Posted inଖେଳ

‘ଫିଟ୍‌ ରହିଲେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି’

ଲଣ୍ଡନ,୧୬ା୬(ପିଟି): ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପ୍‌ରେ ୫ ମ୍ୟାଚ୍‌ରୁ ୪ ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଅର୍ଜନ କରି ଶୀର୍ଷରେ ରହିଛି। ଏଭଳି ସ୍ଥିତିରେ ଡିଫେଣ୍ଡିଂ ଚାମ୍ପିୟନ ତା’ର ମୁଖ୍ୟ ପେସରଙ୍କୁ ବିଶ୍ରାମ ଦେବାକୁ ଯୋଜନା କରୁଛି। କିନ୍ତୁ ଏହି ବୋଲର ବିଶ୍ରାମ ନେବାକୁ ଇଚ୍ଛୁକ ନ ଥିବା ସ୍ପଷ୍ଟ କରିଛନ୍ତି। ଷ୍ଟାର୍କ ଏବେ ବିଶ୍ୱକପରେ ସର୍ବାଧିକ ଉଇକେଟ ଅକ୍ତିଆର କରିଥିବା ପୂର୍ବତନ ଅଷ୍ଟ୍ରେଲିଆନ ବୋଲର ବ୍ରେଟ ଲିଙ୍କ ସହ ମିଳିତ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଯଦି ମୁଁ ଫିଟ୍‌ ରୁହେ, ତେବେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି। କିନ୍ତୁ ଏହା ମୋ ଉପରେ ନିର୍ଭର କରୁନାହିଁ। ବିଶ୍ୱକପ୍‌ ଭଳି ଇଭେଣ୍ଟରେ ମୁଁ ବିଶ୍ରାମ ନେବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି। ଏଠାରେ ଶ୍ରୀଲଙ୍କା ବିପକ୍ଷରେ ମିଳିଥିବା ୮୭ ରନ୍‌ର ବିଜୟରେ ଷ୍ଟାର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ସେ ୫୫ ରନ୍‌ ବ୍ୟୟରେ ୪ ଉଇକେଟ ଦଖଲ କରିଥିଲେ। ଡେଥ ଓଭରରେ ବୋଲିଂ କରିବା ସମସ୍ତ ବୋଲରଙ୍କ ପାଇଁ ଚ୍ୟାଲେଞ୍ଜିଂ। ନିଜ ଦଳକୁ ଜିତାଇବା ଓ ବିଶ୍ୱକପ୍‌ ଡିଫେଣ୍ଡ କରିବା ବହୁତ କିଛି ଚେଷ୍ଟା କରିବାକୁ ପଡ଼େ। ମୋର ଇକୋନମି ଅନ୍ୟ ବୋଲରଙ୍କଠାରୁ ଅଧିକ ହୋଇପାରେ କିନ୍ତୁ ଦଳକୁ ବ୍ରେକ୍‌ଥ୍ରୁ ଆବଶ୍ୟକ ହେଲେ ମୋତେ ଡକରା ପଡ଼େ ବୋଲି ବାମହାତୀ ପେସର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଃଖ ବଖାଣି ଭାବବିହ୍ବଳ ହେଲେ ଶ୍ରେୟାସ; ଦିଲ୍ଲୀର ଅଧିନାୟକ ପଦରୁ ହଟାଇବାକୁ ନେଇ କହିଲେ…

ନୂଆଦିଲ୍ଲୀ,୧।୩: ଭାବବିହ୍ବଳ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର। ଆଇପିଏଲ୍‌ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ଆୟର ଆଗାମୀ ସିଜନରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ର...

ଜିଟି ପାଇଁ ବିଜୟ ଲକ୍ଷ୍ୟ ୧୮୯…

କୋଲକାତା, ୨୪।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମଙ୍ଗଳବାର ଗୁଜରାଟ ଟାଇଟନ୍ସ(ଜିଟି) ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ବିପକ୍ଷରେ ଟସ ଜିତି ପ୍ରଥମେ...

ମୀରାବାଈ ଚାନୁଙ୍କୁ ୪୦ଲକ୍ଷ ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ, ୨୯ା୯ (ପି.ଟି.)-ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌ଏ)ର କାନ୍‌ସାସ୍‌ଠାରେ ୨ ମାସ ଟ୍ରେନିଂ ପାଇଁ ସ୍ପୋଟର୍‌ସ ଅଥରିଟି ଅପ୍‌ ଇଣ୍ଡିଆ(ସାଇ)ର ମିଶନ ଅଲିମ୍ପିକ ସେଲ୍‌(ଏମ୍‌ଓସି) ଷ୍ଟାର ଭାରୋତ୍ତୋଳିକା...

ଗେଲ୍‌ଙ୍କ ପ୍ରତି ନାହିଁ ସହାନୁଭୂତି

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଗତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଅବସର ନେବେ ବୋଲି ଘୋଷଣା କରିଥିଲେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌। ସିରିଜ୍‌ର...

ବାତିଲ ହେଲା ମାଞ୍ଚେଷ୍ଟର ଟେଷ୍ଟ

ମାଞ୍ଚେଷ୍ଟର,୧୦।୯: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଶୁକ୍ରବାରଠାରୁ ଖେଳାଯିବାର ଥିଲା। ହେଲେ କରୋନା ଯୋଗୁ ଏହାକୁ ବାତିଲ କରିବାକୁ...

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ରେ ୧୦୦୦ ଛକା ମାରିବେ ଗେଲ୍‌

ନୂଆଦିଲ୍ଲୀ, ୧୦।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଏହି ଅବସରରେ ଓ୍ବେଷ୍ଟଇଣ୍ଡିଜର ଦୁର୍ଦ୍ଦର୍ଷ ଓପନର୍‌ କ୍ରିସ୍‌...

ଭାରତୀୟ କ୍ରିକେଟର୍‌ ନୂତନ ଯୁଗ ଆରମ୍ଭ

ଜୟପୁର,୧୬।୧୧: ଟିମ ଇଣ୍ଡିଆର ନୂତନ ଯୁଗ ଆରମ୍ଭ ହୋଇଛି। ନବ ନିଯୁକ୍ତ ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ଏବଂ ନୂତନ ଟି-୨୦ ଅନ୍ତର୍ଜାତୀୟ ଅଧିନାୟକ ରୋହିତ...

ମହିଳା ପ୍ରିମିୟର ଲିଗର ସର୍ବାଧିକ ବେସ ପ୍ରାଇସ୍‌ ୫୦ ଲକ୍ଷରେ ୨୪ ଖେଳାଳି, ହରମାନପ୍ରୀତ-ସ୍ମୃତି ସାମିଲ…

ନୂଆଦିଲ୍ଲୀ,୮।୨ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୪ ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ...

Advertisement
Archives

Model This Week