Posted inଖେଳ

ଫେସ୍‌ବୁକ୍‌ଠାରୁ କାହିଁକି ଦୂରରେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ, ୨୩।୩- ଭାରତୀୟ କ୍ରିକେଟ୍‌ ଦଳର ସୁଇଂ କିଙ୍ଗ୍‌ ଭାବେ ପରିଚିତ ଭୁବନେଶ୍ୱର କୁମାର ସୋସିଆଲ ମିଡିଆ ଫେସ୍‌ବୁକ୍‌ଠାରୁ ନିଜକୁ କାହିଁକି ଦୂରେଇ ରଖିଛନ୍ତି, ଏହାର ଉନ୍ମୋଚନ ସେ ନିଜେ କରିଛନ୍ତି। ‘ସ୍ପାଇସ୍‌ ପିଚ୍‌’ ନାମକ ଏକ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର କହିଛନ୍ତି, ତାଙ୍କ ସ୍ତ୍ରୀ (ନୁପୂର ନାଗର) ଦିନେ ଫେସ୍‌ବୁକ୍‌ ପାସ୍‌ଓ୍ବାର୍ଡ ମାଗିଥିଲେ। କିନ୍ତୁ ସେ କୌଣସି ବାହାନା କରି ଏହାକୁ ଏଡ଼ାଇ ଯାଇଥିଲେ। ତେବେ ପରଦିନ ନୁପୂର ମୋ ଫେସ୍‌ବୁକ୍‌ ଆକାଉଣ୍ଟର ନୂଆ ପାସ୍‌ଓ୍ବାର୍ଡ ମୋତେ ଦେଇଥିଲେ। ମୋ ଫେସ୍‌ବୁକ୍‌ ଆକାଉଣ୍ଟକୁ ସେ ହ୍ୟାକ୍‌ କରି ଦେଇଥିବା ଜାଣିଥିଲି। ଏହା ପରଠାରୁ ଆଉ କେବେ ମଧ୍ୟ ଫେସ୍‌ବୁକ୍‌ ବ୍ୟବହାର କରି ନାହିଁ ବୋଲି ଭାରତୀୟ ଦଳର ଏହି ନିର୍ଭରଯୋଗ୍ୟ ଦ୍ରୁତ ବୋଲର୍‌ କହିଛନ୍ତି। ଭୁବନେଶ୍ୱର ୨୦୧୭ ନଭେମ୍ବରରେ ଦୀର୍ଘ ଦିନର ବାନ୍ଧବୀ ନୁପୂରଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଦିନିକିଆ କ୍ରିକେଟ୍‌ରେ ପ୍ରଥମ ଭାରତୀୟ ବୋଲର ଭାବେ ଭୁବନେଶ୍ୱର ପଦାର୍ପଣ ମ୍ୟାଚ୍‌ର ପ୍ରଥମ ବଲ୍‌ରେ ଉଇକେଟ୍‌ ହାସଲ କରିଥିଲେ। ପାକିସ୍ତାନ ଓପନିଂ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜ ତାଙ୍କ ଶିକାର ବନିଥିଲେ। ସେହିଭଳି ପ୍ରଥମ ଭାରତୀୟ ବୋଲର ଭାବେ ସେ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ୫ ଉଇକେଟ୍‌ ହାସଲ କରିବାର ବିରଳ କୃତିତ୍ୱ ଲାଭ କରିଛନ୍ତି। କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ପ୍ରତିକାର ସ୍ବରୂପ ରାଜ୍ୟର ସମସ୍ତ ନାଗରିକଙ୍କୁ ଘର ମଧ୍ୟରେ ରହିବାକୁ ଉତ୍ତର ପ୍ରଦେଶ ସରକାର ପରାମର୍ଶ ଦେଇଛନ୍ତି। ଏହି କାରଣରୁ ମିରଟ୍‌ ଜନ୍ମିତ ଭୁବନେଶ୍ୱର ବର୍ତ୍ତମାନ ଘରେ ପରିବାର ଗହଣରେ ସମୟ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଅଙ୍କୁ ଭେଟି ଭାବବିହ୍ବଳ ହେଲେ ଧାଓ୍ବନ

ନୂଆଦିଲ୍ଲୀ,୧୯।୧୧: ଟିମ୍‌ ଇଣ୍ଡିଆ ଓପନର୍‌ ଶିଖର ଧାଓ୍ବନ ନ୍ୟୁଜିଲାଣ୍ଡ ଗସ୍ତରେ ଦିନିକିଆ ଟିମ୍‌ରେ ନେତୃତ୍ୱ ନେବେ। ନଭେମ୍ବର ୨୫ରୁ ସିରିଜ ଆରମ୍ଭ ହେବାକୁ ଯାଉଛି। ଏହା...

ମୁରଲୀଧରନଙ୍କ ଭବିଷ୍ୟବାଣୀ: ଏହି ବୋଲର୍‌ ହିଁ ଭାଙ୍ଗିପାରିବ ମୋ ରେକର୍ଡ  

ଶ୍ରୀଲଙ୍କାର ମହାନ ସ୍ପିନର ମୁଥିଆ ମୁରଲୀଧରନ ବିଶ୍ୱର ସର୍ବଶ୍ରେଷ୍ଠ ବୋଲର୍‌। ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୮୦୦ ଉଇକେଟ୍‌ ନେଇଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଆଜିକାଲି କ୍ରିକେଟର୍‌ଙ୍କ...

ବିଗ୍‌ ବାସ ଲିଗ୍‌ରେ ପଦାର୍ପଣ କରିବେ ଡି ଭିଲର୍ସ

ସିଡ୍‌ନୀ, ୧।୧୦ (ଏଏଫ୍‌ପି)- ଦକ୍ଷିଣ ଆଫ୍ରିକା ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ...

ଆନନ୍ଦ-ସୌରଭ ଯୋଡ଼ି ଚାମ୍ପିୟନ

ରେଢାଖୋଲ ୨୫ା୨ (ଡି.ଏନ.ଏ): ରେଢାଖୋଲର ପଞ୍ଚଖଣ୍ଡା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘର ଅନୁମୋଦନ କ୍ରମେ ସ୍ଥାନୀୟ ଇନ୍‌ଡୋର ଷ୍ଟାଡିୟମରେ ଗୁରୁବାର ସପ୍ତମ ରାଜ୍ୟସ୍ତରୀୟ...

ଜାତୀୟ ସବ୍‌ଜୁନିୟର ବାଳିକା ଫୁଟବଲ ଆରମ୍ଭ

କଟକ ଅଫିସ, ୮ା୬-ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକର ବାରବାଟୀ ଓ ଡ୍ରିମ୍ସ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ...

ଏସିଆ କପ୍‌ ଲାଗି ତାରିଖ ଘୋଷଣା: ଦୁବାଇରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ଜାଣନ୍ତୁ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ,୨।୮: ଚଳିତ ମାସ ଶେଷରେ ହେବାକୁ ଥିବା ଏସିଆ କପ୍‌ ପାଇଁ ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିସିସିଆଇ ସଚିବ ଜୟ ଶାହା ଏହା...

ଯୁବରାଜ ସିଂଙ୍କୁ କାହିଁକି କ୍ଷମା ମାଗିଲେ ତାଙ୍କ ଭାଉଜ

ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କୁ ତାଙ୍କ ଭାଉଜ କ୍ଷମା ମାଗିଛନ୍ତି। ଯୁବରାଜ ଏବଂ ତାଙ୍କ ପରିବାର ନାଁରେ ଘରୋଇ ହିଂସା ଏବଂ ଯୌତୁକ...

୨୦୨୪ ଟି-୨୦ ବିଶ୍ୱକପ୍‌ ଖେଳିବେ କି ରୋହିତ, କୋହଲି: ମୁଖ୍ୟ ଚୟନକର୍ତ୍ତା କହିଲେ…

ନୂଆଦିଲ୍ଲୀ,୧।୧୧: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ଅଷ୍ଟ୍ରେଲିଆରେ ଖେଳାଯାଉଛି ଏବଂ ବର୍ତ୍ତମାନ ଏହା ପରେ ପରବର୍ତ୍ତୀ ଟି-୨୦ ବିଶ୍ୱକପ ୨୦୨୪ରେ ଖେଳାଯିବ। ଏହି ମେଗା ଇଭେଣ୍ଟ...

Advertisement
Archives

Model This Week