ଶଙ୍କରାଖୋଲ,୨୬ା୧୧(ଡି.ଏନ୍.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ମଲିକ ଗଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ଏସ୍ସି ଏସ୍ଟି ଛାତ୍ରାବାସର ୩ ନାବାଳକଙ୍କୁ ପୋଲିସ ରବିବାର ରାତିରେ ନିକଟସ୍ଥ ବଜାରରେ ଚୋରି କରିବାବେଳେ ଧରିଥିଲା। ମଙ୍ଗଳବାର ଫୁଲବାଣୀ ପ୍ରଥମଶ୍ରେଣୀ ବିଚାରପତିଙ୍କ ନିକଟରେ ହାଜର ପରେ ସେମାନଙ୍କୁ ବାଳସୁଧାର ଗୃହକୁ ପଠାଇଦିଆଯାଇଛି। ଏନେଇ ଟିକାବାଲି ଥାନାରେ ନଂ.୧୧୩/୧୯ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରେବତୀ ଶବର କହିଛନ୍ତି।
ପ୍ରକାଶ ଯେ, ଲାଇନପଡା ଗ୍ରାମ ପାଖ ବଜାରରୁ ୨ମାସ ହେଲା ବିଭିନ୍ନ ଦୋକାନରୁ ଚୋରି ହେଉଥିଲା। ଏନେଇ ବଣିକସଂଘ ପକ୍ଷରୁ ଲାଇନପଡା ଫାଣ୍ଡିରେ ଏତଲା ହୋଇଥିଲା। ୨୨ତାରିଖ ରାତିରେ ବଜାରର ଏକ ସେଲୁନ୍ ଓ ଟେଲର ଦୋକାନରୁ ଚୋରି ହୋଇଥିଲା। ଏହାପରେ ସେଠାରେ ହୋମ୍ଗାର୍ଡ ମୁତୟନ ହୋଇଥିଲେ। ରବିବାର ରାତିରେ ଉକ୍ତ ୩ ନାବାଳକ ବ୍ରଜେନ୍ଦ୍ରଙ୍କ ଭେରାଇଟ ଷ୍ଟୋରରେ ପଶିଥିବାବେଳେ ଡ୍ୟୁଟିରେ ଥିବା ହୋମ୍ଗାର୍ଡ ଧରିଥିଲେ। ଫାଣ୍ଡି ଏସ୍ଆଇ ମହାଜନ ପ୍ରଧାନ ପହଞ୍ଚତ୍ ସମସ୍ତଙ୍କୁ ଥାନାକୁ ନେଇଥିଲେ। ସେମାନେ ଚୋରି ସାମଗ୍ରୀ ହଷ୍ଟେଲରେ ରଖିଥିବା ସ୍ବୀକାର କରିଥିଲେ। ଏହାପରେ ବିଦ୍ୟାଳୟ ଛାତ୍ରାବାସରୁ ହୋମ୍ ଥିଏଟର, ବିଭିନ୍ନ ଚୋରି ସାମଗ୍ରୀ ସହ ୫୬୦ଟଙ୍କା ପୋଲିସ ଜବତ କରିଥିଲା। ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ରହୁ ନ ଥିବାବେଳେ ଗେଟ୍ରେ ତାଲା ପଡୁ ନ ଥିବାରୁ ଏପରି ଘଟଣା ଘଟିଥିବା ଅଞ୍ଚଳବାସୀ ଓ ବଜାରର ବ୍ୟବସାୟୀମାନେ କହିଛନ୍ତି। ପ୍ରଧାନ ଶିକ୍ଷକ ଗୌରବନ ପ୍ରଧାନଙ୍କୁ ପଚାରିବାରୁ ସେ ବିଦ୍ୟାଳୟରେ ରହୁଛନ୍ତି ଓ ଗେଟ୍ରେ ତାଲା ମଧ୍ୟ ପଡୁଛି। ଛାତ୍ରମାନେ କିପରି ଚୋରିକରି ଆଣିଲେ ସେ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଥିଲେ।
Posted inଆମ ଜିଲା ଖବର, କନ୍ଧମାଳ View All
ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ
ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବ୍ୟକ୍ତିଙ୍କ ମୃତ୍ୟୁ
ପାଟଣା, ୯।୯ (ବୀର କିଶୋର ଦାଶ): ପାଟଣା ଥାନା ଅନ୍ତର୍ଗତ ମୂଷାଖୋରୀ ପଞ୍ଚାୟତର ମୂଷାନାଳି ଗ୍ରାମରେ ବିଦ୍ୟୁତ୍ ଆଘାତ ଲାଗି ବୁଧବାର ସକାଳେ ଦୟାନିଧି ମହାନ୍ତ (୪୮)ଙ୍କ…
ଭଦ୍ରକ-ଧାମରା ରେଳପଥ ଅବରୋଧ ଡିପିସିଏଲ୍ର ଅନ୍ୟାୟ: ଅନୀତି ବିରୋଧରେ ଜନଆକ୍ରୋଶ
ତିହିଡ଼ି, ୯।୯ (ସଞ୍ଜିତ ବଳ): ଭଦ୍ରକ-ଧାମରା ରେଳପଥର ତିହିଡ଼ି ବ୍ଲକ ଅଧୀନ ପୀରହାଟ ଥାନା ଅନ୍ତର୍ଗତ ଗୁରୁଦାସପୁରଠାରେ ବୁଧବାର ସକାଳଠାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…
ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର
ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…
ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ
ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…
ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର
ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ…
ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ
ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…
ବ୍ଲାକ୍ରୋଜ୍ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ
ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍ଭି ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍ ବୁଡ଼ି ଘଟଣାକୁ…
Archives

