ବଜ୍ରପାତରେ ୨ ମୃତ, ୨ ଗୁରୁତର

କାମାକ୍ଷାନଗର,୨୩।୮(ଡି.ଏନ୍‌.ଏ.)-ଢେଙ୍କାନାଳ କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ବ୍ଲକରେ ଶୁକ୍ରବାର ପୃଥକ୍‌ ସ୍ଥାନରେ ବଜ୍ରପାତ ଘଟି ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି।
ବାଲିପଡ଼ା ଗ୍ରାମର ବାବାଜୀ ମଲ୍ଲିକ (୬୨) ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଥାନା ମରୁଆବିଲି ଗୋଡ଼ିସାହିର ଦୁର୍ଯ୍ୟୋଧନ ନାଏକ (୭୭) ଗୋରୁ ବାନ୍ଧୁଥିବାବେଳେ ବଜ୍ରପାତ ଘଟିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଅନୁରୂପ ଭାବେ ଭଦଳିଆ ଗ୍ରାମର ବବିତା ସିଂ (୨୨) ବିଲରେ କାମ କରୁଥିବାବେଳେ ଏବଂ ଶୁଣ୍ଢିକାଟେଣୀ ଗ୍ରାମର ଫୁଲରାଣୀ ସାହୁ (୭୯) ବାରଣ୍ଡାରେ ବସିଥିବାବେଳେ ବଜ୍ରପାତ ଘଟି ଗୁରୁତର ହୋଇଛନ୍ତି। ଉଭୟଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ସହାୟତା

ବାଲେଶ୍ୱର ଅଫିସ,୧୭।୪- ବାଲେଶ୍ୱର ଜିଲା ସହଦେବଖୁଣ୍ଟାର ଚାନ୍ଦମାରିପଡ଼ିଆ ସ୍ଥିତ ‘ଅମୃତଧାରା’ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ନିଖିଳ ଉତ୍କଳ ୪ର୍ଥଶ୍ରେଣୀ ସରକାରୀ କର୍ମଚାରୀ ସଂଘ ତରଫରୁ ସାମ୍ପ୍ରତିକ ଲକ୍‌ଡାଉନ୍‌...

ଛାତ୍ରୀନିବାସର ୯ ଅନ୍ତେବାସୀ ଅସୁସ୍ଥ

କପ୍ତିପଦା,୭ା୧୨(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଶାଳଚୁଆ ଉଚ୍ଚବିଦ୍ୟାଳୟର ୯ ଅନ୍ତେବାସିନୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଗୁରୁବାର ଏହି ଛାତ୍ରୀମାନେ ଝାଡ଼ାରେ ଆକ୍ରାନ୍ତ...

ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ

ପୁରୀ ଅଫିସ,୧୨ା୮: ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଙ୍ଗଳବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ବୁଧବାର ନନ୍ଦ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ...

ପିଏମ୍‌ଏୱାଇ ଆଫୋର୍ଡେବଲ ହାଉସିଂ ସ୍କିମ୍‌ : ହିତାଧିକାରୀଙ୍କୁ ଗୃହ ନ ମିଳିବା ଚେତାବନୀ

ବ୍ରହ୍ମପୁର ଅଫିସ,୯ା୧୧-ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଅନ୍ତର୍ଗତ ଆଫୋର୍ଡେବଲ ହାଉସିଂ ସ୍କିମ୍‌ରେ ଘର ପାଇବାକୁ ମନୋନୀତ ହୋଇଥିବା ହିତାଧିକାରୀଙ୍କୁ ଗୃହ ମିଳିବ ନାହିଁ ବୋଲି କେତେକ...

ଜଳୁନି ଟୋଲପ୍ଲାଜା ହାଇମାଷ୍ଟ

ଢେଙ୍କିକୋଟ,୧୯ା୭(ଡି.ଏନ୍‌.ଏ.)- ଜାତୀୟ ରାଜପଥ ୨୦ନଂ. ନବୀକରଣ ପରେ ଢେଙ୍କିକୋଟ ଗ୍ରାମବାସୀଙ୍କ ଦୁଃଖ ବଢ଼ିଯାଇଛି। ଅଧାପନ୍ତରିଆ କରି ଠିକା ସଂସ୍ଥା ଚାଲିଗଲା। ଉଭୟ ପାର୍ଶ୍ୱ ସର୍ଭିସ ରୋଡ୍‌...

ଆଜି କାତିଖର୍ପର ବେଶରେ ଦର୍ଶନ ଦେବେ ମା’ ମଙ୍ଗଳା

କାକଟପୁର,୩।୧୦(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁରସ୍ଥିତ ମା’ ମଙ୍ଗଳାଙ୍କ ମନ୍ଦିରରେ ଆଶ୍ୱିନ ମୂଳାଷ୍ଟମୀ ତିଥିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣ ପୂଜା। ଗୁରୁବାର ଶୁକ୍ଳ ଷଷ୍ଠୀ ତିଥି...

୨ ଶିକ୍ଷକଙ୍କ ଦରମା ବନ୍ଦ

ଚମ୍ପୁଆ, ୧ା୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଜିଲା ଶିକ୍ଷା ଅଧିକାରୀଙ୍କ ମନିଟରିଂ ପରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ...

ପିଆରଏମ୍‌ ମେଡିକାଲ୍‌ରେ ନିଆଁ

ବାରିପଦା ଅଫିସ, ୨୦ା୪- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ୍‌ର ମାନସିକ ରୋଗ ଚିକିତ୍ସା ଓ୍ବାର୍ଡରେ ସୋମବାର ଅଗ୍ନିକାଣ୍ଡ ଘଟି ବିଭିନ୍ନ ସରଞ୍ଜାମ ପୋଡ଼ି ଯାଇଛି।...

Coronavirus Update


Archives

Model This Week

Why Dharitri