ବଡନଦୀ ହିଡରୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆସିକା,୨୮।୫(ଡି.ଏନ୍‌.ଏ.)- ଆସିକା ସହର ଉପକଣ୍ଠ ମୁକୁନ୍ଦପୁର-ଆଲିପୁର ବଡନଦୀ ହିଡ ରାସ୍ତା କଡରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ପୋଲସରା ନିକଟସ୍ଥ ରାଣୀପଡା ଗ୍ରାମର ସଞ୍ଜୟ ବେହେରା (୪୫)। ସେ ପରିବାର ସହ ୧୦ବର୍ଷ ହେଲା ଆସିକା ନିକଟସ୍ଥ ନୂଆଗାଁ ଗ୍ରାମରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ। ମୃତଦେହର ନାକ ଓ କାନରେ ରକ୍ତ ଲାଗିଥିବାବେଳେ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି। ଖବର ପାଇ ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ପୀତବାସ ଧାରୁଆ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରିଛି। ତେବେ ହତ୍ୟାର କାରଣ ଓ ହତ୍ୟାକାରୀ କିଏ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ସବୁଦିନଭଳି ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ସଞ୍ଜୟ ଘରୁ କାମକୁ ବାହାରି ଆସିଥିଲେ। ସନ୍ଧ୍ୟାରେ ତାଙ୍କ ମୃତଦେହ ପଡିଥିବା ପରିବାରବର୍ଗ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚତ୍ଥିବା ମୃତ ସଞ୍ଜୟଙ୍କ ପୁଅ ରାକେଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ପ୍ରସାଦ ନାଁରେ ମିଠା ବିକ୍ରି, ଆମାଜନ୍‌କୁ ଏତେ ଲକ୍ଷର ଜୋରିମାନା

ନୂଆଦିଲ୍ଲୀ, ୧୯।୮: ଶ୍ରୀରାମ ମନ୍ଦିର ଅଯୋଧ୍ୟା ପ୍ରସାଦ ନାଁରେ ସାଧାରଣ ମିଠା ବିକ୍ରି କରିବା ଆମାଜନ୍‌କୁ ମହଙ୍ଗା ପଡ଼ିଛି । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA)…

ଇମ୍ରାନ ଖାନ ନଅ ମାସ ପରେ ପ୍ରଥମ ଥର ପାଇଁ ପତ୍ନୀ ବୁଶରା ବିବି- ଭଉଣୀଙ୍କୁ ଭେଟିଲେ

ଇସଲାମାବାଦ,୧୯।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ତେହରିକ-ଏ-ଇନସାଫ (PTI)ର ପ୍ରତିଷ୍ଠାତା ଇମ୍ରାନ ଖାନ ରାୱଲପିଣ୍ଡିର ଆଡିଆଲା ଜେଲରେ ନଅ ମାସ ମଧ୍ୟରେ ପ୍ରଥମ ଥର ପାଇଁ…

ଅପରେସନ୍ ପରେ ପେଟ ଭିତରେ ରହିଗଲା ଗ୍ଲୋଭସ୍-ନାପକିନ୍! ୧୯ ବର୍ଷୀୟା ମା’ଙ୍କ ଅବସ୍ଥା….

ମୁମ୍ବାଇ,୧୯ା୮: ମହାରାଷ୍ଟ୍ରର ବୀଡ୍‌ରୁ ସରକାରୀ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୯ ବର୍ଷୀୟା ସନ୍ଧ୍ୟା ସୂରଜ ଗାଏକୱାଡ୍‌ ଅଗଷ୍ଟ ୧ ତାରିଖରେ…

କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଶିଶୁଙ୍କୁ କାମୁଡ଼ିଲା ସାପ, ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କର୍ମୀ-ସିଡିପିଓ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ନୀଳକନ୍ଦର ସାହିରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମଧ୍ୟାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ…

ବୋହୂ-ପୁଅ ସାବଧାନ! ବୃଦ୍ଧ ମା’-ବାପାଙ୍କୁ ହଇରାଣ କଲେ ହେବେ ସମ୍ପତ୍ତିରୁ ବେଦଖଲ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ, ୧୯।୮: ବରିଷ୍ଠ ନାଗରିକଙ୍କ ଅଧିକାର ଓ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବୃଦ୍ଧଙ୍କ ଭରଣପୋଷଣ, ସୁରକ୍ଷା ଓ ସମ୍ମାନ ପାଇଁ…

ଡିସେମ୍ବର ପର୍ଯ୍ୟନ୍ତ ଏହି ୩ ରାଶି ଉପରେ ରାହୁ-କେତୁଙ୍କ ନଜର, ହୋଇପାରେ ବଡ଼ କ୍ଷତି!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ବୋଲି ମନେ କରାଯାଏ। ଯଦିଓ ଏମାନଙ୍କୁ ଛାୟା ଗ୍ରହ କୁହାଯାଏ, ତଥାପି ଜାତକଙ୍କ ଜୀବନରେ ଏହାର…

ବିକାଶ ଅପହଞ୍ଚ: ଆସିଲାନି ଆମ୍ବୁଲାନ୍ସ ଭରା ବନ୍ୟାପାଣିରେ ଭାରରେ ବୁହାହେଲେ ରୋଗୀ

ବରୀ,୧୯ା୮(ମହେନ୍ଦ୍ର ସ୍ବାଇଁ): ଦେଶ ସ୍ବାଧୀନ ହେବାର ୮୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିବିଲ ପଞ୍ଚାୟତର ଢିଅସାହି ଗ୍ରାମରେ ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri