ଫୁଲବାଣୀ ଅଫିସ, ୧ା୧ -ବହୁ ପ୍ରତୀକ୍ଷିତ କନ୍ଧମାଳ ମହୋତ୍ସବ ଫେବୃୟାରୀ ୨ରୁ ଆରମ୍ଭ ହେବ। ଏ ନେଇ ଏକ ପ୍ରଶାସନିକ ବୈଠକ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ୩ ଦିନ ଧରି ମହୋତ୍ସବ ଏବଂ ୫ ଦିନ ଧରି ପଲ୍ଲିଶ୍ରୀ ମେଳା ସ୍ଥାନୀୟ କରୋନେଶନ ପଡିଆରେ ଅନୁଷ୍ଠିତ ହେବ। ସ୍ଥାନୀୟ କଳାକାରଙ୍କ ସହ ରାଜ୍ୟର ଅନ୍ୟାନ୍ୟ ଜିଲା ଓ ବାହାରୁ ଆସିଥିବା ସାଂସ୍କୃତିକ ଦଳ ଏଥିରେ ଅଂଶଗ୍ରହଣ କରିବେ। ଏହି ଅବସରରେ ପିଲାମାନଙ୍କ ପାଇଁ ସୁନ୍ଦର ସ୍ବାସ୍ଥ୍ୟ, କୌତୁକ ପୋଷାକ, ଏକକ ଅଭିନୟ, ମହିଳାମାନଙ୍କ ପାଇଁ ଖାଦ୍ୟ ରନ୍ଧା, ମ୍ୟୁଜିକାଲ ଚେୟାର, ରଙ୍ଗୋଲି ଆଦି ପ୍ରତିଯୋଗିତା ଆୟୋଜନ କରାଯିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାକୁ ସୁରୁଖରୁରୁରେ ପରିଚାଳନା କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ଆୟୋଜନ କମିଟି, ଅଭ୍ୟର୍ଥନା କମିଟି, ଅର୍ଥ କମିଟି, କାର୍ଯ୍ୟ ପରିଚାଳନା କମିଟି, ପ୍ରଦର୍ଶନୀ ପରିଚାଳନା କମିଟି, ଷ୍ଟେଜ କମିଟି, ସାଂସ୍କୃତିକ କମିଟି, ସମ୍ବର୍ଦ୍ଧନା କମିଟି, ଭାଷା ସାହିତ୍ୟ କମିଟି, ବିଜ୍ଞାପନ ଓ ପ୍ରସାର କମିଟି ଆଦି ଗଠନ କରାଯାଇଛି। ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ, ପିଡି ଡିଆଆଡିଏ ବିଶ୍ୱନାଥ ବାରିକ, ପିଏ ଆଇଟିଡିଏ ବୀରେନ୍ଦ୍ର କୁମାର ଦାସଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂସ୍ଥାର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ସହରର ବହୁ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Posted inଆମ ଜିଲା ଖବର, କନ୍ଧମାଳ View All

ମାଙ୍କଡ଼ ଉତ୍ପାତ, ୧୨ରୁ ଊର୍ଦ୍ଧ୍ୱ ଆହତ
ବସ୍ତା, ୧୭।୭(ସ୍ବ.ପ୍ର.)-ବସ୍ତା ଥାନା କୁଳିଦା ପଞ୍ଚାୟତରେ ଗତ ୧୫ଦିନ ହେଲା ମାଙ୍କଡ଼ଙ୍କ ଉପଦ୍ରବ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଏହି...

ନିର୍ମାଣ ସମୟରେ ଭାଙ୍ଗିଲା ରେଲ୍ଓ୍ବେ ଓଭରବ୍ରିଜ୍
ବାଲେଶ୍ୱର ଅଫିସ,୨୯।୧୨: ବାଲେଶ୍ୱର ସହର ସଭାରାମପୁର ରେଲ୍ଓ୍ବେ ଗେଟ୍ ପାଇଁ ନବନିର୍ମିତ ଓଭରବ୍ରିଜ୍ ସଂଲଗ୍ନ ୫ଟି ବିମ୍ ରବିବାର ସକାଳେ ତଳକୁ ଖସି ପଡ଼ିଛି। ମାତ୍ର...

କିଶୋରନଗରରେ ଝଡ଼ତୋଫାନ: ଉଡିଗଲା ଚାଳ ଛପର, ଆଜବେଷ୍ଟସ
ବଇଣ୍ଡା,୬ା୫(ଡି.ଏନ୍.ଏ)-ଅନୁଗୋଳ ଜିଲା କିଶୋରନଗର ବ୍ଲକର ବିଭିନ୍ନ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଝଡ଼ତୋଫାନ ସହ ବର୍ଷା ହୋଇଛି। ପ୍ରବଳ ବର୍ଷା ସହ ପବନ ହୋଇଥିବା ଯୋଗୁ...

ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା
ତେଲକୋଇ/ପରଜଙ୍ଗ, ୨୧।୮(ଡି.ଏନ୍.ଏ.): ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ନେଇଛି। ହାତୀ ଦୌରାତ୍ମ୍ୟରେ ଜଙ୍ଗଲତଳି ଅଞ୍ଚଳବାସୀ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସମ୍ପୃକ୍ତ...

ବାଲିପ୍ଲଟ୍ର ଦୁଃଖ, ସଂଯୋଗ ରାସ୍ତା
ପାରାଦୀପ, ୧୭ା୬(ସ୍ବ.ପ୍ର.): ପାରାଦୀପ ଅଠରବାଙ୍କିର ସବୁଠାରୁ ଚଳଚଞ୍ଚଳ ଜାଗା ହେଲା ବାଲିପ୍ଲଟ୍। ପ୍ରତିଦିନ ବାଲିପ୍ଲଟ୍କୁ ୫ ହଜାରରୁ ଅଧିକ ଲୋକ ଯାତାୟାତ କରିଥାନ୍ତି। ତା’ ମଧ୍ୟରେ...
ବୁଗୁଡ଼ାରେ ବନ୍ଦ ରହିଲା ସମସ୍ତ ବାଣିଜି୍ୟକ ପ୍ରତିଷ୍ଠାନ
ବୁଗୁଡ଼ା, ୨୬।୨ (ଡି.ଏନ୍.ଏ.): ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି), ଜାଳେଣି ଗ୍ୟାସ ଦର ବୃଦ୍ଧି, ଇ-ଓ୍ବେ ବିଲ୍କୁ ବିରୋଧ କରି କନ୍ଫେଡେରେସନ ଅଫ ଅଲ୍...

ପାଣି ପାଇଁ ୨୦୦ ପରିବାର ହଇରାଣ
ଆରଡ଼ି, ୮।୨(ଡି.ଏନ.ଏ.) ଦୁଇମାସ ହେଲା ସରକାରୀ ନଳକୂପ ଭାଙ୍ଗିଯାଇଛି। ଆଉ ଦୁଇଦିନ ହେବ ମୋଟର ପୋଡ଼ିଯିବା ଯୋଗୁ ପ୍ରକଳ୍ପ ପାଣି ମଧ୍ୟ ମିଳିପାରୁନି। ଫଳରେ ନାହିଁ...

ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା
ବିଞ୍ଝାରପୁର,୯।୧୨(ଡି.ଏନ.ଏ.): ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ସହ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫନର୍ସ ନିଯୁକ୍ତି ଦାବିରେ ବୁଧବାର ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚ...