ବଂଶଧାରାର ଜଳକୁ ନେଇ ତୁଟୁନି ବିବାଦ: ସୁପ୍ରିମ୍‌କୋର୍ଟରେ ଶୁଣାଣି ଆଜି

କାଶୀନଗର, ୧୦।୧(ଡି.ଏନ୍‌.ଏ.)-ସୁପ୍ରିମ୍‌କୋର୍ଟ ଶୁକ୍ରବାର ବଂଶଧାରା ଜଳ ବିବାଦର ଶୁଣାଣି ରହିଛି। ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନରୁ ଏହାକୁ ନେଇ ବିବାଦ ଲାଗିରହିଛି। ଟ୍ରିବ୍ୟୁନାଲ୍‌ରୁ ବିବାଦ ଏବେ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଶୁକ୍ରବାର ଏହି ବିବାଦର ଶୁଣାଣି ଉପରେ ଗଜପତି ଜିଲା କାଶୀନଗରବାସୀଙ୍କ ନଜର ରହିଛି।
ଓଡ଼ିଶାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ବଂଶଧାରା ନଦୀ ଏକ କ୍ଷୁଦ୍ର ସ୍ରୋତ ରୂପେ ଜନ୍ମ ନେଇଛି। ଏହାର ଦୈର୍ଘ୍ୟ ୨୫୪କିମି। ଏଥିରୁ ୧୪୩କିମି ଓଡ଼ିଶାରେ ରହିଥିବାବେଳେ ଆନ୍ଧ୍ରରେ ରହିଛି ୮୨କିମି। କାଶୀନଗର ବ୍ଲକ୍‌ର ପାଲସିଂଠାରୁ କିଡିଗାଁ ପର୍ଯ୍ୟନ୍ତ ୨୯କିମି ରହିଛି ଏହାର କମନ୍‌ ବାଉଣ୍ଡାରୀ। ଆନ୍ଧ୍ର ସରକାର ପକ୍ଷରୁ ୨ଟି ପର୍ଯ୍ୟାୟରେ ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ଏବଂ କାଟ୍ରାଗୁଡ଼ାଠାରେ ଏକ ନଦୀବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ଇତିମଧ୍ୟରେ ଆନ୍ଧ୍ର ପକ୍ଷରୁ ନେରେଡି ବ୍ୟାରେଜର ପ୍ରାୟ ୯୦ ପ୍ରତିଶତ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି। ଏହି ବ୍ୟାରେଜ ନିର୍ମାଣ ହେଲେ ଆନ୍ଧ୍ରରେ ୬୦ହଜାର ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା ହୋଇପାରିବ। ତେବେ ବିଶେଷଜ୍ଞଙ୍କମାନଙ୍କ ମତ ଅନୁଯାୟୀ କାଟ୍ରାଗୁଡ଼ା ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବିଶେଷ କ୍ଷତି ହେବ ନାହିଁ, କାରଣ ବର୍ଷା ଦିନରେ ନଦୀରେ ଦେଢ଼ ମିଟରରୁ ଊର୍ଦ୍ଧ୍ୱ ପାଣି ରହିଲେ ହିଁ ଆନ୍ଧ୍ର ପାଣି ପାଇପାରିବ। ତେବେ ଆନ୍ଧ୍ର ଦ୍ୱାରା ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ ନିର୍ମାଣ ହେଲେ ଦକ୍ଷିଣ ଓଡ଼ିଶାର ଜିଲା ଗୁଡ଼ିକ ଏବଂ ବିଶେଷକରି ବଂଶଧାରା ନଦୀ କୂଳିଆ ଗଜପତି ଜିଲାର କାଶୀନଗର ବ୍ଲକ୍‌ ଓ ଏନଏସିର ପ୍ରଭାବିତ ହେବ। ଆନ୍ଧ୍ର ଏହି ବ୍ୟାରେଜରୁ ସୁବିଧାରେ ଜଳ ନେଇପାରିବ। ଫଳରେ କାଶୀନଗର ଅଞ୍ଚଳର ଜନସାଧାରଣ ଉତ୍କଟ ଜଳସଙ୍କଟର ସମ୍ମୁଖୀନ ହେବେ। ଭୂତଳ ଜଳସ୍ତର କମିବା ଦ୍ୱାରା ନଦୀଶଯ୍ୟା ଶୁଷ୍କ ରହିବ। ଫଳରେ ନଦୀର ସ୍ଥାନ ପରିବର୍ତ୍ତନ ହେବାସହ ଜଳସେଚନର ସମସ୍ୟା ଯୋଗୁ ଚାଷଜମି ବିଶେଷ କ୍ଷତିଗ୍ରସ୍ତ ହେବ। ତେଣୁ ୨୦୦୬ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାରେଜ ନିର୍ମାଣକୁ ନେଇ ଆପତ୍ତି କରାଯାଇଥିଲା। କାଶୀନଗର ବ୍ଲକ୍‌ର ସାରା, ବାଡିଗାଁ ନିକଟବର୍ତ୍ତୀ ଅଞ୍ଚଳରେ ଏହି ବ୍ୟାରେଜ ନିର୍ମାଣ ହେବାର ପ୍ରସ୍ତାବ ରହିଥିବା ଯୋଗୁ ଲୋକେ ଏହାକୁ ବିରୋଧ କରିଆସୁଛନ୍ତି। ଯଦି କୋର୍ଟର ରାୟ ଆନ୍ଧ୍ର ସପକ୍ଷରେ ଯାଏ, କାଶୀନଗର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବା ନିଶ୍ଚିତ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବଂଶଧାରା ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ ଗଠନ ହେବା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାରେଜ ନିର୍ମାଣକୁ ନେଇ ରହିଥିବା ଆପତ୍ତି, ଅଭିଯୋଗ ଟ୍ରିବ୍ୟୁନାଲକୁ ପଠାଯାଇଥିଲା। ୨୦୧୭ ସେପ୍ଟେମ୍ବରରେ ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ଏବଂ କାଟ୍ରାଗୁଡ଼ାଠାରେ ବନ୍ଧ ନିର୍ମାଣ ପାଇଁ ଟ୍ରିବ୍ୟୁନାଲ୍‌ ଆନ୍ଧ୍ରକୁ ଅନୁମତି ପ୍ରଦାନ କରିଥିଲେ। ଏଥିରେ ଆନ୍ଧ୍ର ପ୍ରତିବର୍ଷ ଜୁନ୍‌ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚାଷ ପାଇଁ ବ୍ୟାରେଜରୁ ଜଳ ବ୍ୟବହାର ପାଇଁ ଅନୁମତି ମିଳିଥିଲା। ଏହାପରେ ଦୁଇ ରାଜ୍ୟର ବ୍ୟବହାର ପାଇଁ ବଳକା ଜଳ ନଦୀକୁ ଛାଡ଼ିବା ପାଇଁ ଏଥିରେ ନିର୍ଦ୍ଦେଶ ରହିଥିଲା। ଏଥିସହ ଓଡ଼ିଶାକୁ ସମସ୍ତ କ୍ଷତିପୂରଣ ଏବଂ ଖର୍ଚ୍ଚ ପ୍ରଦାନ କରିବା ପାଇଁ ଟ୍ରିବ୍ୟୁନାଲ୍‌ କହିଥିଲେ। ଟ୍ରିବ୍ୟୁନାଲ୍‌ ଆନ୍ଧ୍ର ଓ ଓଡ଼ିଶା ଦ୍ୱାରା ଯୁଗ୍ମ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସର୍ଭେ ମଧ୍ୟ କରାଯାଇଥିଲା। ତେବେ ଓଡ଼ିଶା ସରକାର ଟ୍ରିବ୍ୟୁନାଲ୍‌ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ବିଚାରଣାବେଳେ ଓଡ଼ିଶା ତରଫରୁ ମତ ରଖାଯାଇଥିଲା ଯେ, ଯୁଗ୍ମ ସର୍ଭେ ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇପାରିବେ ନାହିଁ। ୧୯୯୦ରେ ବଂଶଧାରା ଜଳକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ହୋଇଥିବା ବୁଝାମଣାର ଏହା ଉଲ୍ଲଂଘନ। ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ଜାନୁୟାରୀ ୧୦ତାରିଖରେ ସବୁ ମାମଲାର ଏକତ୍ର ବିଚାର କରାଯିବାପାଇଁ ଦିନ ଧାର୍ଯ୍ୟ କରିଥିଲେ। ଆଜି ଉକ୍ତ ରାୟ ପ୍ରକାଶ ପାଇବାକୁ ଥିବାବେଳେ କାଶୀନଗରବାସୀ ଏହାକୁ ଅପେକ୍ଷା କରିଛନ୍ତି। ରାୟ ଆନ୍ଧ୍ର ସପକ୍ଷରେ ଗଲେ କାଶୀନଗରରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବା ସମ୍ଭାବନା ରହିଛି। ଅନ୍ୟ ପକ୍ଷରେ ଗଜପତି ଜିଲା ଜଳସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଡେପୁଟି ଏକଜିକ୍ୟୁଟିଭ୍‌ ଇଞ୍ଜିନିୟର) ସଞ୍ଜୟ କୁମାର ରଥ କହିଛନ୍ତି, ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାରୁ କୌଣସି ମତାମତ ଦେବା ସମ୍ଭବ ନୁହେଁ । ରାୟ ପ୍ରକାଶ ପାଇବା ପରେ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରାଯିବ। ଅନ୍ୟପକ୍ଷରେ ଏହି ବିବାଦକୁ ନେଇ କାଶୀନଗର ଅଞ୍ଚଳର ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ନିଜ ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?