ବଡ଼ ବିପତ୍ତି ଡିପ୍ରେସନ

ଡା. ଅଂଶୁମାନ କର

ଗତ କିଛି ସପ୍ତାହ ହେବ ଦେଶ ତଥା ରାଜ୍ୟରେ କରୋନା ମହାମାରୀ ସ୍ଥିତିରେ ପରିବର୍ତ୍ତନ ଆସିଛି। ଡାକ୍ତରୀ ଭାଷାରେ କହିବାକୁ ଗଲେ- “We are fast heading towards the Epidemic peak.” ଅର୍ଥାତ୍‌ ଆମ ଦେଶରେ ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷରେ ପହଞ୍ଚିବାକୁ ଯାଉଛି। ଭାରତରେ ପ୍ରଥମ ଶୀର୍ଷର ମୁଖ୍ୟ କାରଣ ପ୍ରବାସୀ ନାଗରିକ ହୋଇଥିବା ବେଳେ ଅନୁମାନ କରାଯାଉଛି ଯେ ଦ୍ୱିତୀୟ ଶୀର୍ଷର ମୁଖ୍ୟ କାରଣ ପ୍ରବାସୀ ଶ୍ରମିକ।
ଶ୍ରମିକ ଓ ନାଗରିକ ଭିନ୍ନ ନୁହନ୍ତି, ମାତ୍ର ଆମେ ତାଙ୍କୁ ଭିନ୍ନ ଭଳି ଚିତ୍ରିତ କରୁଛୁ। ପ୍ରବାସୀ ନାଗରିକ କହିଲେ, ଆନ୍ତଃରାଜ୍ୟ ଓ ଅନ୍ତଃରାଷ୍ଟ୍ରୀୟ ସ୍ତରରୁ ଆସୁଥିବା ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ବୁଝାଉଛି। ମାତ୍ର ପ୍ରବାସୀ ଶ୍ରମିକ କହିଲେ, ଆମେ ସାଧାରଣତଃ ରାଜମିସ୍ତ୍ରି କିମ୍ବା ନିର୍ମାଣ କାରିଗର, ଛୋଟ ବେପାରି ଓ ଅନ୍ୟ କାରିଗରଙ୍କୁ ବୁଝୁ। ପ୍ରବାସୀ ଶ୍ରମିକ କହିଲେ, ମୁଖ୍ୟତଃ ପୂର୍ବଭାରତ ଓ ମଧ୍ୟଭାରତର ତଳ ଓ ନିମ୍ନ-ମଧ୍ୟମ ବର୍ଗର ସମସ୍ତ ଲୋକଙ୍କୁ ବୁଝାଏ, ଯେଉଁମାନେ କି ପଶ୍ଚିମ ତଥା ଉତ୍ତର ଓ ଦକ୍ଷିଣ ଭାରତର ବଡ଼ ବଡ଼ ସହରରେ ନାନା ପ୍ରକାରର କୁଶଳୀ ଓ ଅଣକୁଶଳୀ କାର୍ଯ୍ୟ କରୁଥିଲେ।
ଆଜି ପର୍ଯ୍ୟନ୍ତ ଏହି ପ୍ରବାସୀ ଶ୍ରମିକଙ୍କ କୌଣସି ଠିକ୍‌ ତଥ୍ୟ କାହାରି ପାଖରେ ନାହିଁ। ତେଣୁ ଏମାନଙ୍କର ସ୍ବରାଜ୍ୟ ପ୍ରତ୍ୟାବର୍ତ୍ତନରେ କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ଆଧାରରେ ଚିକିତ୍ସା କରିବା ସମ୍ଭବପର ନୁହେଁ। ଆମେ ମଧ୍ୟ କହିପାରିବା ନାହିଁ କି ଏହି ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ଭାରତର ଜନସଂଖ୍ୟାର ଶତକଡ଼ା କେତେ ପ୍ରତିଶତ। ଗୋଟିଏ ବିଶେଷ ଅଧ୍ୟୟନ କହୁଛି ଯେ ଜୁନ୍‌ ଓ ଜୁଲାଇ ମାସରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫-୨୦ ଲକ୍ଷ ଓ ଓଡ଼ିଶାରେ ଏହି ସଂଖ୍ୟା ୧୦-୨୦ ହଜାର ପାଖାପାଖି ହୋଇପାରେ। ଏପରି ଏକ ସମୟରେ ବିତର୍କ ଚାଲିଛି କି ‘ତାଲାବନ୍ଦ ୪.୦ ବା ତାଲାଖୋଲା ୧.୦’ର ଆଗକୁ କ’ଣ?
ସାମାଜିକ ଦୂରତା, ମୁଖପଟି, ହସ୍ତ ପ୍ରକ୍ଷାଳନ ଆଦି ବ୍ୟାବହାରିକ ଜୀବନରେ ପରିବର୍ତ୍ତନ ସହ ଆମ ସମାଜ ପୁଣି କାର୍ଯ୍ୟପଥରେ ଚାଲିବା ଆରମ୍ଭ କରିସାରିଲାଣି। ମୁଁ କୌଣସି ଅର୍ଥନୀତିଜ୍ଞ ନୁହେଁ, କିନ୍ତୁ ତାଲାବନ୍ଦ ଦ୍ୱାରା ଦେଶର ଅର୍ଥନୀତିକୁ ପଡ଼ିଥିବା ଆଘାତରୁ ଅଜ୍ଞ ବି ନୁହଁ। ଜଣେ ଡାକ୍ତର ହିସାବରେ ଦମ୍ଭତାର ସହ ମୁଁ ଏହା କହିପାରିବି ଯେ, ମାନବଜାତିକୁ ଏତେ ଦିନ ପର୍ଯ୍ୟନ୍ତ ପଣବନ୍ଦୀ ଭଳି ରଖିବା ଭବିଷ୍ୟତ ପାଇଁ ଏକ ବଡ଼ ଭୁଲ୍‌ ହୋଇପାରେ। ଆମ ପାଖରେ ଥିବା ରୋଗପ୍ରତିରୋଧକ ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବାକୁ ହେଲେ ଆମମାନଙ୍କୁ ରୋଗର ସାମ୍ନା କରିବାକୁ ପଡ଼ିବ। ମାନସିକ ସ୍ତରରେ ଆମମାନଙ୍କୁ ଅଧିକ ଶକ୍ତ ଓ ସକାରାତ୍ମକ ହେବାକୁ ପଡ଼ିବ।
କିଛିଦିନ ତଳେ ମୁଁ ମୋର ସୋସିଆଲ ମିଡ଼ିଆରେ ଲୋକମାନଙ୍କୁ ଏକ ପ୍ରଶ୍ନ ପଚାରିଥିଲି- ଆଗାମୀ ଦିନକୁ ଆପଣମାନେ ‘lock down 5.0 ବା Reopening 1.0’ କ’ଣ କହିବା ପସନ୍ଦ କରିବେ? ହାରାହାରି ୭୫% ଲୋକ କହିଲେ ସେମାନେ ଏହାକୁ ‘ତାଲାବନ୍ଦ ୫.୦’ ବୋଲି କହିବେ। ପ୍ରଶ୍ନଟି ଅତି ସାଧାରଣ ଲାଗୁଥିଲେ ବି ଏହାର ଅର୍ଥ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ରିଓପ୍‌ନିଂ ବା ତାଲାଖୋଲା ସେତେବେଳେ କୌଣସି ସରକାରୀ ବ୍ୟବହୃତ ଶବ୍ଦ ନ ଥିଲା, ବରଂ ଲୋକମାନଙ୍କ ଭିତରେ ସକାରାତ୍ମକ ଭାବନାର ସଂଚାର ପାଇଁ ଏହା ଉଦ୍ଦିଷ୍ଟ। ତାଲାବନ୍ଦ ଯୋଗୁ ସଦା ଚଳଚଞ୍ଚଳ ମାନବ ଜୀବନରେ ଯେଉଁ ପ୍ରତିବନ୍ଧକ ଲାଗିଛି, ତାହା ଆମ ମନୋବଳ ପାଇଁ ଏକ ଶକ୍ତ ଧକ୍କା। ଆର୍ଥିକ ଅସ୍ଥିରତା ଓ ସାମାଜିକ ପ୍ରତିବନ୍ଧକ ଏକ ବିଷଭଳି ମଣିଷର ସ୍ବଚ୍ଛ ବିଚାରକୁ ମ୍ଳାନ କରୁଛି। ବେକାରିଆପଣର ଚିନ୍ତା ମଣିଷକୁ ନୈରାଶ୍ୟ ଭିତରକୁ ଠେଲି ଦେଉଛି।
ଆଜିକାଲି ରୋଗୀଙ୍କ ସହ ଆଳାପ କଲାବେଳେ ରୋଗଠାରୁ ବେଶି ତାଙ୍କ ମନୋବଳକୁ ଚିକିତ୍ସା କରିବାକୁ ପଡୁଛି। ଲୋକଙ୍କ ମନର ନୈରାଶ୍ୟ ସେମାନଙ୍କ ନକାରାତ୍ମକ ଚିନ୍ତା ସହ ଯୋଡ଼ି ହୋଇଯାଇଛି। ସ୍ବାସ୍ଥ୍ୟ ସେବା ହେଲ୍‌ପଲାଇନ୍‌-୧୦୪ରେ ଅନେକ ଯୁବକ ନିରାଶା ଓ ହତାଶାଭରା କୌତୁକପୂର୍ଣ୍ଣ ପ୍ରଶ୍ନ ପଚାରୁଥିବାର ଦୃଷ୍ଟାନ୍ତ ମୋ ପାଖରେ ଅଛି। ତେଣୁ କରୋନାଠାରୁ ବି ବଡ଼ ବିପତ୍ତି ‘ଡିପ୍ରେସନ’ ଧୀରେ ଧୀରେ ସମାଜରେ ପାଦଦେବାକୁ ଲାଗିଲାଣି। ଏକବିଂଶ ଶତାବ୍ଦୀର ଯୁବପିଢ଼ିଠାରେ ଧୈର୍ଯ୍ୟ ଓ ସହନଶୀଳତାର ଘୋର ଅଭାବ ଥିବାରୁ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନଙ୍କ ମନୋବଳକୁ ଦୃଢ଼ ରଖିବାଟା ଏକ ବଡ଼ ଆହ୍ବାନ।
ତେଣୁ ତାଲାବନ୍ଦ ୫.୦ ବନାମ ତାଲାଖୋଲା ୧.୦ ବିତର୍କରେ ଆମେ ତାଲାଖୋଲା ୧.୦ ଶବ୍ଦଟି ବ୍ୟବହାର କରିଲେ ଏକ ସକାରାତ୍ମକ ଉର୍ଜାର ସଂଚାଳନା ହେବ। ମଣିଷ ମନରେ ଏକ ଆଶାର ସଂଚାର ହେବ- ‘ସବୁ ଠିକ୍‌ ହେବାର’। ସୁସ୍ଥ ମନୋବଳ ଏହି ମହାବିପତ୍ତିରେ ଆମର ଏକ ବଡ଼ ଅସ୍ତ୍ର। ପେଟର ଭୋକ ଓ ଓଠର ହସ, ଉଭୟର ରକ୍ଷା କରିବା ଲାଗି ସ୍ବଚ୍ଛ ବିଚାର ଓ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି।
ଏହି ବର୍ଷର ସବୁଠାରୁ ବଡ଼ ମାନସିକ ସମସ୍ୟା ‘ଡିପ୍ରେସନ’ ବା ‘ନୈରାଶ୍ୟ’ର ନିରୁପଣ କରିବା ଆମର ସବୁଠାରୁ ବଡ଼ ଦାୟିତ୍ୱ। କରୋନା ଯୋଗୁ ସାମାଜିକ, ଆର୍ଥିକ, ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଦୁର୍ବଳ ହୋଇଥିବା ବେଳେ, ସମୟ ସହ ଏହାକୁ ଆମେ ନିୟନ୍ତ୍ରଣ କରିପାରିବା। ମାତ୍ର ମାନସିକ ସ୍ବାସ୍ଥ୍ୟକୁ ଠିକ୍‌ କରିବା ପାଇଁ ଅନେକ ସମୟ ଲାଗିବ। ଏଣୁ ଏହାର ଆରମ୍ଭ ଏବେଠାରୁ କରିବାକୁ ହେବ। ତାଲାବନ୍ଦ ୫.୦କୁ ତାଲାଫିଟା ୧.୦ କହି ଦେଖନ୍ତୁ ତ କେତେ ଭଲ ଲାଗୁଛି। କରୋନା ଏକ ରୋଗ ଯାହା ଆଜି ନ ହେଲେ କାଲି ନିୟନ୍ତ୍ରିତ ହେବ, ମାତ୍ର ମନୋବଳ ଥରେ ଗଲେ ଫେରିବା କଷ୍ଟକର।

ନୟାପଲୀ, ଭୁବନେଶ୍ୱର, ମୋ: ୯୭୭୮୦୩୦୪୯୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri