ଫୋନ୍‌ କରି ଭୋଟ୍‌ ମାଗିଲେ ଶାହ

ଚତରା,୨୮।୧୧: ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଝାଡଖଣ୍ଡର ଚତରାରେ ଏକ ରାଲିରେ ଯୋଗ ଦେଇଥିଲେ। ସେଠାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ସେ ଏହି ରାଲିରେ ଯୋଗ ଦେଇଥିଲେ। ସେଠାରେ ସେ ଉପସ୍ଥିତ ଜନତାଙ୍କ ଭିଡକୁ ଦେଖିବା ପରେ ୨୫-୨୫ ଜଣଙ୍କୁ ଫୋନ୍‌ ଲଗାଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଭୋଟ ଦେବାକୁ କହିଥିଲେ। ସୂଚନାଯୋଗ୍ୟ, ଏହି ରାଲିରେ ୧୦-୧୫ ହଜାର ଲୋକଙ୍କୁ ଦେଖି ସେ କହିଥିଲେ ଏତିକିରେ କ’ଣ ଆମେ ଜିତି ପାରିବା। ମୋତେ ଗଣିତ ଜଣାଅଛି। ମୁଁ ବଣିକ ମୋତେ ବୋକା ବନେଇବାକୁ ଚେଷ୍ଟା କରନ୍ତୁ ନାହିଁ। ସେଠାରେ ଉପସ୍ଥିତ ଜନତାଙ୍କୁ ଶାହ କହିଥିଲେ ମୁଁ ଆପଣଙ୍କୁ ଏକ ଉପାୟ କହିବି ପାଳନ କରିବେତ। ସମସ୍ତେ ମୋବାଇଲ ହାତରେ ନେଇ ଆପଣଙ୍କ ୨୫-୨୫ ବନ୍ଧୁଙ୍କୁ ଫୋନ୍‌ କରନ୍ତୁ ଓ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ କୁହନ୍ତୁ। ସୂଚନାଯୋଗ୍ୟ, ବେଳକୁ ବେଳ ଦେଶରେ ଭାଜପାର ସ୍ଥିତି ଖରାପ ହେବାରେ ଲାଗିଥିବାକୁ ଶାହ ଏମିତି କହିଛନ୍ତି ବୋଲି ଆଲୋଚନା ହେଉଛି। ବିଶେଷ କରି ମହାରାଷ୍ଟ୍ରରେ ଭାଜପା ଓ ଶିବସେନାର ମେଣ୍ଟ ଭାଙ୍ଗିବା ଓ ଶେଷରେ ଅନ୍ୟଦଳ ସହ ମେଣ୍ଟ କରି ଶିବସେନା ସରକାର ଗଢିବା ଭାଜପାକୁ ଧକ୍କା ଦେଇଛି। ବିଶେଷ ଭାବେ ଭାଜପାର ଚାଣକ୍ୟ କୁହାଯାଉଥିବା ଶାହଙ୍କ ଫର୍ମୁଲା ଏଠି କାମ କରି ନାହିଁ। ଆଉ ଏବେ ସେ କ୍ଷମତା ପାଇଁ ପାଗଳ ଭଳି ହେଉଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ପ୍ରଭାବଶାଳୀ ବିରୋଧୀ ଦଳ ଭୂମିକା ନେବୁ’

ବାରାମତି,୨୬ା୧୦: ମହାରାଷ୍ଟ୍ର ବିଧାନସଭାରେ ଏନ୍‌ସିପି ପ୍ରଭାବଶାଳୀ ବିରୋଧୀ ଦଳର ଭୂମିକା ତୁଲାଇବ ବୋଲି ଏହାର ଅଧ୍ୟକ୍ଷ ଶରଦ ପାଓ୍ବାର ଶୁକ୍ରବାର କହିଛନ୍ତି। ଜନସାଧାରଣ ଆମକୁ ସରକାର...

‘ଆତ୍ମନିର୍ଭରଭାରତ’ ୨୦୨୦ର ଶବ୍ଦ ଭାବେ ଅକ୍ସଫୋର୍ଡ ଡିକ୍ସିନାରୀରେ ସାମିଲ

ନୂଆଦିଲ୍ଲୀ, ୨।୨: ଅକ୍ସଫୋର୍ଡ ଡିକ୍ସିନାରୀରେ ‘ଆତ୍ମନିର୍ଭରଭାରତ’କୁ ୨୦୨୦ର ଶବ୍ଦ ଭାବେ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଅର୍ଥ ସେଲ୍ଫ-ରିଲାଏନ୍ସ୍‌ ବୋଲି ଡିକ୍ସିନାରୀରେ ଉଲ୍ଲେଖ କରାଯାଇଛି। ଏହି ହିନ୍ଦୀ...

କମ୍ପାନୀଠାରୁ ରେମେଡେସିଭିର କିଣିବେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୯।୫: କେନ୍ଦ୍ର ସରକାର ଏଣିକି ରାଜ୍ୟ ସରକାରଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଯୋଗାଇଦେବେ ନାହିଁ। ରେମେଡେସିଭିର ଇଞ୍ଜେକ୍ସନ ପାଇଁ ରାଜ୍ୟ ସରକାର ସିଧାସଳଖ କମ୍ପାନୀ ସହ ଯୋଗାଯୋଗ...

ଏରୋ ଇଣ୍ଡିଆର ୧୪ତମ ସଂସ୍କରଣ: ଦୁନିଆ ଦେଖିଲା ଭାରତର ପରାକ୍ରମ…

ବେଙ୍ଗାଲୁରୁ,୧୩।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏରୋ ଇଣ୍ଡିଆ ୨୦୨୩ ର ୧୪ତମ ସଂସ୍କରଣର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ କର୍ନାଟକର ବେଙ୍ଗାଲୁରୁର ବାୟୁସେନାର...

କାହାକୁ କେଉଁ ଟିକା ଦିଆଯିବ ସରକାର ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏବେ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକା ଉପଲବ୍ଧ...

କେବଳ ଏକ ଫୋନ୍‌ କଲ୍‌ର ଦୂରତା

ନୂଆଦିଲ୍ଲୀ,୩୧ା୧(ପି.ଟି.): ୩ ନୂଆ କୃଷି ଆଇନକୁ ନେଇ କୃଷକ ସଙ୍ଗଠନଗୁଡ଼ିକ ସହ ଆଲୋଚନା ପାଇଁ ସରକାର ଏବେ ମଧ୍ୟ ପ୍ରସ୍ତୁତ। ଆମେ କେବଳ ଚାଷୀ ନେତାଙ୍କ...

ପ୍ରସ୍ତୁତ ହେବ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ

ନୂଆଦିଲ୍ଲୀ,୬ ।୨: ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଲଜିକାଲ-ଇକୁ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।...

ଓକିଲ ଧର୍ମଘଟ ରୋକିବାକୁ ଯୋଜନା କର

ନୂଆଦିଲ୍ଲୀ,୨୫ା୧: ଓଡ଼ିଶାର ବିଭିନ୍ନ ଭାଗରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଏହି...

Advertisement
Archives

Model This Week