ବଞ୍ଚି ଥାଉ ଥାଉ ନିଜ ପାଇଁ ସମାଧି ତିଆରି କରି ଚର୍ଚ୍ଚାରେ ଲକ୍ଷ୍ମଣ

ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ବଞ୍ଚି ବଞ୍ଚି ଥାଉ ଥାଉ ନିଜ ପାଇଁ ଏବଂ ନିଜ ସ୍ତ୍ରୀ ପାଇଁ ସମାଧି ତିଆରି କରି ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ଭୂୟାଁ। ଏଭଳି ଘଟଣା ଗଜପତି ଜିଲା ନୂଆଗଡ ବ୍ଲକ ସୌରି ଗାଁରେ ଦେଖିବାକୁ ମିଳିଛି। ଲକ୍ଷ୍ମଣ ଭୂୟାଁଙ୍କ ବୟସ ୮୦ ବର୍ଷ ହୋଇଥିବା ବେଳେ ସ୍ତ୍ରୀଙ୍କ ବୟସ ଏବେ ୭୦ ଟପିଲାଣି। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ। ପୁଅ ଝିଅ ସମସ୍ତେ ବିବାହ ପରେ ଏବେ ଘର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ପରିଣତ ବୟସରେ ବୃଦ୍ଧା ବାପା ମା’ଙ୍କ ସେବା କରିବା ପାଇଁ ପାଖରେ କେହି ନ ଥିବା ବେଳେ ଘରେ କେବଳ ବୁଢା ବୁଢୀ ହିଁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ତେବେ ଧାନ, କୋଳଥ, କାଜୁ ଓ ଦୁଇଟି ଗାଈ ବିକ୍ରି କରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୃତ୍ୟୁ ପୂର୍ବରୁ ନିଜ ପାଇଁ ସ୍ତ୍ରୀଙ୍କ ଦୁଇଟି ସମାଧି ତିଆରି କରିଛନ୍ତି। ଉପରେ ଛାତ କରି ସେଥିରେ ମାର୍ବଲ ଲଗାଯାଇଛି। ମୃତ୍ୟୁ ପରେ କାଳେ ପୁଅ,ଝିଅ ଦୁହିଁଙ୍କ ପାଇଁ ଭଲ ସମାଧି କରିବେ କି ନାହିଁ ବୋଲି ଚିନ୍ତା କରି ଲକ୍ଷ୍ମଣ ଏଭଳି କରିଥିବା ଜଣାପଡିଛି। ସମୟ ପାଇଲେ ସେ ନିଜେ ସମାଧି ସ୍ଥାନ ବୁଲି ଦେଖିବା ସହ ତାହାର ଯତ୍ନ ନେଉଛନ୍ତି । ଏଭଳି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟନିତ ହେବା ସହ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

୪,୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ଏଚ୍‌ପିସି ଅନୁମୋଦନ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଗ୍ରାମ୍ୟ ରାସ୍ତା, ପୋଲ, ବିଦ୍ୟୁତୀକରଣ, ପାନୀୟଜଳ, ଆଡ଼ିବନ୍ଧ, ବ୍ୟାରେଜ ନିର୍ମାଣ, ଗ୍ରାମାଞ୍ଚଳ ଜୀବନଜୀବିକା ଉନ୍ନତୀକରଣ ଆଦି ୪,୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ରାଜ୍ୟ...

ବଜ୍ରପାତରେ କୃଷକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଗୋବରଘାଟା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ମହାନ୍ତି...

୬ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର,୫।୮ (ବ୍ୟୁରୋ): ରାଜ୍ୟରେ ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବିଶେଷକରି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା...

କେନ୍ଦୁଝରରେ ପ୍ରତିଷ୍ଠା ହେବ କୋଭିଡ୍‌-୧୯ ହସ୍‌ପିଟାଲ: ବୁଝାମଣାପତ୍ର ସ୍ବାକ୍ଷରିତ

କେନ୍ଦୁଝର, ୭ା୪(ଡି.ଏନ୍‌.ଏ.)-କେନ୍ଦୁଝରଠାରେ ପ୍ରତିଷ୍ଠା ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍‌ପିଟାଲ। ଏ ସମ୍ପର୍କରେ ସୋମବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ କେନ୍ଦୁଝର ଜିଲା...

କୋଭିଡ୍‌ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଆଜି

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍‌ ସ୍ଥିତି ଭୟଙ୍କର ଆଡ଼କୁ ଗତି କରୁଥିବା ବେଳେ ଏହାକୁ ନେଇ ସବୁଆଡ଼େ ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥିତି ଯଦି ଏଭଳି ଲାଗି...

ଫୁଲୁରୀ ତେଲ ଲାଗିହେଲେ ମହାପ୍ରଭୁ

ପୁରୀ ଅଫିସ, ୨୨ା୬:  ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡ଼ୁ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଏବେ ଚତୁର୍ଦ୍ଧାବିଗ୍ରହ। ଶ୍ରୀଅଙ୍ଗ ଲାଗି...

ଶଟ୍‌ଡାଉନରେ ରୋଗୀ ସେବା କଲେ ପୂର୍ବତନ ବିଧାୟକ

ଚୌଦ୍ୱାର,୫ା୩(ଡି.ଏନ୍‌.ଏ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କଟକ ସହର ସମେତ ଚୌଦ୍ୱାର ସହର ମଧ୍ୟ ଶଟ୍‌ଡାଉନ ରହିଛି। ଶୁକ୍ରବାର ସନ୍ଧ୍ୟାରେ ଚୌଦ୍ୱାର ପୋଲିସ ତରଫରୁ...

ଗୀତ,ଅଭିନୟରେ ସଚେତନତା ସୃଷ୍ଟି କଲେ ପଶ୍ଚିମ ଓଡ଼ିଶା କଳାକାର

ସମ୍ବଲପୁର, ୩୦ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଛନ୍ତି ପଶ୍ଚିମ ଓଡିଶାର କଳାକାରମାନେ। ସେମାନଙ୍କ ଏପରି ପ୍ରୟାସ ଯୋଗୁ ଏକ ଭିଡିଓ ‘ହୁସୁଥିଲା ଫେର...

Advertisement
Archives

Model This Week