ଫାଣ୍ଡି ହେଲା ଥାନା, ସ୍ଥିତି ଯେମିତିକି ସେମିତି

ମୁରିବାହାଲ, ୪।୩ (ଡି.ଏନ୍‌.ଏ.) – ରାଜ୍ୟ ସରକାର ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୋଲିସ ସେବାକୁ କ୍ରିୟାଶୀଳ କରୁଛନ୍ତି। ନୂତନ ଥାନା ଓ ଫାଣ୍ଡି ଖୋଲା ଯାଉଛି। ଏହିକ୍ରମରେ ବଲାଙ୍ଗୀର ଜିଲା ମୁରିବାହାଲ ଫାଣ୍ଡିକୁ ୩ବର୍ଷ ତଳେ ଥାନାକୁ ଉନ୍ନୀତ କରାଯାଇଥିଲା। ଥାନା ମାନ୍ୟତା ପାଇବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା। ହେଲେ ଇତିମଧ୍ୟରେ ତିନିବର୍ଷ ବିତିଯାଇଥିଲେ ବି କୌଣସି ଭିତ୍ତିଭୂମିରେ ବିକାଶ ଘଟିଲା ନାହିଁ। ଫଳରେ ସ୍ଥିତି ପୂର୍ବରୁ ଯେମିତି ଥିଲା ସେମିତି ରହିଛି।
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପରେ ୨୦ ଡିସେମ୍ବର, ୨୦୧୬ରେ ୧୭ଗୋଟି ଗ୍ରାମପଞ୍ଚାୟତକୁ ନେଇ ରାଜ୍ୟ ସରକାର ମୁରିବାହାଲ ଫାଣ୍ଡିକୁ ଥାନାର ମାନ୍ୟତା ପ୍ରଦାନ କଲେ। ଏହି ଥାନା ଅଧୀନରେ ୧୩୦ଟି ଗ୍ରାମ ରହିଛି। ଏହା ସାଙ୍ଗକୁ ବ୍ଲକ, ତହସିଲ, ମେଡିକାଲ, କଲେଜ, କୃଷି ଉଦ୍ୟାନ, ପ୍ରାଣୀ ସମ୍ପଦ, ଶିକ୍ଷା ଅଫିସ, ୧୭ ଗୋଟି ବଜାର ଓ କେତେକ ମାଓବାଦୀ ଅଧ୍ୟୁଷିତ ଅଞ୍ଚଳ ବି ରହିଛି। ଏକ ଥାନାର ଯାହା ସବୁ ଆନୁସଙ୍ଗିକ ବ୍ୟବସ୍ଥା ରହିବା କଥା, ତାହା ଏଠାରେ ଉପଲବ୍ଧ ହୋଇ ପାରିନାହିଁ। ଆବଶ୍ୟକ ପୋଲିସ ଅଧିକାରୀ ଓ କର୍ମଚାରୀ ଏଠାରେ ନ ଥିବାରୁ ଆଇନଶୃଙ୍ଖଳା ବଜାୟ ରଖିବା କାଠିକର ପାଠ ହେଉଥିବା ପରିଲକ୍ଷିତ ହେଉଛି। ବର୍ତ୍ତମାନ ଜଣେ ଥାନା ଅଧିକାରୀଙ୍କ ସହ ମଞ୍ଜୁରପ୍ରାପ୍ତ ୩ ସବ୍‌ଇନ୍ସପେକ୍ଟରଙ୍କ ମଧ୍ୟରୁ ୨ଜଣ କାର୍ଯ୍ୟରତ ଅଛନ୍ତି। ଗୋଟିଏ ପଦବୀ ଖାଲି ପଡିଛି । ସେହିପରି ୩ ଏଏସଆଇଙ୍କ ସ୍ଥାନରେ ୨ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ନୂଆ କରି ଖୋଲିଥିବା ଜେଏମଏଫସି କୋର୍ଟରେ ନିଯୁକ୍ତି ଦିଆଯାଇଛି । ସେହିପରି ୮ଜଣ କନଷ୍ଟେବଳଙ୍କ ସ୍ଥାନରେ ୫ଜଣ କାର୍ଯ୍ୟରତ ରହିଛନ୍ତି। ତନ୍ମଧ୍ୟରୁ ଥାନା ଭିଏଚ୍‌ଏଫ୍‌ ଓ କମ୍ପ୍ୟୁଟରରେ ୨ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
କର୍ମଚାରୀ ଅଭାବଜନିତ ସମସ୍ୟା ଦେଇ ଗତି କରୁଥିବା ମୁରିବାହାଲ ଥାନାର ନୂତନ କୋଠା ଏଯାଏ ନିର୍ମିାଣ ହୋଇ ପାରିଲା ନାହିଁ। ୩ବର୍ଷ ହେଲା ପୁରୁଣା ଫାଣ୍ଡି ଗୃହରେ ଥାନା ଯାଇତାଇ ଚାଲିଛି । ଥାନାର କୋଠା, ଷ୍ଟାଫ କ୍ୱାର୍ଟର୍ସ ପାଇଁ ୨ବର୍ଷରୁ ଅଧିକ ସମୟ ହେଲା ୫ ଏକର ଜମି ଚିହ୍ନଟ ହୋଇ ସାରିଛି। ହେଲେ ଅବଧି ପର୍ଯ୍ୟନ୍ତ ଗୃହ ନିର୍ମାଣ ପାଇଁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଅପରପକ୍ଷରେ କାର୍ଯ୍ୟରତ କର୍ମଚାରୀମାନେ ଷ୍ଟାଫ କ୍ୱାର୍ଟର୍ସ ନଥିବାରୁ ବଡ ଅସୁବିଧାର ସହ ବାହାରେ ରହି କାମ କରିବାକୁ ବାଧ୍ୟ ହେଉଛନ୍ତି। ପୁନଶ୍ଚ ହେଡକ୍ୱାର୍ଟର୍ସ ବାହାରେ ରହୁଥିବାରୁ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ କର୍ମଚାରୀ ଥାନାରେ ପହଞ୍ଚିବାରେ ସମସ୍ୟା ହେଉଛି। ଅନ୍ୟ ଏକ ଘଟଣାକ୍ରମରେ ଥାନାରେ ଜଣେ ମଧ୍ୟ ମହିଳା କନଷ୍ଟେବଳ ନଥିବାରୁ ଥାନାକୁ ଆସୁଥିବା ମହିଳାମାନେ ସେମାନଙ୍କ ଆପତ୍ତି, ଅଭିଯୋଗ ପରିପ୍ରକାଶ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ରଙ୍କୁ ପଚାରିବାରୁ ଏହି ସମସ୍ତ ବିଷୟକୁ ନେଇ ଜିଲା କର୍ତ୍ତୃପକ୍ଷ ଓ ସରକାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିହେଲା କୁକୁଡ଼ା ବୋଝେଇ ଭ୍ୟାନ: ଡ୍ରାଇଭର ମୃତ, ହେଲପର ଗୁରୁତର

ଠାକୁରମୁଣ୍ଡା,୪।୪(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ଚାଇଁବାଇଁସି ପେଟ୍ରୋଲ ପମ୍ପ ନିକଟରେ ରବିବାର ସକାଳେ ଏକ କୁକୁଡ଼ା ବୋଝେଇ ପିକଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା...

କଟକ ସହରରୁ ୧୧୨ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୫।୧୦-କଟକ ସହରରୁ ଆଜି ମୋଟ୍‌ ୧୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୫୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୩...

ଆନନ୍ଦପୁର ଉତ୍ସବମୁଖର : ପୂଜା ପାଉଛନ୍ତି ବିଘ୍ନ ବିନାଶକ

ଆନନ୍ଦପୁର,୨।୯(ସ୍ବ.ପ୍ର.) : ବିଘ୍ନ ବିନାଶକ ଗଣପତିଙ୍କ ପୂଜାର୍ଚ୍ଚନା ପାଇଁ କେନ୍ଦୁଝର ଜିଲାର ଆନନ୍ଦପୁର ଉତ୍ସବମୁଖର ହୋଇଉଠିଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ କ୍ଲବରେ ରଙ୍ଗବେରଙ୍ଗର ତୋରଣ ସାଙ୍ଗକୁ...

ସାହାସପୁରାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ନମାଜ ପାଠ

ବାହାନଗା,୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ସାହାସପୁରା ଗ୍ରାମରେ ପବିତ୍ର ଇଦ-ଉଲ-ଫିତର୍‌ ପାଳନ କରାଯାଇଛି। ଏହି ଅବସରରେ ଗ୍ରାମର ମୁସଲିମ ଭାଇମାନଙ୍କ ଦ୍ବାରା ଦୁଇ ଗୋଷ୍ଠୀ ମଧ୍ୟରେ...

ନିଷିଦ୍ଧାଞ୍ଚଳରେ କୋର୍ଟ ବନ୍ଦ ନିଷ୍ପତ୍ତି ନେବେ ଜିଲାଜଜ୍‌

କଟକ ଅଫିସ,୨୩ା୭: ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଜିଲା ଓ ରାଉରକେଲା ପୌରାଞ୍ଚଳରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ଘୋଷଣା ହୋଇଛି। ପରେ ଅନ୍ୟ କିଛି...

ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,୨୯ା୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରାଠାରେ ରବିବାର ସନ୍ଧ୍ୟାରେ ବିଲରେ ହଳ କରୁଥିବାବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଉକ୍ତ...

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ : ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ୫ଟି ପଞ୍ଚାୟତର ଲୋକେ

କୋରାପୁଟ/ଅନକାଡେଲି,୨୧।୧୧(ସ୍ବ.ପ୍ର.): କୋରାପୁଟ ଜିଲା ଅନ୍ତର୍ଗତ ଲମତାପୁଟ ବ୍ଲକର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ପେରିଫେରି ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା ନେଇ ସଂପୃକ୍ତ ୫ଟି ପଞ୍ଚାୟତର ଲୋକେ ବୁଧବାର...

ବିଦ୍ୟୁତ୍‌ ଆଘାତରେ ୨ ଯୁବକ ମୃତ

ରସାଳପୁର, ୧୮ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ହିଡ଼ିଗଁାରେ ଶନିବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତ ଲାଗି ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ପ୍ରଦୀପ ଜେନା...

Advertisement


Archives

Model This Week