ଫ୍ରିଜ୍‌ ମରାମତି ଦୋକାନରେ ନିଆଁ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ବାଲେଶ୍ୱର ଅଫିସ, ୨୫।୫: -ବାଲେଶ୍ୱର ସହରସ୍ଥିତ ତେଲେଙ୍ଗାସାହି ରାସ୍ତାର ମ୍ୟୁନିସିପାଲିଟି କମ୍ପ୍ଲେକ୍ସରେ ଥିବା ଏକ ଫେବ୍ରିକ୍‌ ୟୁନିଟ୍‌ରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଲୋକମାନେ ମରାମତି ପାଇଁ ଦେଇଥିବା ଫ୍ରିଜ୍‌, ୱାଶିଂମେଶିନ ପୋଡ଼ି ନଷ୍ଟ ହୋଇଯିବାରୁ ଫେବ୍ରିକ୍‌ ୟୁନିଟ୍‌ ମାଲିକ ଅଜିତ୍‌ କୁମାର ନାୟକ ଭାଙ୍ଗିପଡ଼ିଛନ୍ତି। ସେ ଦୋକାନ ବନ୍ଦ କରି ସମ୍ବଲପୁରସ୍ଥିତ ତାଙ୍କ ଘରକୁ ଯାଇଥିବା ବେଳେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ନିଆଁକୁ ଦେଖି ଲୋକଙ୍କ ଭିଡ଼ ଜମିଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍‌ ଇନ୍ସପେକ୍ଟର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଲେଶ୍ୱର ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଗା ମଥାରେ ଝଟକିଲା ଟାହିଆ, ଜନ୍ମବେଦିକୁ ବିଜେ କଲେ ମହାପ୍ରଭୁ

ପୁରୀ,୧୮।୭: ମହାପ୍ରଭୁ ଜଗନ୍ନାଥଙ୍କ ମଥାରେ ଝଟକିଲା ଟାହିଆ। ଆଡ଼ପ ବିଜେରେ ମହାପ୍ରଭୁ ମସ୍ତକରେ ତୁଳସୀ, ସୋଲ ଏବଂ ବିଭିନ୍ନ ଫୁଲରେ ନିର୍ମିତ ଟାହିଆ ମଣ୍ଡିତ ହୋଇ ଭକ୍ତଜନଙ୍କୁ…

ଲଘୁଚାପ ବର୍ଷାରେ ବୁଡ଼ିଲା ବିଦ୍ୟାଳୟ, ଶ୍ରେଣୀ ଗୃହରେ ବିଷଧର ସାପ ପଶିବାରୁ ଆତଙ୍କ: ସାମ୍ନାକୁ ଆସିଲା ‘୫ଟି’ ରୂପାନ୍ତରୀକରଣର…

ଧାମନଗର, ୧୮।୭ (ସନ୍ତୋଷ କୁମାର ମହାପାତ୍ର): ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ଜଳବନ୍ଦୀ…

କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା

କେସିଙ୍ଗା,୧୮ା୭(ତୁମେଶ୍ୱର ସାହୁ): କିଛିଦିନ ତଳେ କେସିଙ୍ଗାର ଦୁଇ ଝିଅ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ସମଗ୍ର ଜିଲା ତଥା ରାଜ୍ୟରେ ଚହଳ ପକାଇଥିବାବେଳେ ଆଉ ଜଣେ ଆସିଷ୍ଟାଣ୍ଟ ପ୍ରଫେସର…

Sonam Wangchuk: ଅନଶନରେ ବସିଥିବା ସୋନମ ୱାଙ୍ଗଚୁକ କିପରି ଟଙ୍କା ରୋଜଗାର କରନ୍ତି, ବର୍ତ୍ତମାନ ତାଙ୍କର ସମ୍ପତ୍ତି କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୭: ପରିବେଶ କର୍ମୀ, ଇଞ୍ଜିନିୟର ଏବଂ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ଜନ୍ତର ମନ୍ତରରେ ଅନଶନରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ପରେ ତାଙ୍କୁ…

Bullet Train: ତେଲଙ୍ଗାନାରେ ୬୫୦ଏକର ଜମି ଉପରେ ଲଢ଼େଇ! ବୁଲେଟ ଟ୍ରେନ ପ୍ରକଳ୍ପ ବିରୋଧରେ ପ୍ରତିବାଦ ଆରମ୍ଭ କଲେଣି ଚାଷୀ

ତେଲଙ୍ଗାନା,୧୮।୭: ରଙ୍ଗା ରେଡ୍ଡି ଜିଲାର ଶମଶାବାଦ ମଣ୍ଡଳର ବାହାଦୁରଗୁଡ଼ା ଗାଁରେ ଉତ୍ତେଜନା ଦେଖାଦେଇଛି, ଯେଉଁଠାରେ ଚାଷୀମାନେ ବୁଲେଟ ଟ୍ରେନ ହବ ପାଇଁ ସେମାନଙ୍କ ଜମିର ପ୍ରସ୍ତାବିତ ଅଧିଗ୍ରହଣକୁ…

ସମୁଦ୍ରରେ ୨,୦୦୦ ମିଟର ଗଭୀରତାରେ ପହଞ୍ଚିଛି ପ୍ଲାଷ୍ଟିକ ପ୍ରଦୂଷଣ; ଏହା ସାମୁଦ୍ରିକ ଜୀବନକୁ କିପରି ପ୍ରଭାବିତ କରୁଛି ଜାଣନ୍ତୁ

ନୂଆଦିଲ୍ଲୀ,୧୮।୭: ପ୍ଲାଷ୍ଟିକ ପ୍ରଦୂଷଣ ଏକ ବିଶ୍ୱ ପରିବେଶଗତ ସଙ୍କଟ ପାଲଟିଛି; ମାଇକ୍ରୋପ୍ଲାଷ୍ଟିକ (ଛୋଟ ପ୍ଲାଷ୍ଟିକ ଖଣ୍ଡ) ଏତେ ବ୍ୟାପକ ଭାବରେ ବ୍ୟାପିଛି ଯେ ସେମାନେ ସମୁଦ୍ର ଗଭୀରତାରେ…

2026 ବିଶ୍ୱକପରେ ଗୋଲଡେନ ବୁଟ ପୁରସ୍କାରରୁ ବଞ୍ଚିତ ହୋଇପାରନ୍ତି Lionel Messi, ଜାଣନ୍ତୁ କାହିଁକି

ଟରଣ୍ଟୋ,୧୮।୭: ଲିଓନେଲ ମେସି ଏବଂ କିଲିଆନ ଏମବାପ୍ପେ 2026 ଫିଫା ବିଶ୍ୱକପରେ ମିଳିତ ଭାବରେ ସର୍ବାଧିକ ଗୋଲ ସ୍କୋରର; ଉଭୟ 8 ଗୋଲ କରିଛନ୍ତି। ଫ୍ରାନ୍ସ ଟାଇଟଲ…

୮୦ ନୂଆ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶ: ଗଞ୍ଜାମରୁ ୧୧, ଜାଣନ୍ତୁ କେଉଁ କଲେଜରେ କିଏ…

ଭଞ୍ଜନଗର,୧୮ା୭(ବାବୁଲା ପ୍ରଧାନ): ରାଜ୍ୟ ସରକାର ରାଜ୍ୟରେ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଖାଲିଥିବା ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଶନିବାର ୮୦ ଜଣ ନୂତନ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ତାଲିକା ପ୍ରକାଶିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri