Posted inଖେଳ

ଫିଫା ଟୁର୍ନାମେଣ୍ଟର ସ୍ମରଣୀୟ ସ୍ମୃତି

ଭାରତରେ ପ୍ରଥମଥର ପାଇଁ ଆୟୋଜିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ସଫଳତାର ସହ ସମ୍ପନ୍ନ ହୋଇଛି। ଚାମ୍ପିୟନ ସ୍ପେନ୍‌ଠାରୁ ଆରମ୍ଭ କରି ଫାଇନାଲିଷ୍ଟ କଲମ୍ବିଆ, ବ୍ରୋଞ୍ଜ ମେଡାଲିଷ୍ଟ ନାଇଜେରିଆ ଏବଂ ପଦାର୍ପଣକାରୀ ମରକ୍କୋ ଓ ତାଞ୍ଜାନିଆ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସ୍ମରଣୀୟ ସ୍ମୃତି ଛାଡ଼ିଛି ଏହି ପ୍ରତିଯୋଗିତା। ପ୍ରଥମଥର ପାଇଁ ଖେଳିଥିବା ଭାରତ ମଧ୍ୟ ଏଥିରୁ ଅନେକ ଶିକ୍ଷା ଲାଭ କରିଛି…

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତରେ ସଫଳତାର ସହ ସମ୍ପନ୍ନ ହୋଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଯାତ୍ରା ଗୋଆର ମାର୍ଗାଓ ମଧ୍ୟଦେଇ ନଭି ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଶେଷ ହୋଇଥିଲା। ୧୬ ଦଳବିଶିଷ୍ଟ ପ୍ରତିଯୋଗିତାରେ ଗତଥରର ଚାମ୍ପିୟନ ସ୍ପେନ୍‌ ପୁଣିଥରେ ଟାଇଟଲ ହାସଲ କରିଥିଲା। ସଂଘର୍ଷପୂର୍ଣ୍ଣ ଫାଇନାଲରେ କଡ଼ା ଟକ୍କର ଦେଇଥିଲା କଲମ୍ବିଆ। ପ୍ରଥମଥରପାଇଁ ଫାଇନାଲ ଖେଳିଥିଲେ ହେଁ କଲମ୍ବିଆର ଚ୍ୟାଲେଞ୍ଜରେ ନାକେଦମ୍‌ ହୋଇଥିଲା ସ୍ପେନ୍‌। ମାତ୍ର ଆନା ମାରିଆ ଗୁଜମାନ ଜାପଟାଙ୍କ ଆତ୍ମଘାତୀ ଗୋଲ କଲମ୍ବିଆ ପାଇଁ ଦୁର୍ଭାଗ୍ୟ ଡାକି ଆଣିଥିଲା ଏବଂ ଦ୍ୱିତୀୟ ଥରପାଇଁ ବିଜୟ ମୁକୁଟ ପିନ୍ଧିଥିଲା ସ୍ପେନ୍‌। ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଦଳଭାବେ ସ୍ପେନ୍‌ ଟାଇଟଲ ବଜାୟ ରଖିବାରେ ସକ୍ଷମ ହୋଇଥିଲା।
କଳିଙ୍ଗରୁ ଆରମ୍ଭ
ବିଶ୍ୱର ରାଇଜିଂ ଷ୍ଟାର୍‌ଙ୍କୁ ନେଇ ଫିଫାର ଏହି ସମ୍ମାନଜନକ ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। କଳିଙ୍ଗରେ ମୋଟ ୬ଟି ଗ୍ରୁପ୍‌ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଠାରେ ଆୟୋଜକ ଭାରତ ସମେତ ଆମେରିକା, ମରକ୍କୋ, ବ୍ରାଜିଲ, ଚିଲି ଓ ନାଇଜେରିଆ ଖେଳିଥିଲେ। ମାର୍ଗାଓସ୍ଥିତ ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଗ୍ରୁପ୍‌ ମ୍ୟାଚ ସହିତ ୨ଟି କ୍ୱାର୍ଟର ଫାଇନାଲ ଏବଂ ସେମିଫାଇନାଲ ଅନୁଷ୍ଠିତ ହୋଇଥିଲା। ନଭି ମୁମ୍ବାଇରେ ଗ୍ରୁପ୍‌ ପର୍ଯ୍ୟାୟ, ୨ଟି କ୍ୱାର୍ଟର ଫାଇନାଲ ସମେତ ଅକ୍ଟୋବର ୩୦ରେ ମେଗା ଫାଇନାଲ ଖେଳାଯାଇଥିଲା। ଏଥିରେ ବିଜୟୀ ହୋଇ ସ୍ପେନ୍‌ ଇତିହାସ ରଚିଥିଲା। ସେହିପରି ନାଇଜେରିଆ ପ୍ରଥମଥରପାଇଁ ତୃତୀୟ ସ୍ଥାନ ହାସଲ କରି ବ୍ରୋଞ୍ଜ ପଦକ ପାଇଥିଲା। ଟୁର୍ନାମେଣ୍ଟରେ ମୋଟ ୩୨ଟି ମ୍ୟାଚ ଖେଳାଯାଇଥିବାବେଳେ ୯୫ଟି ଗୋଲ ସ୍କୋର ହୋଇଥିଲା। ଭାରତ ବ୍ୟତୀତ ଦୁଇ ଆଫ୍ରିକୀୟ ଦେଶ ମରକ୍କୋ ଓ ତାଞ୍ଜାନିଆ ବିଶ୍ୱକପ ପଦାର୍ପଣ କରିଥିଲେ।
ଭାରତ ପାଇଁ ସ୍ମରଣୀୟ
ପୂର୍ବରୁ କେବେହେଲେ ଯୋଗ୍ୟତା ମାନଦଣ୍ଡ ସ୍ପର୍ଶ କରିପାରି ନ ଥିବା ଭାରତ ଏଥର ଆୟୋଜକ ଦଳଭାବେ ପ୍ରଥମ ଥରପାଇଁ ଖେଳିବା ସୁଯୋଗ ପାଇଥିଲା। ଫୁଟବଲର ପାଓ୍ବାର ହାଉସ ବ୍ରାଜିଲ ଓ ଆମେରିକା ପରି ଦଳ ବିପକ୍ଷରେ ଦଳ ଯଦିଓ ସମକକ୍ଷ ପ୍ରଦର୍ଶନ କରିପାରି ନ ଥିଲା ତେବେ ଖେଳାଳିମାନେ ଅନେକ ଅଭିଜ୍ଞତା ହାସଲ କରିଥିଲେ। ଏହା ବ୍ୟତୀତ ଭାରତୀୟ ଦଳ ଏହାର ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲା। ପ୍ରଥମ ମ୍ୟାଚରେ ଆମେରିକାଠାରୁ ୦-୮, ଦ୍ୱିତୀୟରେ ମରକ୍କୋଠାରୁ ୦-୩ ଓ ତୃତୀୟ ମ୍ୟାଚରେ ବ୍ରାଜିଲ ନିକଟରୁ ୦-୫ ଗୋଲରେ ପରାଜୟ ଅବସରରେ ଅନେକ କିଛି ଶିକ୍ଷା ପାଇଥିଲା ଘରୋଇ ଦଳ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫିଫା ବିଶ୍ୱକପ୍‌: ଆଜିଠୁ କ୍ୱାର୍ଟର ଫାଇନାଲ

ନ୍ୟୁୟର୍କ, ୯ା୭(ଏପି):ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରଥମଥର ପାଇଁ ପ୍ରତିଯୋଗିତାରେ ୪୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ ସେଥିରୁ ୮ଟି ଦଳ…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri