ଫିଦିନିଅଁ। ରାସ୍‌ତା ଅଭାବ: ଖେତ୍‌ ଆଡ଼ିରେ ଯାଆସ କରୁଛନ୍‌ ଛାତ୍ରୀଛାତ୍ର

କୋକସରା,୧୩ା୮(ଡି.ଏନ୍‌.ଏ.) :
କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଲପାଲି ପଁଚେତ୍‌ ଅଧୀନ ପାଣିଗଁା ଶବରପଡ଼ାକେ ଆଏଜ୍‌ ବି ଫିଦିନିଅଁା ରାସ୍‌ତା ନଁାଇଁନ। ଇ ଗଁାରେ ୩୦ ଆଦିବାସୀ ପରିବାରର ପାଖାପାଖି ୨ଶହ ଲୋକ୍‌ ବାସ୍‌ କରୁଛନ୍‌। ଗଁାକେ ଯିବାର ଆଏବାର ଲାଗି ରେଙ୍ଗାଲପାଲିରୁ ଗୁଟେ ମାଟି ରାସ୍‌ତା ଅଛେ। ହେଲେ କେଭେ ସରକାରୀ ଅନୁଦାନରୁ ଇ ରାସ୍‌ତାର ମରାମତି ନାଇଁ ହେଇଥିବାର ଜନାଯାଇଛେ। ଯେନ୍‌ଥିରଲାଗି ବରଷା ଦିନେ ଇ ରାସ୍‌ତାରେ ଅଁାଠେ କାଦୋ ହେଉଥିଲାବେଲେ ଶବରପଡ଼ାବାସୀ ଖେତ୍‌ ଆଡିରେ ଯିବାର ଆଏବାର କରୁଛନ୍‌। ଗଁାର ସବୁ ଲୋକ୍‌ ସଖାଲ ପାଏଲେ କାମ୍‌ଧଁଦାର ଲାଗି କୋକସରା ଉପରେ ନିରଭର କରୁଛନ୍‌। ସେନ୍‌ତା ପଡ଼ାର ଛାତ୍ରୀଛାତ୍ର କୋକସରା ପାଠ୍‌ପଢ଼ି ଯାଉଥିଲାବେଲେ ବିପଦ୍‌ ଅବସ୍‌ତାରେ ଅଁାଠେ କାଦୋରେ ଖେତ୍‌ଆଡ଼ିରେ ଯାଆସ କରୁଛନ୍‌। ସେନ୍‌ତା ଗଁାରେ ଅଙ୍ଗନଓ୍ବାଡି କେନ୍ଦ୍ରଟେ ବି ନଁାଇଁନ। ଯେନ୍‌ଥିରଲାଗି ଛୁଆ ଆର ଗରଭ୍‌ବତୀ, ପ୍ରସୂତି ମହିଲାମାନେ ସେବା ପାଏବାରୁ ବଁଚିତ୍‌ ହେଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ସେନ୍‌ତା ଗଁାର ସୁଶାନ୍ତ ଶବର, ଲିଙ୍ଗରାଜ ଶବର, ଚନ୍ଦ୍ରଭାନୁ ଶବର, ବୈକୁଣ୍ଠ ଶବର, ଧନୁର୍ଯ୍ୟ ଶବର, ପୁରନ୍ଦର ଶବର, ମୁକୁନ୍ଦ ଶବର, ଲଲିତ ଶବର ପରମୁଖ ସମସିଆର ସମାଧାନ ଲାଗି ଅନେକ ଥର ବ୍ଲକ ପରଶାସନକେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଏନ୍‌ତାଥି ଗଁାବାସୀ ନିଜର ନିଜର ଭାଏଗ୍‌କେ ଆଦ୍‌ରି ପଡ଼ି ରହିଛନ୍‌। ଇ ବାବ୍‌ଦେ କୋକସରା ବିଡିଓ ବସନ୍ତ କୁମାର ସେଠିକୁଁ ପଚରାଲାରୁ ଆମର ପାସ୍‌କେ ଏନ୍‌ତା କିଛି ଅଭିଯୋଗ ନାଇଁ ଆସି। ଘଟନାର ତଦଁତ୍‌ କରି ବରଷା ଦିନ୍‌ ଉତାରୁ ପଁଚେତ୍‌ ଅନୁଦାନରୁ ଶବରପଡ଼ାକେ ରାସ୍‌ତା ତିଆରି କରବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ହେଲେ କେଭେ ଶବରପଡ଼ାବାସୀ ଇ ସମସିଆରୁ ମୁକ୍‌ତି ପାଉଛନ୍‌ ଦେଖ୍‌ବାକେ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ଭାଜପାରେ ମିଶିଲେ କର୍ଲାମୁଣ୍ଡା ବ୍ଲକର ୩ ମହିଳା ସରପଞ୍ଚ

କର୍ଲାମୁଣ୍ଡା,୬ା୭ (ପ୍ରଦୀପ କୁମାର ସାହୁ): ଭବାନୀପାଟଣାଠାରେ ଭାଜପା ପକ୍ଷରୁ ଆୟୋଜିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜୟନ୍ତୀ ସମାରୋହ ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀଙ୍କ ବିଭିନ୍ନ ସ୍କୁଲ ପରିଦର୍ଶନ

କର୍ଲାମୁଣ୍ଡା,୬।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ନୂତନ ଭାବେ କର୍ଲାମୁଣ୍ଡା ବ୍ଲକରେ ଶୁକ୍ରବାର ଯୋଗଦେବା ପରେ ସେ ପ୍ରଥମ…

ବିପଦଜନକ ‘ସୁଇଚ୍ ଭାଲ୍ ଚାମ୍ବର’: ଥୁଆମୂଳ ରାମପୁରରେ ଦୁଇଟି ପୃଥକ୍ ସ୍ଥାନରେ ଗାତରେ ଗଳିଲା କାର୍

ଥୁଆମୂଳ ରାମପୁର, ୬ା୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ସଦର ମହକୁମାରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ । ବସୁଧା…

ପ୍ରବଳ ବର୍ଷାର ସୁଯୋଗ ନେଇ ଏଲଆଇ ପଏଣ୍ଟରୁ ବିଦ୍ୟୁତ ତାର ଚୋରି, ଥାନାରେ ମାମଲା

କେସିଙ୍ଗା,୬।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ-କାଣ୍ଡେଲ ଗ୍ରାମ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ତାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଦେହେରେନ…

ରାସ୍ତା ପାଲଟିଛି ମରଣଯନ୍ତା, ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟରେ କୃତ୍ରିମ ପୋଖରୀ….

ଲାଞ୍ଜିଗଡ,୬ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ସହର ଲାଞ୍ଜିଗଡ ଥାନା ପଛପଟ ତଥା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ନିକଟସ୍ଥ ରାସ୍ତା ମରଣଜନ୍ତା ପାଲଟିଛି । ପୋଖରୀ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri