ବଡ଼ବିଲ ବାଇପାସ୍‌ ରିଂରୋଡ୍‌ ଦାବି : ତହସିଲ କାର୍ଯ୍ୟାଳୟ ପହଞ୍ଚିଲା ସିଭିଲ ସୋସାଇଟି

ବଡ଼ବିଲ,୧୮।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହରକୁ ଟ୍ରାଫିକ ସମସ୍ୟାମୁକ୍ତ କରିବାକୁ ଏକ ବାଇପାସ୍‌ ରିଂରୋଡ଼ ନିର୍ମାଣ ଦାବି ଅଞ୍ଚଳରେ ଜୋର୍‌ ଧରିଛି। ଏ ନେଇ ପୂର୍ବରୁ ବଡ଼ବିଲ ସିଭିଲ ସୋସାଇଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଷ୍ଟକାର୍ଡ ପ୍ରେରଣ କରିବା ସହ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ପତ୍ରାଳାପ କରିଥିଲା। ତେବେ ସୋମବାର ପୂର୍ବାହ୍ନରୁ ରାଜ୍ୟ ସୀମାନ୍ତ ନାଲଦାରୁ ୮କିମି. ଦୂର ଏକ ବିଶାଳ ପଦଯାତ୍ରା ଆରମ୍ଭ କରାଯାଇଥିଲା। ଏହି ପଦଯାତ୍ରାରେ ଅଞ୍ଚଳର ବିଭିନ୍ନ ସଙ୍ଗଠନ ସାମିଲ ହୋଇ ତହସିଲ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଦାବି ନେଇ ସ୍ଲୋଗାନମାନ ଦେଇଥିଲେ। ତେବେ ଆସନ୍ତା ମଙ୍ଗଳବାରଠାରୁ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରି ଗଣଧାରଣା ଦେବ ବୋଲି ସୋସାଇଟି ଆବାହକ ଅଶୋକ ଠକର କହିଛନ୍ତି । ଏହି ଆନ୍ଦୋଳନରେ ସଂଜୀବନୀ ମହିଳା ସମିତି, ମା’ ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣା: ଡାକ୍ତର ଗିରଫ

ସୁନ୍ଦରଗଡ଼,୭।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର, ଗର୍ଭପାତ ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ବୀରମିତ୍ରପୁର ସାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦେବାଶିଷ ଘୋଷଙ୍କୁ ଗିରଫ କରିଛି।...

କରୋନା ଦୁଃଖ: ଭାରରେ ବୁହା ହେଲେ ଦୁଇ ସନ୍ତାନ

ବାରିପଦା ଅଫିସ, ୧୭ା୫-ଯାଜପୁର ଜିଲାର ଏକ ଇଟାଭାଟିରେ କାମ କରୁଥିଲେ ଶ୍ରମିକ ରୂପାଇ ଟୁଡ଼ୁ । ଘର ତାଙ୍କର ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ବଳଦିଆ...

ପଦ୍ମ ପଙ୍କରେ ଲୀନ ହେଲା କଣ୍ଟାସାଗର

ରାୟଗଡ଼(ଗଜପତି),୧୮।୧-ଗଜପତି ଜିଲା ରାୟଗଡ଼ସ୍ଥିତ ଶତାୟୁ ‘କଣ୍ଟାସାଗର’ ପୋଖରୀ ଆଉ ଅଞ୍ଚଳବାସୀଙ୍କ କାମରେ ଲାଗୁନି। ଦିନେ ଅଞ୍ଚଳ ପାଇଁ ଆଶୀର୍ବାଦ ପାଲଟିଥିବା ଏହି ପୋଖରୀ ଏବେ ପଦ୍ମ...

ବାଲିମେଳା ବିଦ୍ୟୁତ୍‌ ପ୍ରକଳ୍ପ ପାଓ୍ବାର ହାଉସ୍‌ କୋଠାରେ ଫାଟ

  ମାଲକାନଗିରି,୩୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପରେ ଫାଟ ସୃଷ୍ଟି ହୋଇଛି। ତେବେ ଏନେଇ ସବୁ ଜାଣି ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ୫୦...

‘କୃଷି କାର୍ଯ୍ୟ ସହ ଜଙ୍ଗଲକୁ ସମନ୍ବିତ କରାଯାଉ’

ସିମୁଳିଆ/ବାଲେଶ୍ୱର ଅଫିସ, ୧୮।୯(ଡି.ଏନ.ଏ.)-ସଚେତନତା ଅଭାବରୁ ପରିବେଶରେ ଅସନ୍ତୁଳନ ବଢିଚାଲିଛି। ଦିନକୁ ଦିନ ଗଛ ସଂଖ୍ୟା କମି ଯାଉଛି। ଫଳରେ ଜଳବାୟୁ ପରିବର୍ତ୍ତନ, ଭୂତାପନ ଓ ସମୁଦ୍ରର...

ଭିନ୍ନକ୍ଷମ ଲଳିତାଙ୍କୁ ମିଳିନି ଆବାସ ଯୋଜନାରେ ଘର

ଲାଠୋର, ୯ା୧୦ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ଚାଉଲଡିଆ ଗ୍ରାମର ଭିନ୍ନକ୍ଷମ ଲଳିତା ରଣା(୩୫)। ସ୍ବାମୀ ଶୋଭାକର ରଣା(୪୫), ଗୋଟିଏ...

କଟକ ଷ୍ଟେଶନରେ ଶହେ ଫୁଟ ଉଚ୍ଚରେ ଉଡ଼ିଲା ତ୍ରିରଙ୍ଗା

କଟକ ଅଫିସ,୧୪ା୮: କଟକ ରେଳଷ୍ଟେଶନ ନିକଟରେ ଗୁରୁବାର ଶହେ ଫୁଟ ଉଚ୍ଚରେ ଜାତୀୟ ପତାକା ଉଡ଼ିଛି। ହାଇକୋର୍ଟ ପରେ ରେଳଷ୍ଟେଶନଠାରେ ପ୍ରଥମ ଥର ପାଇଁ ଏହି...

ସ୍କୁଲ ଖୋଲିବାର ୫ ଦିନରେ ୫୪ ଛାତ୍ରୀଛାତ୍ର କରୋନା ପଜିଟିଭ୍‌

ଲଖନପୁର,୧୪ା୧: ମହାମାରୀ କରୋନ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଗତ ମାର୍ଚ୍ଚ ମାସରୁ ସ୍କୁଲ୍‌ କଲେଜ ବନ୍ଦ କରିଥିଲେ। ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଗତ...

Advertisement
Archives

Model This Week