ଫିଲ୍ମ ଲାଗି ସିରିଏଲ ଛାଡ଼ିବିନି

ରାକେଶ ଧଳ। ବହୁ କମ୍‌ ଦିନରେ ଟେଲିଭିଜନ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଘରେ ଘରେ ପରିଚିତ । ‘ନେଇ ଯାରେ ମେଘ ମୋତେ’, ‘ଏସିପି ନିକିତା’, ‘ରାନୀ’, ‘ଆମ ଘର ଲକ୍ଷ୍ମୀ’, ‘ତୋ ଆଖି ମୋ ଆଇନା’, ‘ଟୁପୁର ଟାପୁର’, ‘ସିନ୍ଦୂର ବିନ୍ଦୁ’ ସିରିଏଲରେ କାମ କରିଥିବା ବେଳେ ‘କୁଆଁରୀ ବୋହୂ’ ସିରିଏଲରେ ଏବେ ସେ ମୁଖ୍ୟ ଅଭିନେତା । ଏଥର ‘ଧରିତ୍ରୀ ଆଳାପ’ରେ ରାକେଶଙ୍କ କଥା।

ଅଭିନୟ କ୍ଷେତ୍ରକୁ କିପରି ଆସିଥିଲେ?
*ଛୋଟ ବେଳୁ ମୋର ଅଭିନୟ ପ୍ରତି ଦୁର୍ବଳତା ଥିଲା। ଗୋଟେ ପ୍ରାଇଭେଟ୍‌ କମ୍ପାନୀରେ ମୁଁ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ମଡେଲିଂ କ୍ଷେତ୍ରକୁ ଯିବା ପାଇଁ ସାଙ୍ଗମାନେ ମୋତେ ପ୍ରବର୍ତ୍ତାଉଥିଲେ। ତେଣୁ ମଡେଲିଂ କ୍ଷେତ୍ରରେ ପ୍ରଥମେ ପ୍ରବେଶ କରିଥିଲି। ଏହାପରେ ସେଠାରୁ ମୋତେ ସିରିଏଲ୍‌ରେ ଅଭିନୟ କରିବା ପାଇଁ ଅଫର୍‌ ଆସିଥିଲା।
ପ୍ରଥମ ଅଫର୍‌ ମିଳିବା ପରେ କ’ଣ ଅନୁଭୂତି ରହିଥିଲା ?
*‘ନେଇ ଯାରେ ମେଘ ମୋତେ’ ସିରିଏଲ ପାଇଁ ପ୍ରଥମେ ମୋତେ ଅଫର ଆସିଥିଲା, ସେତେବେଳେ ମୁଁ ମଡେଲିଂରେ କାମ କରୁଥାଏ। ସେଥିରେ ମୋତେ ନକାରାତ୍ମକ ଚରିତ୍ରରେ ଅଭିନୟ କରିବା ପାଇଁ ଅଫର୍‌ ମିଳିଥିଲା। ଯଦିଓ ସେହି ଚରିତ୍ର ଅଳ୍ପ ସମୟ ଥିଲା ତେବେ ଦର୍ଶକ ତାକୁ ପସନ୍ଦ କରିଥିଲେ ଏବଂ ମୁଖ୍ୟ ଅଭିନେତା ଭାବେ ଦେଖିବାକୁ ଚାହିଁଥିଲେ। ପରେ ପରେ ମୁଖ୍ୟ ଅଭିନେତା ଭାବେ ମୁଁ ସିରିଏଲ୍‌ରେ ଅଭିନୟ କରିଥିଲି।
କେଉଁଭଳି ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ କରନ୍ତି ?
*ପଜିଟିଭ୍‌ ସହିତ ଆଟିଚ୍ୟୁଡ୍‌ ଥିବା ଚରିତ୍ରରେ ମୋତେ ଅଭିନୟ କରିବାକୁ ଭଲଲାଗେ।
ଶୁୁଟିଂ ସେଟ୍‌ର କିଛି ସ୍ମୃତି ରହିଛି କି ?
*ଥରେ ରାତି ସାରା ଫାଇଟିଂର ଶୁୁଟିଂ ହେଉଥିଲା। ଏହି ସମୟରେ ମୁଁ ପଡ଼ିଯାଇଥିଲି ଓ ମୋ ଗୋଡ଼ରେ ଆଘାତ ଲାଗିଥିଲା। ତା’ ପରଦିନ ସନ୍ଧ୍ୟାରେ ସିରିଏଲ ଟେଲିକାଷ୍ଟ ହେବାର ଥିଲା। ତେଣୁ କଷ୍ଟ ହେଉଥିଲେ ମଧ୍ୟ ଗୋଡ଼ରେ ପଟି ବାନ୍ଧି ମୁଁ ଶୁୁଟିଂ କରିଥିଲି।
ଅଭିନୟ କରିବାକୁ ହେଲେ ଜଣକୁ କେଉଁ ଦିଗ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ଭାବନ୍ତି ?
*ଯେଉଁମାନେ ଏ ଦିଗରେ ଆସିବେ ସେମାନେ ଅଭିନୟ ଉପରେ କୋର୍ସ କରି ଆସିବା ଦରକାର। ଆଗରୁ ଏସବୁ ନ ଥିଲା। କିନ୍ତୁ ବର୍ତ୍ତମାନ କମ୍ପିଟିଟିଭ୍‌ ଯୁଗ ହୋଇଗଲାଣି। ତେଣୁ ଏଠିକୁ ଆସିବା ପୂର୍ବରୁ କ୍ୟାମେରା, ଲାଇଟ୍‌, ଡ୍ରାମା ଏସବୁ ଦିଗରେ ଜ୍ଞାନ ଥିବା ଆବଶ୍ୟକ।
ଯଦି ଭବିଷ୍ୟତରେ ଫିଲ୍ମ ପାଇଁ ଅଫର୍‌ ଆସେ ତେବେ କେଉଁ ଦିଗକୁ ଦେଖି ଅଭିନୟ କରିବାକୁ ନିଷ୍ପତ୍ତି ନେବେ?
*ଫିଲ୍ମରେ ଅଭିନୟ କରିବାକୁ ମୋର ଇଚ୍ଛା ଅଛି। ତେବେ ପ୍ରଥମେ ମୁଁ କାହାଣୀ ସହିତ ଚରିତ୍ରକୁ ଦେଖିବି। ଏଥିସହିତ ସିରିଏଲ କେବେ ଛାଡ଼ି ପାରିବି ନାହିଁ। କାରଣ ସିରିଏଲ ମୋତେ ପରିଚୟ ଦେଇଛି। ତେଣୁ ପ୍ରଥମେ ସିରିଏଲ୍‌ ଶୁଟିଂ ପରେ ଫିଲ୍ମ ଶୁଟିଂ କରିବାକୁ ପଡ଼ିବ।
ଫିଲ୍ମ ପାଇଁ ଅଫର ମିଳିଲେ କେଉଁ ଅଭିନେତ୍ରୀଙ୍କ ସହିତ ଅଭିନୟ କରିବାକୁ ପସନ୍ଦ କରିବେ ?
*ଅର୍ଚ୍ଚିତା ସାହୁ। କାରଣ ତାଙ୍କର ଅଭିନୟ ମୋତେ ବହୁତ ପସନ୍ଦ।
ଅପ୍‌ କମିଂ ପ୍ରୋଜେକ୍ଟ କିଛି ଅଛି ?
*ଆଗକୁ ମୋର ଏକ ଓ୍ବେବ୍‌ ସିରିଜ୍‌ ଆସିବ। ତା’ର ନାଁ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନି।
ସାକ୍ଷାତ୍‌କାର- ସ୍ଥିତପ୍ରଜ୍ଞ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ‘ଲକଅପ’ ଶୋ’ର ବିଜେତାଙ୍କୁ କେତେ ଅର୍ଥ ରାଶି ପ୍ରଦାନ କରାଯିବ

କଙ୍ଗନା ରାଣାୱତଙ୍କ ଶୋ ‘ଲକଅପ’ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି...

‘ମାୟାବିନୀ ମୌସୁମୀ’ରେ ନାରୀର କଥା

ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ...

ସମୁଦ୍ରକୂଳରେ ଶୋଇଥିଲେ ଏହି ଅଭିନେତ୍ରୀ, ଆସିଲା ଏକ ବଡ଼ କଙ୍କଡ଼ା; ଆଉ ତା’ ପରେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ହିନା ଖାନ୍‌ ବୟଫ୍ରେଣ୍ଡଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଏହି ସମୟର କିଛି ଫଟୋ ହିନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି।...

‘କଜରାରେ’ ଗୀତରେ ନାଚିବାକୁ ପସନ୍ଦ କରନ୍ତି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନଙ୍କ ମନପସନ୍ଦର ଗୀତ ହେଉଛି ‘କଜରାରେ’। ଏହି ଗୀତରେ ସେ ନାଚିବାକୁ ମଧ୍ୟ ପସନ୍ଦ କରନ୍ତି। ସୋସିଆଲ ମିଡିଆରେ ୟସ୍‌ରାଜ ଫିଲ୍ମସ୍‌ର...

ହୃଦ୍‌ଘାତରେ ଏହି ଅଭିନେତ୍ରୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ,୧୬।୫: ଫିଲ୍ମ ଜଗତରୁ ଏକ ଦୁଃଖଦ ଖବର ଆସିଛି। ବଲିଉଡ୍‌ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ବାପା ତଥା ବିଶିଷ୍ଟ ଅଭିନେତା କେ.ଡି ଚନ୍ଦ୍ରନଙ୍କ ପରଲୋକ ଘଟିଛି।...

ଜ୍ୟାକଲିନ୍‌ଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ

ମୁମ୍ବାଇ,୩୦।୪: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ଅଡ଼ୁଆ ବଢ଼ିଛି। ଜ୍ୟାକଲିନଙ୍କ ୭.୨୭ କୋଟିର ସମ୍ପତ୍ତି ଜବତ ହୋଇଛି। ସୁକେଶ ଚନ୍ଦ୍ରଶେଖର ମାମଲାରେ ଇଡି ପକ୍ଷରୁ...

ଆଲିଆଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ରଣବୀର: କହିଲେ, ମୁଁ ମୋ ଜୀବନର ଏହି ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବାକୁ ଚାହୁଁଛି

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ରଣବୀର କପୁର-ଆଲିଆ ଭଟ୍ଟ। ଏହି ଯୋଡି ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେମାନଙ୍କ ବିବାହକୁ...

ବୋହୂ ଐଶ୍ୱର୍ଯ୍ୟାଙ୍କ ଫିଲ୍ମରେ କମ୍‌ବ୍ୟାକ୍‌ କରି ବଦଳିଥିଲା ଅମିତାଭଙ୍କ ଭାଗ୍ୟ

ବଲିଉଡ୍‌ ଫିଲ୍ମ ‘ମହବତେ’ ରିଲିଜ୍‌ ହେବା ଇତିମଧ୍ୟରେ ୨୦ ବର୍ଷ ହୋଇଯାଇଛି। ୨୭ ଅକ୍ଟୋବର ୨୦୦୦ରେ ଏହା ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସଅଫିସରେ ସୁପରହିଟ୍‌ ମଧ୍ୟ...

Advertisement
Archives

Model This Week