ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ଏହି ଯୋଡ଼ି

ଆଜିକାଲି ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ଅପେକ୍ଷା ରିଲେସନଶିପ୍‌କୁ ନେଇ ବେଶୀ ଚର୍ଚ୍ଚାରେ ରହୁଛନ୍ତି। ଅନ୍ୟପଟେ କପୁର ଏବଂ ଭଟ୍ଟ ପରିବାର ମଧ୍ୟ ଉଭୟ ଉଭୟଙ୍କ ପାଇଁ ସେତିକି ନିକଟତର ହେଲେଣି। ରଣବୀରଙ୍କ ମାତା ନୀତୁ କପୁର ଆଲିଆଙ୍କୁ ବହୁ ପସନ୍ଦ କରନ୍ତି। ଏବେ ରଣବୀରଙ୍କ ଭାଇ ଏବଂ ଭଉଣୀ ମଧ୍ୟ ଆଲିଆଙ୍କୁ ନିଜର କରିନେଲେଣି। ଏବେ ଦିନେ ରଣବୀର ତାଙ୍କର ସମ୍ପର୍କୀୟଙ୍କ ସହିତ ଡିନର କରିବାକୁ ଯାଇଥିଲେ। ଆଲିଆ ମଧ୍ୟ ସାଥୀରେ ଥିଲେ। ପାର୍ଟିରେ କରିସ୍ମା କପୁର, ଅରମାନ୍‌ ଜୈନ୍‌ ଏବଂ ଆଦର ଜୈନ ବି ସାମିଲ ଥିଲେ। ଏହି ମୌକାରେ ଅରମାନ ତାଙ୍କ ଗାର୍ଲଫ୍ରେଣ୍ଡ ଅନୀଷା ମାଲହୋତ୍ରାଙ୍କ ସହିତ ପହଞ୍ଚଥିଲେ।

କରିସ୍ମା କପୁର ନିଜ ସମ୍ପର୍କୀୟଙ୍କ ସହ ଉଠାଇଥିବା ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି କ୍ୟାପଶନ ଲେଖିଛନ୍ତି ‘କଜିନ୍‌ସ’। ଏଥିରେ ଆଉ ଗୋଟିଏ କ୍ୟାପଶନ ବି ଲେଖିଛନ୍ତି ସୈଫ ଏବଂ କରୀନାଙ୍କୁ ବହୁତ ମିସ୍‌ କରୁଛୁ। କହିରଖୁଛୁ, ଆଲିଆ ଏବଂ ରଣବୀରଙ୍କ ରିଲେସନଶିପ୍‌କୁ ବର୍ଷେ ପୂରିଗଲାଣି। କିଛିଦିନ ଧରି ପ୍ରେମସମ୍ପର୍କକୁ ଲୁଚେଇ ରଖିଥିଲେ ଦୁହେଁ। କିଛିଦିନ ତଳେ ଆଲିଆ କହୁଥିଲେ ‘ ମୁଁ ଏବେ ବିବାହ କରିବାକୁ ଚାହୁଁନାହିଁ। ଯେବେ କରିବି ସମସ୍ତେ ଜାଣିବେ’। କିନ୍ତୁ ଏବେ ଖୁଲମଖୁଲା ଏନେଇ କହିବା ଆରମ୍ଭ କଲେଣି। ଦେଖାଯାଉ କେବେ ଆଲିଆ ଆଉ ରଣବୀର ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ୱାଥା’ରେ ଅଭିନୟ କରିବେ ଇସାବେଲ୍‌

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫଙ୍କ ଭଉଣୀ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିବେ। ତାଙ୍କ ସହ ଅଭିନୟ କରିବେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ...

ରଜନୀକାନ୍ତଙ୍କ ପରେ ଏବେ ଅକ୍ଷୟଙ୍କ ପାଳି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ ଖିଲାଡି ବୟଙ୍କ ପାଳି ପଡିଛି। ଡିସକଭରି ଚ୍ୟାନେଲର ମୋଷ୍ଟ ପପୁଲାର...

କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍‌ଙ୍କ ପରଲୋକ

ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍‌ମି ସୋମବାର ଏକ ଘରୋଇ ହସ୍ପିଟାଲ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ...

ବଲିଉଡ୍‌ ସହ ରାନୁ ମଣ୍ଡଳଙ୍କ ଥିଲା ବହୁ ପୁରୁଣା ସମ୍ପର୍କ, ଜାଣନ୍ତୁ କେମିତି

ରେଳ ଷ୍ଟେଶନରେ ଗୀତ ଗାଇ ପେଟ ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିଯାଇଛି। ସେ ଏବେ ସେଲିବ୍ରିଟି ପାଲଟି ଯାଇଛନ୍ତି। ନିକଟରେ ସେ ବଲିଉଡ୍‌ରେ ଗୀତ...

ସୈଫ୍‌-କରିନାଙ୍କ ବିବାହ ବେଳର ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁରଙ୍କ ବିବାହ ସମୟର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ...

ୟୁନିସେଫ ସହ ହାତ ମିଳାଇଲେ ମାନୁଶି

ମୁମ୍ବାଇ: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଶି ଚ୍ଛିଲର ଏବେ ୟୁନିସେଫ ସହ ହାତ ମିଳାଇଛନ୍ତି। ମାସିକ ଋତୁସ୍ରାବକୁ ନେଇ ସଚେତନତା ସୃଷ୍ଟି କରିବାକୁ ମାନୁଶି ୟୁନିସେଫ...

ପ୍ରେମଦିବସରେ ରୋମାଣ୍ଟିକ ହେଲେ ସୋନମ-ଆନନ୍ଦ

ବମ୍ବେ: ଭ୍ୟାଲେଣ୍ଟାଇନ୍ସ ଡେ’ ଅଥବା ପ୍ରେମଦିବସକୁ ନେଇ ଯୁବପୀଢ଼ୀଙ୍କ ମଧ୍ୟରେ ଭିନ୍ନ କ୍ରେଜ। ଏଥିରୁ ବା ବଲିଉଡ ଅଭିନେତା/ଅଭିନେତ୍ରୀ ବାଦ ପଡ଼ିବେ କିଭଳି। ନିଜ ନିଜ...

ଦରଦୀ ଅଭିନେତା ଆକାଶ

ଓଡ଼ିଆ ଯାତ୍ରା ଜଗତରେ ଆକାଶ ନନ୍ଦ ଏକ ପରିଚିତ ନଁା। ଦରଦୀ ଗଳା। ସମୁଦ୍ର ପରି ଗଭୀର ଦୁଇ ଆଖିର ଚାହାଣି। ତାଙ୍କୁ ଦେଖିଲେ ଲାଗେ...

Coronavirus Update


Archives

Model This Week

Why Dharitri