Posted inଫୁରସତ

ଫ୍ରି ଅନ୍‌ ଟ୍ରି

ହାଡ଼ଭଙ୍ଗା ଶୀତରାତିରେ ଆମେ ମୋଟା ଚାଦର ତଳେ ଉଷୁମ ଟାଣି ଶୋଇଥାଉ। ହେଲେ ଥରେ ଭାବିଲେ ବାସହୀନ ଲୋକ, ଯେଉଁମାନେ କି ଫୁଟ୍‌ପାଥ୍‌ରେ ଶୋଇବାକୁ ବାଧ୍ୟ ସେମାନଙ୍କ ରାତି କେମିତି କଟୁଥିବ। ଏହି ଚିନ୍ତା ବେଙ୍ଗାଲୁରୁର କିଛି ଯୁବତୀଯୁବକଙ୍କୁ ଘାରିଥିଲା। ତେଣୁ ସେମାନେ ରାଜରାଜେଶ୍ୱରୀ ନଗର ରେସିଡେଣ୍ଟ ଫୋରମ୍‌ ଗଠନ କରି ଏକ ଅଭିନବ ଯୋଜନା ଆରମ୍ଭ କଲେ। ଫୋରମ୍‌ର ୨୦ଜଣ ସଦସ୍ୟ ସହରର ବିଭିନ୍ନ ସ୍ଥାନରେ ଥିବା ଗଛରେ ସ୍ବେଟର, ଜ୍ୟାକେଟ୍‌, ଶାଲ୍‌ ଭଳି ବିଭିନ୍ନ ଶୀତବସ୍ତ୍ର ରଖି ସେଥିରେ ଏକ ନୋଟ୍‌ ଲେଖି ଲଗାଇ ଦିଅନ୍ତି। ଯେଉଁଥିରେ ଲେଖାଥାଏ ‘ଇଫ୍‌ ୟୁ ଓ୍ବାଣ୍ଟ ଇଟ୍‌ ଟେକ୍‌ ଇଟ୍‌’। ଏମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଶୀତବସ୍ତ୍ର କିଣିଥାଆନ୍ତି। ଅନେକ ବ୍ୟବସାୟୀ ତ ଏହି ଗ୍ରୁପ୍‌ର ଉଦ୍ଦେଶ୍ୟ ଜାଣି କମ୍‌ ଦାମରେ ବସ୍ତ୍ର ଯୋଗାଇ ଦିଅନ୍ତି। ବେଙ୍ଗାଲୁରୁର ଜୟାନା ସର୍କଲ, ମରପ୍ପା ଲେଆଉଟ୍‌, ଜାଭରେଗୌଡାନା ଆଦି ଅଞ୍ଚଳରେ ଏମାନେ ଶୀତବସ୍ତ୍ରକୁ ଗଛକୁ ପିନ୍ଧାଇ ଅବା ଗଛରେ ଝୁଲାଇ ରଖି ଥାଆନ୍ତି। ଆଉ ଜଗିକି ରୁହନ୍ତି ଏହାକୁ କେଉଁମାନେ ନେଉଛନ୍ତି। ଗରିବ ଲୋକଟିଏ ଯେତେବେଳେ ଏହାକୁ ପାଇ ଖୁସି ଅନୁଭବ କରେ ଏହି ଗ୍ରୁପ୍‌ର ସଦସ୍ୟଙ୍କୁ ଆତ୍ମତୃପ୍ତି ମିଳିଥାଏ। ଏମାନଙ୍କର ଆଉ ଏକ ଗ୍ରୁପ୍‌ ବି ଅଛି ଯେଉଁମାନେ କିଙ୍ଗଡମ୍‌ କଲେଜ୍‌ ନିକଟରେ ଗଛରେ ଶୀତବସ୍ତ୍ର ଗରିବଙ୍କ ପାଇଁ ଝୁଲାଇ ରଖୁଛନ୍ତି। ସୂଚନାଯୋଗ୍ୟ ଯେ, ବୁଲଗେରିଆ, ହଙ୍ଗେରିରେ ଏହିଭଳି ଶୀତବସ୍ତ୍ର ଦାନ କରିଯାଉଥିବା ଖବର ସୋସିଆଲ ମିଡିଆରୁ ପାଇବା ପରେ ଉକ୍ତ ଗ୍ରୁପ୍‌ ନିଜ ଅଞ୍ଚଳରେ ‘ଫ୍ରି ଅନ୍‌ ଟ୍ରି’ ନାମକ ଏହି ଯୋଜନା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?