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ତାଳଚେରରୁ ହଜାର ହଜାର କୋଟି ଟଙ୍କାର ରାଜସ୍ବ କେନ୍ଦ୍ର ଓ ରାଜ୍ୟ ସରକାର ନେଉଥିବା ବେଳେ ଅଞ୍ଚଳବାସୀଙ୍କ ଏହି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆ ନ ଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମ୍ପର୍କରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାମୁର ରେଞ୍ଜ୍‌ରେ ୨୨ ହାତୀ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ

ବଇଣ୍ଡା, ୨୧।୧୧(ଡି.ଏନ.ଏ.) – ରେଢାଖୋଲ ବନଖଣ୍ଡରୁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜକୁ ବୁଧବାର ସକାଳେ ଚାଲି ଆସିଥିବା ୨୨ଟି ହାତୀ ବ୍ୟାପକ ଉପଦ୍ରବ...

ତେଜରାତି ଦୋକାନରେ ଚଢ଼ାଉ

ବଇଣ୍ଡା, ୨୭ା୩(ଡି.ଏନ.ଏ.)- କରୋନା ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ତଥା ଅତ୍ୟାବଶ୍ୟକ ସାମଗ୍ରୀକୁ ଦୋକାନୀ ଚଢ଼ା ଦରରେ ବିକୁଥିବା  ଅଭିଯୋଗ ପାଇ ଅନୁଗୋଳ ଜିଲା କିଶୋରନଗର ବ୍ଲକର...

ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହୁ

ବଇଣ୍ଡା,୨୫।୭(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଧିରେ ଧିରେ ଅପରାଧ ବୃଦ୍ଧି ପାଉଛି। ଏଥିପ୍ରତି ଜନସାଧାରଣ ଅଧିକ ଯତ୍ନବାନ ହେବା ଆବଶ୍ୟକ। ପୋଲିସ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ...

ମହୀଧରପୁର ସାପ୍ତାହିକ ହାଟ : ଛାଇ ନାହିଁ କି ନିର୍ମାଣ ହେଉନି ପିଣ୍ଡି

ବଅଁରପାଳ, ୧୩।୬ (ଡି.ଏନ୍‌.ଏ) – ଦୃଷ୍ଟି ଆଢୁଆଳରେ ଅନୁଗୋଳ ଜିଲା ବଅଁରପାଳ ବ୍ଲକ ମହୀଧରପୁରର ସାପ୍ତାହିକ ହାଟ। ବର୍ଷକୁ ଲକ୍ଷାଧିକ ଟଙ୍କା ଆୟ ସତ୍ତ୍ୱେ ସୁଧୁରିପାରୁନି...

ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ବଇଣ୍ଡା, ୮ା୧୨(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗରେ ଜରପଡା ଥାନା ଅଞ୍ଚଳର ସୁଶାନ୍ତ...

ଭିତରକୁ ଯାଉଛି ବାହାର ଖାଦ୍ୟ

ଅନୁଗୋଳ ଅଫିସ, ୮।୫ – ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଜେଲ ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣାକୁ ଅନୁଗୋଳ...

କେନାଲ କାମକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା: କାମ ବନ୍ଦ କରାଇଲେ କ୍ଷତିଗ୍ରସ୍ତ

ଛେଣ୍ଡିପଦା,୨୧ା୭(ଡି.ଏନ.ଏ.) – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବାଗେଡିଆ ସଜରାସାହିରୁ ପୁରୁଣାଗଡ ଲମ୍ବିଥିବା ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କେନାଲ କାମକୁ ନେଇ ଶନିବାର ଉତ୍ତେଜନା...

ନାତୁଣୀକୁ ମାଡ଼ ମାରି ଜେଜେ ମା’ ଗିରଫ

ବନ୍ତଳା, ୫।୮(ଡି.ଏନ.ଏ.) ୩ ବଷର୍ର୍ର ନାତୁଣୀକୁ ମାଡ଼ ମାରିବା ଓ ଦୀର୍ଘ ସମୟ ଘରେ ତାଲା ପକାଇ ରଖିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜେଜେ ମା’। ଏଭଳି...

Coronavirus Update


Archives

Model This Week

Why Dharitri