ଫାଣ୍ଡି ପ୍ରତିଷ୍ଠା ପାଇଁ ବରିଷ୍ଠ ନାଗରିକ ମଞ୍ଚର ଦାବି

ବାଲିଆ,୧୪ା୧୧: ବିରିଡି ଥାନା ଅନ୍ତର୍ଗତ ୨୨ମୌଜାର ପୂରଣଠାରେ ଏକ ଫାଣ୍ଡି ପ୍ରତିଷ୍ଠା କରିବା ପାଇଁ ବାଇଶି ମୌଜା ବରିଷ୍ଠ ନାଗରିକ ମଞ୍ଚ ପୂରଣ ପକ୍ଷରୁ ଦାବି କରାଯାଇଛି। ଏନେଇ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୁଧବାର ବିରିଡି ଆଇଆଇସି ପାରାଓ ଟୁଡୁଙ୍କୁ ସଭ୍ୟ ସୁଦର୍ଶନ ଭୋଇ ପ୍ରଦାନ କରିଛନ୍ତି। ୨୨ ମୌଜା ବିରିଡି ଥାନାଠାରୁ ଅଧିକ ଦୂର ହେଉଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘଦିନ ଧରି ୨୨ ମୌଜା ବରିଷ୍ଠ ନାଗରିକ ମଞ୍ଚ, ଅବସର କର୍ମଚାରୀ ସଂଘ, ବୁଦ୍ଧୀଜୀବୀ, ବିଭିନ୍ନ ବ୍ୟବସାୟୀ ସଂଘ ଓ ଜନସାଧାରଣ ଏହି ଦାବି କରିଆସୁଛନ୍ତି। ବିଭିନ୍ନ ସମୟରେ ୨୨ ମୌଜା ଅଞ୍ଚଳରେ ଚୋରି, ରାହାଜାନି ଓ ନିଶା କାରବାର ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବାରୁ ସେଠାକାର ଜନସାଧାରଣ ଭୟରେ ରହୁଛନ୍ତି। ଗତ ମାସ ୨୬ ତାରିଖରେ ପୂରଣ ହାଟ ବଜାରରୁ ୬ ଦୋକାନ ସଟର ତାଡି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଓ ବହୁ ସାମଗ୍ରୀ ଲୁଟି ନେଇଥିଲେ। ଏହାଦ୍ୱାରା ବହୁ ବ୍ୟବସାୟୀ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ତେଣୁ ୨୨ ମୌଜାର ସମସ୍ତ ୬ ପଞ୍ଚାୟତରେ ବସବାସ କରୁଥିବା ୫୦ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଫାଣ୍ଡି ପ୍ରତିଷ୍ଠା କରିବାକୁ ଦାବି କରୁଛି ବୋଲି ମଞ୍ଚ ସମ୍ପାଦକ ରବୀନ୍ଦ୍ର ନାଥ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ମୃତଦେହ ଉଦ୍ଧାର

ବଡ଼ସାହି,୧୫।୧(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ରାସ୍ତାର ଭାଲୁବସାଠାରେ ଜନୈକ ବାଇକ ଚାଳକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ନ...

ଟ୍ରାକ୍ଟରରେ ବୁହାହେଲେ ରୋଗୀ

ସମ୍ବଲପୁର,୨୨ା୮(ବ୍ୟୁରୋ): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଡକରା ପଞ୍ଚାୟତ ରାଶିଖାଇ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତା କାଦୁଅ ଯୋଗୁ ଆମ୍ବୁଲାନ୍ସ...

ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଗିରଫ, ସହଯୋଗୀଙ୍କୁ ଖୋଜୁଛି ପୋଲିସ

ବାଲିଗୁଡା,୧୩।୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗଡା ପୋଲିସକୁ ବଡ଼ ସଫଳତା ମିଳିଛ। ଏକ ଡକାୟତି ଘଟଣାର ଚାରିଦିନ ପରେ ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଅଜୟ ଦିଗାଳକୁ ଗିରଫ...

ଇତିହାସମୁଖୀ ଐତିହ୍ୟ ପ୍ରାଣୀ

ଭୁବନେଶ୍ୱର, ୧୨।୮(ଅସମାପିକା ସାହୁ): ପୃଥିବୀର ବୃହତ୍ତମ ସ୍ଥଳଚର ପ୍ରାଣୀ ହେଉଛି ହାତୀ। ଏହି ଜୀବ ସହ ଭଗବାନ ଗଣେଶଙ୍କ ମୁଖମଣ୍ଡଳର ସାମଞ୍ଜସ୍ୟ ରହିଥିବା କାରଣରୁ ଏହାକୁ...

୩୦ ଓ୍ବାର୍ଡରେ ୮୭,୩୭୭ ଭୋଟର

ଭଦ୍ରକ ଅଫିସ, ୩ା୩: ଭଦ୍ରକ ପୌର ପରିଷଦ ନିର୍ବାଚନ ଲାଗି ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ୩୦ଟି ୱାର୍ଡ ବିଶିଷ୍ଟ ଏହି ପୌର ପରିଷଦର ମୋଟ...

ମାଡ଼ିଗଲା ଡମ୍ପର: ୬ ମୃତ

ନୟାଗଡ଼ ଅଫିସ,୨୫ା୧୧: ନୟାଗଡ଼ ଜିଲା ଶରଣକୁଳଠାରେ ମଙ୍ଗଳବାର ଏକ ଡମ୍ପର ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟାଇଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଶରଣକୁଳ...

କୃଷି ଆଇନ ପ୍ରତ୍ୟାହାର ଦାବି: ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ କୃଷକ ସଂଗଠନ

ଛତ୍ରପୁର,୧୪।୧୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ...

ବିନା ଲିଜ୍‌ରେ ପଥର ଖାଦାନ: ବଢୁଛି ପଥର ଫଟା, ହ୍ରାସ ପାଉଛି ସବୁଜିମା

ବ୍ରହ୍ମପୁର ଅଫିସ,୧୫ା୮-ଗଞ୍ଜାମ ଜିଲା କୁକୁଡାଖଣ୍ଡି ତହସିଲ ଅଞ୍ଚଳରେ ଥିବା କେରାଣ୍ଡିମାଳ ପର୍ବତକୁ ଏବେ ପଥର ମାଫିଆମାନେ ନିଜ କବଜାକୁ ନେଇ ବେଧଡକ ଓ ବେଆଇନ ଭାବେ...

Advertisement
Archives

Model This Week