ବଞ୍ଚି ଥାଉ ଥାଉ ନିଜ ପାଇଁ ସମାଧି ତିଆରି କରି ଚର୍ଚ୍ଚାରେ ଲକ୍ଷ୍ମଣ

ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ବଞ୍ଚି ବଞ୍ଚି ଥାଉ ଥାଉ ନିଜ ପାଇଁ ଏବଂ ନିଜ ସ୍ତ୍ରୀ ପାଇଁ ସମାଧି ତିଆରି କରି ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ଭୂୟାଁ। ଏଭଳି ଘଟଣା ଗଜପତି ଜିଲା ନୂଆଗଡ ବ୍ଲକ ସୌରି ଗାଁରେ ଦେଖିବାକୁ ମିଳିଛି। ଲକ୍ଷ୍ମଣ ଭୂୟାଁଙ୍କ ବୟସ ୮୦ ବର୍ଷ ହୋଇଥିବା ବେଳେ ସ୍ତ୍ରୀଙ୍କ ବୟସ ଏବେ ୭୦ ଟପିଲାଣି। ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ। ପୁଅ ଝିଅ ସମସ୍ତେ ବିବାହ ପରେ ଏବେ ଘର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ପରିଣତ ବୟସରେ ବୃଦ୍ଧା ବାପା ମା’ଙ୍କ ସେବା କରିବା ପାଇଁ ପାଖରେ କେହି ନ ଥିବା ବେଳେ ଘରେ କେବଳ ବୁଢା ବୁଢୀ ହିଁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି। ତେବେ ଧାନ, କୋଳଥ, କାଜୁ ଓ ଦୁଇଟି ଗାଈ ବିକ୍ରି କରି ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରି ମୃତ୍ୟୁ ପୂର୍ବରୁ ନିଜ ପାଇଁ ସ୍ତ୍ରୀଙ୍କ ଦୁଇଟି ସମାଧି ତିଆରି କରିଛନ୍ତି। ଉପରେ ଛାତ କରି ସେଥିରେ ମାର୍ବଲ ଲଗାଯାଇଛି। ମୃତ୍ୟୁ ପରେ କାଳେ ପୁଅ,ଝିଅ ଦୁହିଁଙ୍କ ପାଇଁ ଭଲ ସମାଧି କରିବେ କି ନାହିଁ ବୋଲି ଚିନ୍ତା କରି ଲକ୍ଷ୍ମଣ ଏଭଳି କରିଥିବା ଜଣାପଡିଛି। ସମୟ ପାଇଲେ ସେ ନିଜେ ସମାଧି ସ୍ଥାନ ବୁଲି ଦେଖିବା ସହ ତାହାର ଯତ୍ନ ନେଉଛନ୍ତି । ଏଭଳି ଘଟଣାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟନିତ ହେବା ସହ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ବାଦିକତା କ୍ଷେତ୍ରରେ ବଢୁଛି ନିଯୁକ୍ତି ସୁଯୋଗ, ଜଣେ ଭଲ ସାମ୍ବାଦିକ….

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା…

କ୍ଳଚ ତାରରେ ସ୍ତ୍ରୀର ତଣ୍ଟି ଚିପି ହତ୍ୟା ମାମଲା, ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ପାରଳାଖେମୁଣ୍ଡି,୧୫।୪(ଗିରିଧାରୀ ପରିଛା): ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ…

ଅଭିଷେକ ଶର୍ମା- ଅକ୍ଷର ପଟେଲଙ୍କର ହେବ ଡୋପ୍‌ ଟେଷ୍ଟ, RTP ତାଲିକାରେ ସାମିଲ କଲା… 

ନୂଆଦିଲ୍ଲୀ,୧୫।୪: ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଜାତୀୟ ଡୋପିଂ ବିରୋଧୀ ସଂସ୍ଥା (NADA) ପକ୍ଷରୁ ପଞ୍ଜିକୃତ ପରୀକ୍ଷଣ ପୁଲ (RTP)ର ନୂଆ ତାଲିକା ଜାରି କରାଯାଇଛି।…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

ସ୍କୁଲ୍‌ରେ ଅଘଟଣ, ପାଚେରୀ ଭୁଶୁଡ଼ି ଚାଲିଗଲା ୨ ଛାତ୍ରୀଙ୍କ ଜୀବନ

ପାରଳାଖେମୁଣ୍ଡି/ମୋହନା,୧୫।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ରା.ଉଦୟଗିରିରେ ଅଭାବନୀୟ ଘଟଣା । ସ୍କୁଲ ପାଚେରୀ ତଳେ ଚାପି ହୋଇ ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ରା.ଉଦୟଗିରି ଥାନା ୠବୁଡିସିଂ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri