ଫୁଲବାଣୀ ଅଫିସ, ୨୬।୧-ଫୁଳବାଣୀ ସହର ଉନ୍ନତୀକରଣ ହେବ। ପୁରୁଣାକାଳିଆ ସହରକୁ ନୂତନ ରୁପ ଦିଆଯିବ। ସହରର ରୁପରେଖ ସମ୍ପୂର୍ଣ ବଦଳିବ। ଆସନ୍ତା ୨୦ ବର୍ଷର ଜନସଂଖ୍ୟ ବୃଦ୍ଧିକୁ ଆକଳନ କରି ୨୦୪୦ରେ ଫୁଲବାଣୀ ସହରର ରୁପରେଖ ପାଇଁ ମାଷ୍ଟର ପ୍ଲାନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ବୋଲି ଶନିବାର ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଟାଉନ ପ୍ଲାନିଂ ବୈଠକରେ ସୂଚନା ଦିଆଯାଇଛି।
ଟାଉନ ପ୍ଲାନିଂ ମାଷ୍ଟର ପ୍ଲାନ ପ୍ରସ୍ତୁତି ଜିଲାରେ ୨୦୧୮ ମେ’ରୁ ଆରମ୍ଭ ହୋଇଛି। ଭୁବନେଶ୍ୱର ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟ ହରିୟାଣା ଗୁରୁଗାଓଁର ଫିଡ୍ବ୍ୟାକ ଇନ୍ଫ୍ରା ପ୍ରାଇଭେଟ ଲିମିଟେଡକୁ ଏହି ଯୋଜନା ପାଇଁ ଅନୁବନ୍ଧିତ କରିଛି। ପ୍ରଥମ ପଦକ୍ଷେପ ସ୍ବରୁପ ଫୁଲବାଣୀ ଟାଉନକୁ ସମ୍ପ୍ରସାରଣ କରାଯିବା ପାଇଁ ପଦକ୍ଷେପ ନିଆଯାଇଛି। ପୌର ପରିଷଦ ସମେତ ଆଖପାଖ ୧୪ଟି ଗ୍ରାମକୁ ନେଇ ମୋଟ ୨୪ଟି ରାଜସ୍ବ ଗ୍ରାମକୁ ସହରରେ ମିଶାଯିବ। ସହରର ଚାରି ପାଖରେ ନୂତନ ରିଂରୋଡ ନିର୍ମାଣ ହେବ। ଫୁଳବାଣୀରୁ-ଭୁବନେଶ୍ୱର ରାସ୍ତା ମୂଳଗୁଦାରୀଠାରେ ନୂତନ ଶିଳ୍ପାଞ୍ଚଳ, ସହର ଦେଇ ଯାଇଥିବା ସାଲୁଙ୍କୀ ନଦୀ ସମ୍ମୁଖ ସୌନ୍ଦର୍ଯ୍ୟକରଣ, ଏୟାରଷ୍ଟ୍ରିପକୁ ସମ୍ପ୍ରସାରଣ, ନୂତନ ବସ୍ ଟର୍ମିନାଲ ଆଦି କରାଯିବାକୁ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ୨୦୪୦ରେ ସହରରେ ଲୋକ ସଂଖ୍ୟା ପ୍ରାୟ ୯୭ ହଜାର ୫୫୫ ଜଣଙ୍କୁ ଆଖି ଆଗରେ ରଖି ସହରର ଭିତିଭୂମିର ବିକାଶ କରାଯିବା ସହ ସପିଂ ମଲ, ନର୍ସିଂ ହୋମ, ଶିକ୍ଷାନୁଷ୍ଠାନ ଆଦି ହେବାକୁ ଲକ୍ଷ୍ୟ ରଖାଯାଇଥିବା ଫୁଲବାଣୀ ସ୍ବତନ୍ତ୍ର ଯୋଜନା କର୍ତ୍ତୃପକ୍ଷ କାର୍ତ୍ତିକ ଚନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି। ଆମର ଟାଉନ ପ୍ଲାନିଂ କାର୍ଯ୍ୟ ୨୦୧୮ ମେ’ରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୬ଟି ପର୍ଯ୍ୟାୟ କାର୍ଯ୍ୟ ଶେଷ ହେଲାଣି। ୭ମ ଅବା ଶେଷ ପର୍ଯ୍ୟାୟ କାର୍ଯ୍ୟ ବାକି ରହିଛି। ଖୁବ୍ଶୀଘ୍ର ଏହା ଶେଷ ହୋଇ ଗେଜେଟ ନୋଟିଫିକେସନ ବାହାରିବ। ସହର ସମ୍ପ୍ରସାରଣ ପାଇଁ ନିଆ ଯାଉଥବା ସ୍ଥାନ ସମ୍ପର୍କରେ ଯଦି କାହାର ଆପତ୍ତି ଅଭିଯୋଗ ଥିବ ସେମାନେ ନୋଟିଫିକେସନ ବାହାରି ସାରିଲା ପରେ ଅପିଲ କରି ପାରିବେ। ଏସବୁ କାର୍ଯ୍ୟ ଶେଷ ହେଲା ପରେ ମାଷ୍ଟର ପ୍ଲାନ କାର୍ଯ୍ୟ ଆରମ୍ଭ ହେବ ବୋଲି ଫିଡ୍ବ୍ୟାକ ଇନଫ୍ରା ପ୍ରାଇଭେଟ ଲିମିଟେଡର ବରିଷ୍ଠ ପରିଚାଳକ ସତ୍ୟଜିତ୍ ରଏ ଗୁପ୍ତା, ସହକାରୀ ପରିଚାଳକ ବିଜୟ ମହାନ୍ତି ପ୍ରକାଶ କରିଛନ୍ତି। ଅନୁଷ୍ଠିତ ବୈଠକରେ ଜିଲାପାଳ ଡା.ବୃନ୍ଦା ଡି, ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…
ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…
ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…
ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…
ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି
ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…
କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…
ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…
କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ
ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…
ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି
ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…
ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ
ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…
Archives

