ଫାଟକ ଭାଙ୍ଗି ଭିତରକୁ ପଶିଗଲା ଟ୍ରକ୍‌

ତାଳଚେର/କଣିହାଁ, ୯ା୪(ନି.ପ୍ର.) : କଣିହାଁସ୍ଥିତ ଏକ କମ୍ପାନୀରେ କୋଇଲା ଅନ୍‌ଲୋଡ କରି ତାଳଚେର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ କଣିହାଁ ଡାକ୍ତରଖାନା ପାଚେରିକୁ ଧକ୍କା ଦେଇଥିଲା। ଏଥିରେ ପାଚେରି ସହ ଡାକ୍ତରଖାନା ଫାଟକ ଭାଙ୍ଗିଯାଇଛି। ରାତି ପ୍ରାୟ ସାଢେ ୨ଟାରେ ଟ୍ରକ୍‌(ନଂ. ଓଡି୩୫ଡି-୧୧୧୭)ଟି ପାଚେରିକୁ ଧକ୍କା ଦେଇ ଚିକିତ୍ସାଳୟ ଭିତରକୁ ପଶି ଯାଇଥିଲା। ଶବ୍ଦ ଶୁଣି ବାହାରକୁ ଆସିବା ପରେ ଡାକ୍ତର ସୁମନ୍ତ ପଟେଲ ଘଟଣା ସମ୍ପର୍କରେ ଅବଗତ ହେବା ସହ ଥାନାକୁ ଖବର ଦେଇଥିଲେ। ପୋଲିସ ନଂ. ୫୭/୨୦ରେ ମାମଲା ରୁଜୁ କରି ଚାଳକଙ୍କୁ ଅଟକ ରଖିଛି। ପରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଡାକ୍ତରଖାନାରେ ପହଞ୍ଚିଥିଲେ। ତାଙ୍କ ଉପସ୍ଥିତିରେ ପୋଲିସ, ପ୍ରଶାସନ ଓ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ନୂତନ ପାଚେରି ସହ ଫାଟକ ନିର୍ମାଣ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଆଇଆଇସି ପ୍ରଭାତ ତ୍ରିପାଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଚ୍ଛପ ଗତିରେ ଚାଲିଛି ଟିକିରା ସେତୁ ନିର୍ମାଣ : ୧୫ ମାସରେ ୧୦ ପ୍ରତିଶତ କାର୍ଯ୍ୟ

ତାଳଚେର, ୧୮ା୭(ନି.ପ୍ର.) – କଣିହଁ। ବ୍ଲକର ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତବାସୀଙ୍କ ଲାଇଫ୍‌ ଲାଇନ କୁହାଯାଉଥିବା ଟିକରା ସେତୁ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ନିର୍ମାଣ ଦାୟିତ୍ୱ...

ଶ୍ମଶାନରେ ଚେକ୍‌ଡ୍ୟାମ ନିର୍ମାଣକୁ ବିରୋଧ

ବଇଣ୍ଡା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ ଧୁଣ୍ଡି ଗ୍ରାମର ଶ୍ମଶାନରେ ଚେକଡ୍ୟାମ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗ୍ରାମବାସୀ ଚିହ୍ନଟ...

ଅନ୍ୟ ଟ୍ୟାଙ୍କରରେ ଭରାଗଲା ଗ୍ୟାସ୍‌

ବଇଣ୍ଡା, ୫ା୩(ଡି.ଏନ.ଏ.):  ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ଥାନା କମରେଇ ନିକଟ ୫୫ନଂ. ଜାତୀୟ ରାଜପଥରେ ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ଏକ ପ୍ରୋପେନ ଗ୍ୟାସ୍‌ ବୋଝେଇ...

ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ପ୍ରତି ଅବହେଳା:ବର୍ଷେ ହେଲା ବନ୍ଦ ଘରେ ଅଫିସ ସାମଗ୍ରୀ

ତାଳଚେର, ୨ା୭(ନି.ପ୍ର.)ବାର୍ଷିକ ୬ ଶହ କୋଟି ରାଜସ୍ବ ଦେଉଥିବା ତାଳଚେର ବାଣିଜ୍ୟକର କାର୍ଯ୍ୟାଳୟ ପ୍ରତି କରାଯାଉଛି ଚରମ ଅବହେଳା। ଭଡ଼ା ଘରେ ଚାଲିଆସିଥିବା ଏହି କାର୍ଯ୍ୟାଳୟ...

ତ୍ୱରାନ୍ବିତ ହେବ ଉପଖଣ୍ଡ ଉନ୍ନୟନ

ମାଧପୁର/ ଆଠମଲ୍ଲିକ,୧୭ା୨ – ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ବାର୍ଷିକ ଅନୁଦାନକୁ ରାଜ୍ୟ ସରକାର ଦ୍ୱିଗୁଣିତ କରିଛନ୍ତି। ଏଥିସହ ପରିଷଦ ଅଧୀନରେ ଆସୁଥିବା ୧୦...

ଉପଜିଲାପାଳଙ୍କୁ ଭେଟିଲା ଓକିଲ ସଂଘ: ତହସିଲଦାରଙ୍କ ବିରୋଧରେ ଫେରାଦ

ଅନୁଗୋଳ ଅଫିସ, ୭।୮-ଅନୁଗୋଳ ତହସିଲଦାରଙ୍କ ବିରୋଧରେ ଅଭିଯୋଗ ଆଣିଛି ଓକିଲ ସଂଘ। ମଙ୍ଗଳବାର ଅନୁଗୋଳ ଉପଜିଲାପାଳଙ୍କୁ ଭେଟି ସଂଘ କର୍ମକର୍ତ୍ତାମାନେ ଅଭିଯୋଗ ସମ୍ପର୍କରେ ଅବଗତ କରାଇଛନ୍ତି।...

ସମ୍ପର୍କ ବାନ୍ଧିଛି ଶିକୁଳି

ଆଠମଲ୍ଲିକ,୧୮ା୫ (ଜୟଗୋପାଳ ଷଡ଼ଙ୍ଗୀ):  ବେରୋଜଗାର ସ୍ବାମୀ ରୋଗଗ୍ରସ୍ତ ହେବା ପରେ ଦୋହଲିଯାଇଥିଲା ନୀଳିମାଙ୍କ ମାନସିକ ସ୍ଥିତି। ସେବେଠୁ ବାହାରେ ବୁଲାବୁଲି କରୁଥିବା ନୀଳିମା ଶେଷରେ ପହଞ୍ଚି ଯାଇଥିଲେ...

ଘରୋଇ ବିଦ୍ୟାଳୟ ଶିକ୍ଷକ, ଛାତ୍ରୀଛାତ୍ରଙ୍କ ବିରୋଧ: ସହର ଅଳିଆ ଫେରିଲା ସହରକୁ

ଅନୁଗୋଳ ଅଫିସ, ୩୦।୮-ଅନୁଗୋଳ ପୌର ସଂସ୍ଥାକୁ ଛାଡ଼ୁନି ଅଳିଆ ବିବାଦ। ସହରର ଅଳିଆ ଯେଉଁଠି ପକାଯିବାକୁ ସ୍ଥାନ ଚିହ୍ନଟ ହେଉଛି ସେଠାରେ ବିରୋଧର ସ୍ବର ଦେଖିବାକୁ...

Advertisement
Archives

Model This Week