Posted inଜାତୀୟ

ଫିଲ୍ମ ଥ୍ରୀ ଇଡିଅଟ୍ସ ଦେଖି ମିରର ରାଇଟିଂ କରୁଛନ୍ତି ସପ୍ତମ ଶ୍ରେଶୀ ଛାତ୍ରୀ

ରାଇପୁର,୧୬।୯: ଭାରତ ଭଳି ଦେଶରେ ପ୍ରତିଭାଙ୍କର ଅଭାବ ନାହିଁ ବୋଲି କୁହାଯାଏ। ତେବେ ବଲିଉଡ୍‌ର ବ୍ଲକ୍‌ ବୁଷ୍ଟର ମୁଭି ‘ଥ୍ରୀ ଇଡିଅଟ୍ସ’ରୁ ଏବେ ପ୍ରେରଣା ପାଇ ମିରର ରାଇଟିଂ କରୁଛନ୍ତି ଛତିଶଗଡ଼ ରାୟପୁରର ବାଳିକା କାବ୍ୟା ଚାଓ୍ବଡା। ସେ ଗୋଟିଏ ହାତରେ ଠିକ୍‌ ଭାବେ ଲେଖିଥିବା ବେଳେ ଅନ୍ୟ ହାତରେ ଏହାର ଓଲଟା ଅକ୍ଷର ଅତି ସହଜରେ ଲେଖି ପାରୁଛନ୍ତି। କାବ୍ୟା କୁହନ୍ତି ଫିଲ୍ମ ‘ଥ୍ରୀ ଇଡିଅଟ୍ସ’ରେ ଭାଇରସ୍‌ ଯେମିତି ଓଲଟା ଲେଖୁଥିଲେ ତାହା ଦେଖିବା ପରେ ଗତ ୩-୪ ବର୍ଷ ହେବ ସେ ଏହାକୁ ଅଭ୍ୟାସ କରିଥିଲେ। ଆଉ ଏବେ ସେ ସହଜରେ ମିରର ରାଇଟିଂ କରିପାରୁଛନ୍ତି। ସପ୍ତମ ଶ୍ରେଶୀରେ ପଢୁଥିବା କାବ୍ୟା କୁହନ୍ତି ସେ ଉଭୟ ହିନ୍ଦୀ ଓ ଇଂଲିଶରେ ମିରର ରାଇଟିଂ କରିପାରିବେ। ସମସ୍ତେ ଇଂଲିଶରେ ଲେଖୁଥିବା ବେଳେ ସେ ରାଷ୍ଟ୍ରଭାଷା ପ୍ରଚାର ପ୍ରସାର କରିବାକୁ ହିନ୍ଦୀରେ ମିରର ରାଇଟିଂ ଅଭ୍ୟାସ କରୁଥିବା ପ୍ରକାଶ କରିଛନ୍ତି। ପାଠପଢା ସରିବା ପରେ ସେ ଏହି ଲେଖା ଅଭ୍ୟାସ କରନ୍ତି। ଏଥିରେ କାବ୍ୟାଙ୍କ ମା’ନେହା ଓ ବାପା ପ୍ରିତେଶ ତାଙ୍କୁ ପ୍ରେରଣା ଦେଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ: ସାଧାରଣତନ୍ତ୍ର ଦିବସ ଅବସରରେ ହେବେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ,୨।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଖୁବ୍‌ଶୀଘ୍ର ଭାରତକୁ ଆସିବେ। ଶୁଣିବାକୁ ମିଳିଛି ଆସନ୍ତାବର୍ଷ ଜାନୁଆରୀ ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ବୋରିସ ଜନସନ...

ରାଜଧାନୀରେ ଦ୍ୱିତୀୟ ମଙ୍କିପକ୍ସ ମାମଲା ଚିହ୍ନଟ

ନୂଆଦିଲ୍ଲୀ,୧।୮: କରୋନା ପରେ ଏବେ ମଙ୍କିପକ୍ସ ଦେଶରେ କାୟାବିସ୍ତାର କରିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉକ୍ତ ୩୫ବର୍ଷୀୟ...

ସିଆର୍‌ପିଏଫ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ…

ଶ୍ରୀନଗର,୧୭।୧୧: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୨ ଯବାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ବାରମୁଳା ଜିଲାର ପାଲହାଲନ...

ହସ୍ପିଟାଲର ଲମ୍ବା ବିଲ୍‌: କରୋନା ରୋଗୀଙ୍କୁ ଦେବାକୁ ପଡିଲା ୧୨ ଲକ୍ଷ ଟଙ୍କା

ସୁରଟ,୧୦।୬: କରୋନା ସଙ୍କଟବେଳେ ଡାକ୍ତରମାନେ ଯୋଦ୍ଧା ଭାବରେ ପ୍ରଶଂସିତ ହେଉଛନ୍ତି। ଗୁଜରାଟରେ ଏକ ବେସରକାରୀ ଡାକ୍ତରଖାନାରେ କରୋନା ପଜିଟିଭ ରୋଗୀଙ୍କଠାରୁ ୧୨ଲକ୍ଷରୁ ଅଧିକ ଟଙ୍କା ସଂଗ୍ରହ...

କୋଚି ବିମାନବନ୍ଦରରେ କରୋନା ରୋଗୀ

କୋଚି,୧୬।୩: କୋଚି ବିମାନବନ୍ଦରରେ ଜଣେ ବ୍ରିଟେନ ନାଗରିକଙ୍କଠାରେ କରୋନା ପଜିଟିଭ୍‌ ଜଣାପଡିବା ପରେ ଦୁବାଇ ଯିବାକୁ ଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦିଆଯାଇଛି। ଏମାନେ...

ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ରହିଲେ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକ

ପୁରୁଲିଆ,୨୮।୩: ସମସ୍ତଙ୍କୁ ଡରାଉଛି କରୋନା ଭାଇରସର ସଂକ୍ରମଣ। ତେବେ ବିଦେଶରୁ ଫେରିଥିବା ଲୋକେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏମିତି କରାଗଲେ ସଂକ୍ରମଣକୁ ରୋକାଯାଇ...

ଘରୋଇ ବଜାରରେ କରୋନା ଭ୍ୟାକ୍ସିନର ମୂଲ୍ୟ ରହିବ ଏକ ହଜାର ଟଙ୍କା: ପୁନାୱାଲା

ପୁଣେ,୧୨ ।୧: ସାରା ଦେଶର ଜନତାଙ୍କ ଅପେକ୍ଷାର ଅନ୍ତ ଘଟାଇ ଏବେ ଉପଲବ୍ଧ ହୋଇଛି କରୋନା ଭ୍ୟାକ୍ସିନ । ଆସନ୍ତା ୧୬ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ...

ଭାଜପାରେ ଯୋଗ ଦେବେ ପଶ୍ଚିମବଙ୍ଗର ୧୦୭ ବିଧାୟକ

କୋଲକତା,୧୩।୭: ପଶ୍ଚିମବଙ୍ଗ କଂଗ୍ରେସ, ସିପିଏମ୍‌ ଓ ତ୍ରୁଣ ମୂଳ କଂଗ୍ରେସର ୧୦୭ ଜଣ ବିଧାୟକ ଭାଜପାରେ ଯୋଗ ଦେବେ ବୋଲି ଭାଜପା ନେତା ମୁକୁଲ ରୟ...

Advertisement
Archives

Model This Week