ବଜ୍ରପାତରେ ମହିଳା ମୃତ, ପରିବାରକୁ କ୍ଷତିପୂରଣ ଦାବି

ଲଖନପୁର, ୨୪।୯(ଡି.ଏନ୍‌.ଏ.)-ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଭଅଁରଖୋଲ ପଞ୍ଚାୟତ ଠେବରା ଗ୍ରାମର ଜଣେ ମହିଳାଙ୍କ ମଙ୍ଗଳବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ସୁରେନ ମୁଣ୍ଡାଙ୍କ ସ୍ତ୍ରୀ ଜୟ ସେନୀ(୪୦)।
ସୂଚନାନୁଯାୟୀ, ଜୟସେନୀ ଅପରାହ୍ନରେ ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ରାସ୍ତାରେ ବଜ୍ରପାତ ହୋଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗ୍ରାମବାସୀ ଲଖନପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଲଖନପୁର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଝାରସୁଗୁଡା ପଠାଇଛି । ଏଥିସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତ ମହିଳା ଙ୍କର ୨ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତେବେ ତଦନ୍ତ କରି ଜିଲ୍ଲା ପ୍ରଶାସନ ତୁରନ୍ତ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବା ବନ୍ଦ: ରୋଗୀ ହନ୍ତସନ୍ତ

ବଣାଇ, ୧।୩(ସ୍ବ.ପ୍ର)- ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଗତ କିଛିଦିନ ହେବ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ହୋଇଯାଇଛି। ଏଥିଯୋଗୁ ରୋଗୀ ହନ୍ତସନ୍ତ ହେଉଥିବା...

ନିଲାମ ପରେ ଖଣିରେ ନିଯୁକ୍ତି ନେଇ ଶଙ୍କାରେ ଶ୍ରମିକ: ୨୦ରେ ସଚିବାଳୟ ସମ୍ମୁଖରେ ଧାରଣା

ଯୋଡ଼ା, ୧୯।୧(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଖଣି ନିଲାମ ପ୍ରକ୍ରିୟା। ଏଭଳି ସ୍ଥିତିରେ ନିଲାମ ହେଉଥିବା ଖଣିରେ କାର୍ଯ୍ୟରତ ଶ୍ରମିକ, ବନ୍ଦ ଥିବା ଖଣି...

ବନସ୍ତେ ଡାକିଲା ଗଜ…

ଉତ୍ସବ ମୁଖର କେନ୍ଦୁଝର ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରର ସଂସ୍କୃତି ସହ ରଜ ଓତଃପ୍ରୋତ ଭାବେ ଜଡ଼ିତ। ଏଥିଲାଗି ପିଲାଠୁ ବୁଢ଼ାଯାଏ ସମସ୍ତଙ୍କ ମନରେ ଭରିଥାଏ ଉନ୍ମାଦନା।ନୂଆ...

‘ଖୁସି’ ଯୋଜନା ଦିଗହରା

ଅନୁଗୋଳ ଅଫିସ୍‌, ୮।୨ – ଅନୁଗୋଳ ଜିଲାରେ ଦିଗହରା ହୋଇଯାଇଛି ସରକାରଙ୍କ ‘ଖୁସି’ ଯୋଜନା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କିଣାଯାଇଥିବା ସାନିଟାରି ନାପକିନ ଜିଲା...

ଚାକିରି ପାଇଲେ ମାଙ୍କିଡ଼ିଆ ଜନଜାତି ଯୁବକ

ବାରିପଦା ଅଫିସ, ୩୦।୭- ମାଙ୍କିଡ଼ିଆ ଜନଜାତିର ପ୍ରଥମ ମାଟ୍ରିକ୍ୟୁଲେଟ ବାୟା ମାଙ୍କିଡ଼ିଆଙ୍କୁ ମିଳିଛି ସରକାରୀ ଚାକିରି। ମୟୂରଭଞ୍ଜ ଜିଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ.୩୨୪୭/୨୯ା୭ା୨୧...

ମଲ୍‌ରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ତଦାରଖ

ବାଲେଶ୍ୱର ଅଫିସ,୧୬।୫: ଦିଲ୍ଲୀର ମୁଣ୍ଡ୍‌କା ମେଟ୍ରୋ ଷ୍ଟେଶନ ନିକଟ ୪ ମହଲା ବିଲ୍ଡିଂରେ ବଡ ଧରଣର ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ହେବା ପରେ ଓଡ଼ିଶା ସରକାରଙ୍କ...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫୦ ବଖରା ଘର, ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ

ପୁରୁଷୋତ୍ତମପୁର, ୧୬।୧୨(ଡି.ଏନ.ଏ.) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ ସୋମବାର ଭୋର ସକାଳ ସମୟ ପ୍ରାୟ ୫ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ...

କନ୍‌ଷ୍ଟେବଳ ବିକୁଥିଲେ ନକଲି ମଦ

ବ୍ରହ୍ମପୁର ଅଫିସ,୧୦।୪: ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ଶନିବାର ନକଲି ବିଦେଶୀ ମଦ ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଭୈରବୀ ମାର୍କେଟ ଛକରେ ବ୍ଲକିଂ...

Advertisement
Archives

Model This Week