ବଜ୍ରପାତରେ ୨୭ ଗୋରୁ, ୯ ମେଣ୍ଢା ମୃତ

ଦିଗପହଣ୍ଡି/ପାତ୍ରପୁର,୯ା୬ (ଡି.ଏନ.ଏ.) -ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତରେ ୨୭ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ୯ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଞ୍ଚାୟତ ବାଲିବାଡ ଗଁା ନିକଟରେ ଶନିବାର ବଜ୍ରପାତରେ ୧୪ ବଳଦ, ୨ ଗାଈ ଓ ଗୋଟିଏ ବାଛୁରିର ମୃତ୍ୟୁ ଘଟିଛି। ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖି ପ୍ରଭାବରେ ଝଡତୋଫାନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଗାଁ ନିକଟ ଏକ ପଣସ ଗଛ ମୂଳରେ ଅରଖପଦା ଗାଁର ନିରଞ୍ଜନ ଶବର, ଘାସି ଶବର, ବବିନା ଶବର, ଗାଙ୍ଗିନି ଶବର, ସନିଆ ଶବର, ରାମଚନ୍ଦ୍ର ଶବର, ପୁନି ଶବର, ବାଲାଜୀ ଶବର, ସେଡେଙ୍ଗ ଶବର ଏବଂ ବାଲିବାଡ ଗାଁର ହାଡିଆ ଦଳେଇ, ମୋହନ ଦଳେଇ, ଲୁଲା ନାୟକ, ଜୁରିଆ ନାୟକ ଓ ସମ୍ଭାରୁ ନାୟକଙ୍କ ବଳଦ, ଗାଈ ଓ ବାଛୁରୀ ଥିବା ବେଳେ ବଜ୍ରପାତ ଘଟିଥିଲା। ଘଟଣାସ୍ଥଳରେ ୧୭ ଗୋରୁଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀଙ୍କ ପକ୍ଷରୁ ଏନେଇ କେ.ନୂଆଗାଁ ଥାନାରେ ଏତଲା ଦିଆଯିବା ସହ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କୁ ଅବଗତ କରାଯାଇଛି। ସେହିପରି ପାତ୍ରପୁରର ପଦାଦିଗୀ ବଗୀ ନଦୀ ନିକଟରେ ଚରୁଥିବା ୧୦ ଗୋରୁଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଗୋରୁ ଗୁଡିକ ମଧ୍ୟରେ ମର୍ଦ୍ଦରାଜପୁର ଗ୍ରାମ ରାଜେନ୍ଦ୍ର ପ୍ରଧାନଙ୍କ ୫ ଗାଈ, ଘନ ପ୍ରଧାନଙ୍କ ୨ ଗାଈ ଓ ଗୋଟିଏ ବାଛୁରୀ ଓ କେଲୁଆ ଗ୍ରାମର ଗୋପାଳ ପ୍ରଧାନଙ୍କ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ଥିବା ଜଣା ପଡିଛି।
ମଧୁପଲୀ ପଞ୍ଚାୟତସ୍ଥିତ ସୁନାରୀ ବୁଗୁଡ଼ା ଗ୍ରାମର ଏକ ଆମ୍ବ ତୋଟାରେ ୨୦ରୁ ଊର୍ଦ୍ଧ୍ୱ ଛେଳି ଓ ମେଣ୍ଢା ରହିଥିଲେ। ସେହି ସମୟରେ ବଜ୍ରପାତ ହେବାରୁ ୯ଟି ମେଣ୍ଢାଙ୍କ ମୃତ୍ୟୁ ଘଟିଥିବାବେଳେ ୭ଟି ମେଣ୍ଢା ଓ ଛେଳି ଆହତ ହୋଇଥିଲେ। ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ନରେଶ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚତ୍ ଆହତ ମେଣ୍ଢା ଓ ଛେଳିମାନଙ୍କୁ ଚିିକିତ୍ସା କରିଥିଲେ। କେ. ଅରକ୍ଷିତ ପାତ୍ରଙ୍କ ଗୋଟିଏ, ଡି. କାଳୁ ପାତ୍ରଙ୍କ ୩, ଦଣ୍ଡ ପାତ୍ରଙ୍କ ୨, କେ. ଜଗନ୍ନାଥ ପାତ୍ରଙ୍କ ୩ ମେଣ୍ଢାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ହତ୍ୟା କରି ନିଜ ହାତ, ଗୋଡ଼ ହାଣିଦେଲେ ସ୍ବାମୀ

ଦିଗପହଣ୍ଡି,୯ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ବାମୀ ହିରଣ୍ୟ ସେଠୀ ସ୍ତ୍ରୀ ଝୁନୁଙ୍କୁ କାତିରେ ହାଣି...

ସୂର୍ଯ୍ୟମୁଖୀ ଚାଷ ପ୍ରତି ବଢୁଛି ଆଗ୍ରହ

ଧରାକୋଟ,୧୩ା୪(ଡି.ଏନ୍‌.ଏ.): କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରୋତ୍ସାହନ ସହ ଗୋଷ୍ଠୀ କୃଷି କାର୍ଯ୍ୟାଳୟର ସଚେତନତା ଯୋଗୁ ଧୀରେ ଧୀରେ ବ୍ଲକର ବିଭିନ୍ନ ପଞ୍ଚାୟତର କୃଷକମାନେ...

ହାତୀ ଆକ୍ରମଣରେ ୨ ଆହତ

ବୁଗୁଡ଼ା,୬ା୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଭଗବାନପୁର-ଶୁଳିଆପଲ୍ଲୀ ରାସ୍ତାରେ ଗୁରୁବାର ରାତିରେ ହାତୀ ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତ ଦୁଇ...

ପୋଲିସର ଗାଡ଼ି ଯାଞ୍ଚ ଆରମ୍ଭ: ହେଲମେଟ ନ ପିନ୍ଧି ଗଣିଲେ ଜରିମାନା

ସୋରଡା,୨୮।୧୦: ସୋରଡା ପୋଲିସର ଯାନବାହନ ଯାଞ୍ଚ ଶୁକ୍ରବାର ଆରମ୍ଭ ହୋଇଯାଇଛି। ଥାନା ସମ୍ମୁଖ ଜାତୀୟ ରାଜପଥରେ ବିନା ହେଲମେଟରେ ଯାଉଥିବା ବାଇକ୍‌ ଚାଳକଙ୍କୁ ଅଟକାଇ ଜରିମାନା...

ଦକ୍ଷତା ତାଲିମ ନେଲେ ୨୮ ଦୃଷ୍ଟିବାଧିତ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୫ା୬-ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଲଟନ ଚାରିଟେବୁଲ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ କୌଶଳ ଦକ୍ଷତା ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ରୋଟାରୀ କ୍ଲବ ପରିସରରେ...

ଧ୍ୱଂସ ପାଉଛି ଉଖୁଡ଼େଇ ପାହାଡ଼

ଭଞ୍ଜନଗର,୧୪ା୨(ଡି.ଏନ.ଏ): ବେଲଗୁଣ୍ଠା ବ୍ଲକ କଣ୍ଟେଇପଲ୍ଲୀ-ବଡ଼ପଡ଼ା ରାସ୍ତା ଉଖୁଡ଼େଇ ପାହାଡ଼ ଉପରେ ରହିଛି ମା ଉଖୁଡ଼େଇଙ୍କ ମନ୍ଦିର। ବର୍ଷ ବର୍ଷ ଧରି ପାହାଡ଼ ଉପରେ ମା’ଙ୍କ ପୂଜାର୍ଚ୍ଚନା...

ଟ୍ରାଫିକ୍‌ ଜଗିଛି ୪ ସାଧାରଣ ସିସି କ୍ୟାମେରା

ଛତ୍ରପୁର,୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ମନିଟରିଂ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ସହରକୁ ଗଞ୍ଜାମ ସମେତ ଗଜପତି, କନ୍ଧମାଳ ଓ ଦକ୍ଷିଣ ଓଡିଶାର...

ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

\ଭଞ୍ଜନଗର,୧୦।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଧନଞ୍ଜୟପୁର ଓ ଜଗନ୍ନାଥ ପ୍ରସାଦ ବ୍ଲକ ପାଟରାପଲ୍ଲୀରେ ସୋମବାର ସନ୍ଧ୍ୟାରେ ୨ଟି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ...

Advertisement
Archives

Model This Week