ବଜେଟ: କାହାକୁ ଫାଇଦା, କାହାର କ୍ଷତି

ନୂଆଦିଲ୍ଲୀ,୨ା୨: ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କହିଥିଲେ, ଲୋକଙ୍କ ଆୟ ବଢ଼ାଇବା, ସେମାନଙ୍କ କ୍ରୟଶକ୍ତି ବଢ଼ାଇବା ଏବଂ ଆର୍ଥିକ ମୂଳଦୁଆକୁ ମଜଭୂତ କରିବା ଓ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଉପରେ ଜୋର ଦିଆଯାଇଛି। ଏହି ବଜେଟରୁ ପରିବହନ ଭିତ୍ତିଭୂମି, ଇଲେକ୍ଟ୍ରୋନିକ୍‌ ଶିଳ୍ପ, ଗ୍ରାମାଞ୍ଚଳ ସେକ୍ଟର, ଟେଲିକମ୍‌, ଅନ୍‌ଲାଇନ ଶିକ୍ଷା ପ୍ରଦାନକାରୀ ସଂସ୍ଥା, ଆଇଟି ଫାର୍ମ, ପାଇପ୍‌ ଲାଇନ ଓ ସହରାଞ୍ଚଳ ଗ୍ୟାସ୍‌ ଯୋଗାଣକାରୀ ସଂସ୍ଥା ଲାଭବାନ ହେବାକୁ ଥିବାବେଳେ ବୀମା ସେକ୍ଟର, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ରିଅଲ ଇଷ୍ଟେଟ ଓ ନିର୍ମାଣ କ୍ଷେତ୍ର, ସାର କମ୍ପାନୀ ଏବଂ ଲଜିଷ୍ଟିକ୍‌ ସଂସ୍ଥା କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଇଛି।
ପରିବହନ ଭିତ୍ତିଭୂମି ସେକ୍ଟର ପାଇଁ ଅର୍ଥମନ୍ତ୍ରୀ ଅଧିକ ବ୍ୟୟବରାଦ କରିଥିବାରୁ ଏକ୍ଷେତ୍ରରେ କାର୍ଯ୍ୟରତ ଲାର୍ସନ ଆଣ୍ଡ ଟୁବ୍ରୋ, କେଏନ୍‌ଆର୍‌ କନ୍‌ଷ୍ଟ୍ରକ୍ସନ ଏବଂ ଆଇଆର୍‌ବି ଇନ୍‌ଫ୍ରା ଭଳି କମ୍ପାନୀ ଫାଇଦାରେ ରହିବେ। ସେହିପରି ମୋବାଇଲ ଫୋନ୍‌, ଇଲେକ୍ଟ୍ରୋନିକ ସରଞ୍ଜାମ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ପାଇଁ ସରକାର ବଜେଟରେ ପ୍ରୋତ୍ସାହନ ଦେବା ସହ ମେଡିକାଲ ଉପକରଣ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ଏ କ୍ଷେତ୍ରରେ କାର୍ଯ୍ୟରତ ଡିକ୍ସନ ଟେକ୍‌ନୋଲୋଜିଜ୍‌, ଅମ୍ବର ଏଣ୍ଟରପ୍ରାଇଜେସ୍‌, ସୁବ୍ରୋସ୍‌ ଉପକୃତ ହେବେ। କୃଷି ଓ ଗ୍ରାମାଞ୍ଚଳ ବିକାଶ ଲାଗି ୨.୮୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେବା ସହ ଚାଷୀଙ୍କୁ ଆସନ୍ତା ବର୍ଷ ୧୫ ଲକ୍ଷ କୋଟି ଟଙ୍କା ଋଣ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହିତ ମତ୍ସ୍ୟଚାଷ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିବାରୁ ଏକ୍ଷେତ୍ରରେ କାର୍ଯ୍ୟରତ ଅବନ୍ତି ଫିଡ୍ସ, ଆପେକ୍ସ ଫ୍ରୋଜନ ଫୁଡ୍ସ ଓ ଓ୍ବାଟରବେସ୍‌ ଲାଭବାନ ହେବେ ବୋଲି କୁହାଯାଉଛି। ସେହିପରି କୃଷି ସାମଗ୍ରୀ ପରିବହନ ଲାଗି ଟ୍ରେନ୍‌ରେ ଶୀତତାପ ନିୟନ୍ତ୍ରିତ ବଗି ସଂଯୋଗ ହେବାକୁ ଥିବାରୁ ସରକାର ଓ୍ବେରହାଉସ୍‌ଗୁଡିକୁ ଆର୍ଥିକ ସହାୟତା ଯୋଗାଇବେ। ଫଳରେ କଣ୍ଟେନର କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିଃ ଏଥିରେ ସର୍ବାଧିକ ଲାଭବାନ ହେବ ବୋଲି ଜଣାପଡିଛି। ସେହିପରି ଏଫ୍‌ଏମ୍‌ସିଜି କମ୍ପାନୀ ଇମାମି, ହିନ୍ଦୁସ୍ଥାନ ୟୁନିଲିଭର, ଡାବର, ଟାଟା ବ୍ଲୋବାଲ ମଧ୍ୟ ଫାଇଦାରେ ରହିବେ। ୨୦ ହଜାର କୃଷକଙ୍କୁ ସୋଲାର ପମ୍ପସେଟ୍‌ ଓ ୫୦ ହଜାରଙ୍କୁ ବିଦ୍ୟୁତଚାଳିତ ପମ୍ପସେଟ୍‌ ରିହାତି ଦରରେ ମିଳିବାକୁ ଥିବାରୁ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନୀ ଲାଭବାନ ହେବେ।
ଅନ୍ୟପକ୍ଷରେ ଜୀବନ ବୀମା ଅଂଶଧନ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଘରୋଇ ବୀମା କମ୍ପାନୀଗୁଡ଼ିକର ଶେୟାର ହ୍ରାସ ପାଇବ। ସେହିପରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁଞ୍ଜିଯୋଗାଣ ପାଇଁ ବଜେଟରେ ଘୋଷଣା ହୋଇ ନ ଥିବାରୁ ବ୍ୟାଙ୍କ ସେକ୍ଟର ପ୍ରଭାବିତ ହେବ ବୋଲି କୁହାଯାଉଛି। ରିଅଲ ଇଷ୍ଟେଟ୍‌ ଓ ନିର୍ମାଣ ସେକ୍ଟରକୁ ବଜେଟରେ କୌଣସି ସୁବିଧା ଘୋଷଣା କରାଯାଇ ନ ଥିବାରୁ ଗଡରେଜ ପ୍ରପର୍ଟିଜ୍‌, ଓବେରୋଇ ରିଏଲିଟି ଲିଃ, ଡିଏଲ୍‌ଏଫ୍‌ ଲିଃ ଏବଂ ପ୍ରେଷ୍ଟିଜ୍‌ ଇଷ୍ଟେଟ୍ସର ଶେୟାର ମୂଲ୍ୟ ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ତେଜିଲା ବିବାଦ! ୨ ନିର୍ବାଚନ କମିଶନରଙ୍କୁ ସିଧା ହଟାଇଦେବେ କି ଜ୍ଞାନେଶ କୁମାର?

ନୂଆଦିଲ୍‌ଲୀ,୨୯।୯: ଭାରତୀୟ ନିର୍ୱାଚନ ଆୟୋଗରେ ମୁହାଁମୁହିଁ ମୁଖ୍ୟ ନିର୍ୱାଚନ କମିଶନର ଓ ଦୁଇ କମିଶନର! ମୁଖ୍ୟ ନିର୍ୱାଚନ କମିଶନର ଜ୍ଞାନେଶ କୁମାରଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

‘ଜ୍ଞାନେଶ କୁମାର କିପରି ଇସ୍ତଫା ଦେବେ ନାହିଁ?’ CWC ବୈଠକରେ କିଏ କହିଲେ ଏମିତି, ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୯: ମଙ୍ଗଳବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଭୋଟର ତାଲିକାର ‘ସ୍ବତନ୍ତ୍ର ଘନିଷ୍ଠ ସଂଶୋଧନ’ (SIR), ନିର୍ବାଚନ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଐଶ୍ୱର୍ଯ୍ୟାଙ୍କ ରୟାଲ ଲୁକ୍‌ ଦେଖି ଅଟକିଗଲା ସମସ୍ତଙ୍କ ନଜର

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ପୁଣିଥରେ ନିଜ ଗ୍ଲାମରସ ଲୁକ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଇଫେଲ ଟାୱାର୍‌ର ଚମତ୍କାର ପୃଷ୍ଠଭୂମିରେ ଆୟୋଜିତ ‘ଲୋରିଆଲ ପ୍ୟାରିସ ଲେ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ନବ ନିର୍ମାଣ କୃଷକ ସଂଗଠନ ପରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ, ଏହି ଦିନ…

ଭୁବନେଶ୍ବର,୨୯।୯: ଆସନ୍ତା ଅକ୍ଟୋବର ୮ ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏନେଇ ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?